ଜଳ ଲାଗି ପାଇଁ କେନାଲକୁ ଯାଇଥିବା ବେଳେ ଘଟିଲା ବଡ ଅଘଟଣ ! ଚାହୁଁ ଚାହୁଁ ଭାସି ଗଲେ କାଉଡିଆ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ହେଉଛି ପବିତ୍ର ମାସ ଅର୍ଥାତ ଶ୍ରାବଣ ମାସ ତେବେ ଆଜି ହେଉଛି ଶ୍ରାବଣ ମାସର ତୃତୀୟ ସୋମବାର । ଶ୍ରାବଣ ସୋମବାର ଦିନ ଶିବଲିଙ୍ଗକୁ ଜଳାଭିଷେକ କରିବା ପାଇଁ ବିଭିନ୍ନ ଶିବ ମନ୍ଦିରରେ ଲକ୍ଷାଧିକ ଲୋକ ଭିଡ ଜମାଇଥାନ୍ତି । ପାଣି ଉଠାଇବା ପରେ ଶିବଲିଙ୍ଗରେ ଅଭିଷେକ କରିବା ପାଇଁ ଅନେକ ରାସ୍ତା ଚାଲି ଚାଲି ଯାତ୍ରା କରିଥାନ୍ତି କାଉଡିଆ ମାନେ ।

ଏହି ଦିନ ଶିବଲିଙ୍ଗରେ ଜଳ ଅଭିଷେକ କରିବା ଦ୍ଵାରା ଅନେକ ମହାଦେବ ପ୍ରସନ୍ନ ହୋଇ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ବୋଲି ମାନ୍ୟତା ରହିଛି । ଆଉ ଆଜି ଭଳି ଦିନରେ ଘଟିଯାଇଛି ଏକ ବଡ ଅଘଟଣ । ଜଳ ଲାଗି କରିବାକୁ ଆସି କେନାଲରେ ଭାସିଗଲେ ବୋଲବମ୍‌ ଭକ୍ତ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୋ ଗାଁ ସ୍ଥିତ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲ ରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଖୋଜ ଭକ୍ତ ହେଲେ  ତାଳଚେରର ୧୬ ବର୍ଷୀୟ ବାଳକ ଶ୍ୟାମ ସୁନ୍ଦର ବାରିକ ।

ତେବେ ସୋମବାର ଦିନ ସକାଳେ ଦୁଇ ଜଣ କଉଡିଆ ଅଷ୍ଟଶମ୍ଭୁ ମନ୍ଦିରକୁ ଜଳଲାଗି ପାଇଁ ଆସିଥିଲେ । ଯେଉଁଥି ପାଇଁ ସେମାନେ ଗାଁ ନିକଟସ୍ଥ ରେଙ୍ଗାଲି ବାମ କେନାଲକୁ ପାଣି ଉଠାଇବା ପାଇଁ ଯାଇଥିଲେ । ହେଲେ ଅସାବଧନତା କାରଣରୁ କେନାଲରେ ଦୁଇଜଣ ଯାକ ଭାସି ଯାଇଥିଲେ । ତେବେ ସେଠା କାର ସ୍ଥାନୀୟ ଲୋକେ ଜଣେ କାଉଡିଆଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଭାସିଯାଇ ନିଖୋଜ ହୋଇ ଯାଇଥିଲେ ।

ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଯାହାପରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଖୋଜାଖୋଜା ଜାରି ରଖିଛି । ଆଜି ଭଳି ପବିତ୍ର ଦିନରେ ପୂଣ୍ୟ ଅର୍ଜନ କରିବାକୁ ଆସିଥିବା ବେଳେ ଏଭଳି ଏକ ଅଘଟଣ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ତେବେ ସେହି ଭଳି ପାଖାପାଖି ୨୭ ଜଣ କାଉଡ଼ିଆ ଏକ ପିକଅପ୍‌ ଭ୍ୟାନ୍‌ରେ ଜଳଲାଗି କରିବା ପାଇଁ ବାହାରି ଥିଲେ ଜଲପେଶ ଥିବା ଏକ ଶିବ ମନ୍ଦିରକୁ ।

ତେବେ ସେମାନେ ଯାଉଥିବା ଗାଡ଼ିରେ ଲାଗିଥିଲା ଡିଜେ । ଆଉ ଗାଡ଼ି ଭିତରେ ଏକ ଜେନେରେଟର ମଧ୍ୟ ରଖାଯାଇଥିଲା । ଜେନେରେଟରରେ ସର୍ଟସର୍କିଟ ହେତୁ ଗାଡିରେ କରେଣ୍ଟ ଲାଗିଥିଲା । ଫଳରେ ପିକଅପରେ ସବାର ଯାତ୍ରୀ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ । ତେବ ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି ।

ସମସ୍ତ ‌ଆହତଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ପିକଅପ୍ ଡ୍ରାଇଭର ଫେରାର୍‌ ମାରିଛନ୍ତି । ତେବେ ଏହି ସମୟରେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *