Big Breaking: ଆସିଲା ବଡ ଖୁସି ଖବର, ପୁରୀରେ ମିଳିଲା ପେଟ୍ରୋଲ ର ସନ୍ଧାନ, Oil india କମ୍ପାନୀ ସର୍ଭେ କରିବା ପରେ ଦେଲା 10 କୋଠିର ଚେକ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ରାଜ୍ୟରେ ସରିଗଲାଣି ତୈଳ । ଦେଖାଦେଲାଣି ପେଟ୍ରୋଲ ଡିଜେଲର ଘୋର ଅଭାବ । ପାଖାପାଖି ୨୦୦୦ ପେଟ୍ରୋଲ ପମ୍ପ ଶୁଖି ଗଲାଣି । ୫୦୦ରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ହେବାକୁ ବସିଲାଣି । ପେଟ୍ରୋଲ ତୁଳନାରେ ଡିଜେଲର ଅଭାବ ଅଧିକ ରହିଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ରଜସ୍ଥାନ ଆଗକୁ ବଡ ସଙ୍କଟ ଦେଇ ଗତି କରିବାରେ ବୋଲି ଅନୁମାନ କରାଯାଉଛି ।

ରାଜସ୍ଥାନରେ ଆଗକୁ ଡିଜେଲ-ପେଟ୍ରୋଲ ଯୋଗାଣର ଅଘୋଷିତ କାଟ ଏକ ବଡ଼ ସଙ୍କଟ ଆଣିପାରେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଦୟପୁର, ଯୋଧପୁର, ବଂସୱାଡା, ଦୌସା ଏବଂ ଅଲୱାର ସମେତ ୧୬ଟି ଜିଲ୍ଲାରେ ଗତ ୪୮ ଘଣ୍ଟା ମଧ୍ୟରେ ତୈଳ ଯୋଗାଣ ପ୍ରଭାବିତ ହୋଇଛି । ଫଲରେ ନାହିଁନଥିବା ଅସୁବିଧା ଦେଇ ଗତି କରିଛନ୍ତି ଲୋକେ । ତେବେ ବର୍ତ୍ତମାନ ଏକ ଖୁସି ଖବର ମଧ୍ୟ ଶୁଣିବାକୁ ମିଳୁଛି ।

ତେବେ ପୁରୀରେ ମିଳିଲା ପେଟ୍ରୋଲ । ଜିଲ୍ଲାର ଗୋପ ତହସିଲର ୨ଟି ସ୍ଥାନରୁ ମିଳିଛି ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ । ତେବେ ବଡକଥା ହେଉଛି ସର୍ଭେ ପ୍ରକ୍ରିୟା ଶେଷ ହେବା ପରେ ଅଏଲ ଇଣ୍ଡିଆର ଜେନେରାଲ ମ୍ୟାନେଜର ଓ ୧୦ ଜଣିଆ ଟିମ୍ ପହଂଚି ଗୋପରେ ୩୭ ଜଣ ହିତାଧିକାରୀଙ୍କୁ ଚେକ୍ ପ୍ରଦାନ କରିଛନ୍ତି । ୧୦ କୋଟିରୁ ଅଧିକ ଟଙ୍କାର ଚେକ ପ୍ରଦାନ କରାଯାଇଛି । ଏନେଇ ଅଏଲ ଇଣ୍ଡିଆ ପକ୍ଷରୁ ସୁଚନା ଦିଆଯାଇଛି ।

ସ୍ଥାନ ଚିହ୍ନଟ ପରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରି ମତାମତ ନିଆଯାଇଥିଲା । ଗୋପ ବ୍ଲକ ଅଧିନ ଗୋପ ପଂଚାୟତର କୁସୁପୁର ମୌଜାରେ ସାଟେଲାଇଟ୍ ମ୍ୟାପ୍ ଯୋଗେ ୮ ଏକର ଜାଗା ଚିହ୍ନଟ କରାଯାଇଛି । ସେହିପରି ମହଲପଡ଼ା ପଂଚାୟତ ଚିତେରା ମୌଜାରେ ମଧ୍ୟ ୮ ଏକର ଜାଗା ଚିହ୍ନଟ କରାଯାଇଥିବା ଜଣାପଡ଼ିଛି । ଖୁବଶୀଘ୍ର ଚିହ୍ନଟ ହୋଇଥିବା ସ୍ଥାନରେ ଖନନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଅଏଲ ଇଣ୍ଡିଆ କର୍ତୃପକ୍ଷ ।

https://www.youtube.com/watch?v=2SZ0x8QPc3w

ତେବେ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ଜଣାପଡିବା ପରେ ଗୋପ ଅଂଚଳରେ ନାହିଁ ନଥିବା ଖୁସି । ତେଲ ପାଇଁ ଖନନ ହେଲେ ସ୍ଥାନୀୟ ଅଂଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ଗୋପ ଅଂଚଳର ଯୁବକ, ଯୁବତୀମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ସେହିପରି ଗୋପ ଅଂଚଳର ବ୍ୟାପକ ବିକାଶ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି ।

ତୈଳ ଓ ଗ୍ୟାସର ବାଣିଜ୍ୟିକ ଉତ୍ପାଦନ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ବୈପ୍ଳବିକ ପରିବର୍ତନ ଆଣିପାରିବ । ଓଡିଶା ମଧ୍ୟ ଇନ୍ଧନ କ୍ଷେତ୍ରରେ ବିଶେଷ ଅଗ୍ରଗତି କରିପାରିବ ବୋଲି ଅଏଲ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *