ମହାଶିବ ରାତ୍ରୀରେ କିପରି ଭାବେ ଜାଗର ନିଷ୍ଠାର ସହ ପାଳିବେ ? ଜାଣନ୍ତୁ ଜାଗର ବ୍ରତର ସଂପୂର୍ଣ୍ଣ ବିଧି ! Jagar brat

ବନ୍ଧୁଗଣ ଜାଗର ଯାତ୍ରା ଦେବଙ୍କର ଦେବ ପ୍ରଭୁ ମହାଦେବଙ୍କର ଏକ ପର୍ବ ଅଟେ । ତେଣୁ ଏହି ଜାଗର ବ୍ରତ ଅନେକ ଲୋକ କରିଥାନ୍ତି  । ତେବେ ଯେଉଁ ମାନେ ଜାଗର ବ୍ରତ କରୁଥାନ୍ତି । ସେମାନେ ନିଜ ଘରେ ପୂଜା କରିବା ସହ ମନ୍ଦିରରେ କିପରି ବିଧିବିଧାନ ମାନି ପୂଜା କରିବେ ସେହି ବିଷୟରେ ଏଠାରେ ଜାଣିବା । ଯେଉଁମାନେ ଜାଗରବ୍ରତ କିମ୍ବା କୌଣସି ପ୍ରକାର ବ୍ରତ କରିଥିବେ । ସେମାନେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଅର୍ଥାତ ବ୍ରହ୍ମ ମୂହୁର୍ତ୍ତରୁ ସ୍ନାନ କରିବା ଉଚିତ ।

ତାପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ଘ୍ୟ ଅର୍ପଣ କରନ୍ତୁ । ତେବେ ସଂକଳ୍ପ କରି ନିଜର ବ୍ରତ ଆରମ୍ଭ କରନ୍ତୁ । ସଂକଳ୍ପ କରିବା ଅର୍ଥାତ ଘର ଠାକୁରଙ୍କ ପାଖରେ ହେଉ ଅବା ମନ୍ଦିରରେ ହେଉ । ଗୋଟିଏ ଦୀପ ଜାଳିକି ପ୍ରଭୁଙ୍କୁ ସ୍ମରଣ କରି ମୁଁ ପ୍ରଭୁଙ୍କର କୃପା ପ୍ରାପ୍ତ କରିବା ପାଇଁ ଏହି ବ୍ରତ ରଖୁଛି ବୋଲି ସଂକଳ୍ପ କରି ଜଣାଇବେ । କିଛି ଲୋକ ନିର୍ଜଳା ଉପବାସ କରି ଜାଗର ବ୍ରତ କରିଥାନ୍ତି । ଯଦି ଉପବାସ କରିପାରୁନାହାନ୍ତି ।

ତେବେ ପ୍ରଭୁ ମହାଦେବଙ୍କର ପୂଜା କରି ତାଙ୍କର ପାଦୁକା ପାଇସାରିଲା ପରେ ଫଳମୂଳ ଆଦି ସେବନ କରି ରହିପାରିବେ । ହେଲେ ସେଦିନ ଅର୍ଣ୍ଣ ଖାଇବା ଉଚିତ ନୁହେଁ । ବ୍ରତ କିମ୍ବା ଓଷାବାର ଦିନ କୌଣସି ବ୍ୟକ୍ତି ନିଜ ମନ ମଧ୍ୟକୁ କୌଣସି ବି ଖରାପ ଭାବନା ଆଣିବା ଉଚିତ ନୁହେଁ । କାହା ସହ କଳିଝଗଡା କରିବା କାହା ଉପରେ ବାଦ, ବିବାଦ ହିଂସା ଖରାପ କାମରୁ ନିଜକୁ ସବୁବେଳେ ନିବୃତ୍ତ ରଖିବାକୁ ଚେଷ୍ଟା କରନ୍ତୁ ।

ନଚେତ ପ୍ରଭୁଙ୍କର ଆଶ୍ରୀବାଦ ଯେତେ ଓଷା, ବାରବ୍ରତ କରିଲେ ବି ତାହା ବ୍ୟର୍ଥ ଯାଇଥାଏ । ବିଶେଷ କରି ଯଦି ଜାଗର ବ୍ରତ କରୁଥାନ୍ତି । ତେବେ ସେହି ଦିନଟିକୁ ଆପଣ ଭଗବାନ ଶିବଙ୍କୁ ସମର୍ପଣ କରି ପ୍ରଭୁଙ୍କୁ ଆରାଧନା କରି ଭଲ କାର୍ଯ୍ୟ କରନ୍ତୁ । ଏଥିସହ ରାତି ସମୟରେ ଦୀପ ମଧ୍ୟ ନିଜ ଘରେ କିମ୍ବା ଶିବ ମନ୍ଦିରରେ ଜାଳନ୍ତୁ ।

କାରଣ ରାତି ସାରା ଉଜାଗର ରହି ଦୀପ ଜାଳିବା ଓ ପ୍ରଭୁଙ୍କୁ ଆରାଧନା କରାଯାଉଥିବା ହେତୁ ଏହି ଓଷାର ନାମ ଜାଗର ରହିଛି । ତେଣୁ ଦୀପ ଜଳିବା ସମୟରେ ମନରେ କୌଣସି ବି ଇଆଡୁ ସିଆଡୁ କଥା ନଆଣି ପ୍ରଭୁଙ୍କୁ ସ୍ମରଣ କରି ତାଙ୍କର କୌଣସି ମନ୍ତ୍ର ପାଠ କରି ନିଷ୍ଠାର ସହ ଜାଗର ବ୍ରତ ପାଳନ କରନ୍ତୁ ।

ଯାହା ଦ୍ଵାରା ଆପଣଙ୍କ ଓ ଆପଣଙ୍କ ପରିବାର ଉପରେ ପ୍ରଭୁ ଶିବଙ୍କର କୃପା ଦ୍ରୁଷ୍ଟି ରହିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *