ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି କେତେ ଟଙ୍କା ଦକ୍ଷିଣା ଦେଲେ ଅନନ୍ତ ଅମ୍ବାନୀ ! ଦେଖନ୍ତୁ କଣ କହିଲେ ଶ୍ରୀମନ୍ଦିର ସେବାୟତ ?

ଦର୍ଶକ ବନ୍ଧୁ ଗତ କାଲି ଆମ ଭାରତର ସର୍ବ ଶ୍ରେଷ୍ଠ ଧନୀ ବ୍ୟକ୍ତି ଅନିଲ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓଡିଶା ଆସି ଥିଲେ । ଆଉ ତାଙ୍କର ଆସିବାକୁ ନେଇ ସାରା ଓଡିଶାରେ ଚର୍ଚ୍ଚାର ମାହୋଲ ସୃଷ୍ଟି ହୋଇ ଥିଲା । ତେବେ ଅନନ୍ତ ଓଡିଶା ଆସିବା ପଛରେ ଏକ ବଡ କାରଣ ହେଉଛି ତାଙ୍କ ବିବାହ । ଦର୍ଶକ ବନ୍ଧୁ ଗତ କିଛି ଦିନ ତଳେ ଅନନ୍ତ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ନିର୍ବନ୍ଧ କରି ଛନ୍ତି । ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ନାମ ହେଉଛି ରାଧିକା ମର୍ଚାନ୍ଟ ।

ତେବେ ଅନନ୍ତ ନିର୍ବନ୍ଧ କରିବା ପରେ ପୁରୀ ଜଗନ୍ନାଥ ମନ୍ଦିର ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଚାହୁଁ ଥିଲେ । ତେଣୁ ଗତ କାଲି ସେ ପୁରୀ ଆସିଥିଲେ । ତାଙ୍କ ପାଇ ଜେଟ ପ୍ଲସ ଶିକୁରୀଟିର ବ୍ୟବସ୍ଥା କରାଯାଇ ଥିଲା । ତେବେ ପୁରୀ ଆସିବା ପରେ ସେ କଣ କଲେ ଆସନ୍ତୁ ଜାଣିବା ।

ଏନେଇ ପୁରୀର ଜଣେ ସେବାୟତ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେବାୟତ ଜଣକ କହିଛନ୍ତି- ‘ପ୍ରଥମତଃ ଆମ ପାଖରେ ଯେତେବେଳେ ଖବର ଆସିଲା ଯେ ଅନନ୍ତ ଅମ୍ବାନୀ ପୁରୀ ମନ୍ଦିରକୁ ଆସୁଛନ୍ତି ସେତେବେଳେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଗଲା । ସେ ସାଢେ 3 ଟାରେ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଥିଲେ ଆଉ ଆମେ ବି ବହୁତ ଭଲ ଭାବରେ ତାଙ୍କୁ ଦର୍ଶନ କରାଇ ଥିଲୁ ।

ବାଇଶି ପାହାଚ ଦେଇ ସେ ଶ୍ରୀ ମନ୍ଦିର ଭିତରେ ପ୍ରବେଶ କରି ଥିଲେ । ସେ ପ୍ରାୟ 10 ମିନିଟ ସେଠାରେ ଛିଡା ହୋଇ ମହାପ୍ରଭୁଙ୍କୁ ଦର୍ଶନ କରି ଥିଲେ । ଏହା ପରେ ସେ ପୁରୀର ସମସ୍ତ ଠାକୁରଙ୍କ ଦର୍ଶନ କରି ମହାଲକ୍ଷ୍ମୀଙ୍କ ଦର୍ଶନ କରି ବାହୁଡି ଥିଲେ । ସେ କେତେ କଣ ଦାନ ଦେଇ ଛନ୍ତି ସେ କଥା ଆମେ ଜାଣିନୁ ହେଲେ ସେ ବହୁତ ଶ୍ରଦ୍ଧାରେ ସମସ୍ତଙ୍କୁ ଦାନ କରୁ ଥିଲେ ।

କିନ୍ତୁ ଏତିକି କହିବି ସେ ଅତି ଶ୍ରଦ୍ଧାରେ ଆଉ ଭକ୍ତିରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ସେତିକି ଆମ ପାଇଁ ବଡ କଥା । ସେ କହିଛନ୍ତି ଆଗକୁ ଆଲୋଚନା କରି ଶ୍ରୀ ମନ୍ଦିର ପାଇଁ କିଛି କରିବେ । ତାଙ୍କୁ ମଧ୍ୟ ପ୍ରଶାସନ ତରଫରୁ ଶ୍ରୀ ମନ୍ଦିରର କିଛି ଅଂଶ ତଥା ରଥ କାଠ, ଦଉଡି, ସାରଦା ବାଲି ଆଦି ଏକ ପ୍ଯାକେଟରେ ଦିଆ ଯାଇଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *