ସତ ହେଲା ଭବିଷ୍ୟବାଣୀ, ଜଗନ୍ନାଥ ମନ୍ଦିରରୁ ମିଳିଲା କଳିଯୁଗ ଅନ୍ତ ହୋବାର 5 ଟି ସଙ୍କେତ (Malika Bachan)

ନମସ୍କାର ବନ୍ଧୁଗଣ ତେବେ ମାଳିକାରେ ଲେଖା ଅଛି ଆମେ ସବୁ ଯେଉଁ ଯୁଗରେ ବଞ୍ଚିଛନ୍ତୁ ସେହି ଯୁଗର ନାମ ହେଉଛି କଳିଯୁଗ । ଯେବେବି ଅଧର୍ମ ତାର ସୀମା ଟପିଯିବ ସେବେ ଏହି କଳିଯୁଗର ଅନ୍ତ ଘଟିବ । ତେବେ ସାଧୁ ସନ୍ତ ନୁହେଁ ବରଂ ବୈଜ୍ଞାନିକ ମାନେ ମଧ୍ୟ କଳିଯୁଗ ର ଅନ୍ତ ହେବ ବୋଲି କହିଛନ୍ତି । ତେବେ ଆସନ୍ତୁ ଏହା ଉପରେ ଆଲୋଚନା କରି ନେବା
ତେବେ ଏହି ମାଳିକା ଵଚନ କୁ କିଏ ପଞ୍ଚ ସଖା ଲେଖିଥିଲେ ।

ତେବେ ୧୫ ଓ ୧୬ଶ ଶତାବ୍ଦୀକୁ ପଞ୍ଚସଖା ଯୁଗ କୁହାଯାଏ । ଏହି ଯୁଗରେ ପାଞ୍ଚଜଣ ଭକ୍ତିକବି ଅନନ୍ତ ଦାସ, ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ, ଜଗନ୍ନାଥ ଦାସ ଓ ବଳରାମ ଦାସଙ୍କୁ ନେଇ ପଞ୍ଚସଖା ଗଠିତ । ଏହି ପାଞ୍ଚଜଣଙ୍କୁ ଚୈତନ୍ୟଙ୍କ ପଞ୍ଚସଖା ମଧ୍ୟ କୁହାଯାଏ । ତେବେ ଶହ ବର୍ଷ ତଳେ ମହାପୁରୁଷ ତାଙ୍କ ସାଧନା ମାଧ୍ୟମରେ ଆଗତ ଭବିଷ୍ୟତର କିଛି କାର୍ଯ୍ୟପନ୍ଥା ଓ କିଛି ଭବିଷ୍ୟତକୁ ନିଶ୍ଚିନ୍ତତାର ଗାର ଓ ଠାର ମାଧ୍ୟମରେ ଲେଖି ଦେଇ ଯାଇଛନ୍ତି ତାହାକୁ ମାନେ ମାଳିକା କହିଥାଉ ।

ମାଳିକା ବଚନ ରେ କିଛି ଏପରି କଥା ଲେଖା ଯାଇଛି ଯାହା ବର୍ତ୍ତମାନ ସୁଧା ସତ ମଧ୍ୟ ହେଉଛି ଯେପରି କୁହାଯାଇଛି ଯେ ଘରେ ଘରେ ତିନୋଟି ରୋଗ ହେବ ତାହା ହେଉଛି ମଧୁମେହ, ହୃଦଘାତ ଏବଂ ବାୟୁ ରୋଗ । ତେବେ ବର୍ତ୍ତମାନ ଆପଣ ଦେଖିଥିବେ କି ଆଗରୁ ମଧୁମେହ ୧୦ ଜଣରେ ଜଣଙ୍କୁ ହୋଇଥାଏ କିନ୍ତୁ ବର୍ତ୍ତମାନ ଘରେ ଘରେ ମଧୁମେହ ରୋଗୀ । ଏହା ଛଡା ସୁସ୍ଥ ବ୍ୟକ୍ତି କୁ ମଧ୍ୟ ହୃଦଘାତ ଜନିତ ସମସ୍ୟା ଦେଖା ଦେଉଛି ଯାହା ଅଚାନକ ମୃତ୍ୟୁ ର କାରଣ ମଧ୍ୟ ।


ତେବେ ଆଗରୁ କେବଳ ବୃଦ୍ଧ ବ୍ୟକ୍ତି ଙ୍କୁ ଗ୍ୟାସ ଜନିତ ସମସ୍ୟା ହେଉଥିଲା କିନ୍ତୁ ବର୍ତ୍ତମାନ ସମସ୍ତଙ୍କୁ ଏହି ରୋଗ ହେଉଛି । ତେବେ ଏହା ସହ ଲେଖା ହୋଇଛି କି କାଗଜ ପତ୍ର ରେ ଖାଦ୍ୟ ଖାଇବେ ତେବେ ବର୍ତ୍ତମାନ କୌଣସି ବି ବଡ଼ ପୋଗ୍ରାମ ହେଉ ସେଠାରେ ଏହି କାଗଜ ପତ୍ରର ବ୍ୟବହାର ହିଁ ହେଉଛି । ତା ଛଡା କୁହାଯାଇଛି କି ଜଗନ୍ନାଥ ମନ୍ଦିରରୁ ପଥର ଖସିବ ଏବଂ ଓଡିଶା କୁ ଏକ ଭୟଙ୍କର ବାତ୍ୟା ଆସିବ । ଶ୍ରୀମନ୍ଦିର ବାନାରେ ନିଆ ଲାଗିବ କଳ୍ପତରୁ ବୃକ୍ଷ ଭାଙ୍ଗି ଯିବ ।

ତେବେ ଏହା ସବୁ ବର୍ତ୍ତମାନ ହୋଇ ସାରିଛି ମନ୍ଦିରରୁ ପଥର ଖସିଛି ବାତ୍ୟା ଆସିଛି ଧ୍ୱଂସ କରି ଦେଇ ଯାଇଛି ଏମିତି କି ବାନା ରେ ନିଆଁ ମଧ୍ୟ ଲାଗି ସାରିଛି । ତେବେ ଏହା ବୋଧ ହୁଏ କଳିଯୁଗ ଶେଷ ଏବଂ ପୃଥିବୀର ନାଶର ଆରମ୍ଭ ବୋଲି ମଧ୍ୟ କହି ପାରିବା । ତେବେ ଏହା ଛଡା ବୈଜ୍ଞାନିକ ମାନେ ମଧ୍ୟ କହିଛନ୍ତି କି ସୂର୍ଯ୍ୟ ର ତାପ ଏତେ ମାତ୍ରା ରେ ବଢୁଛି ଯେ ସବୁ ଆଡେ ମରୁଡି ହୋଇଯିବ ନଦୀ ସମୁଦ୍ରର ଜଳ ଶୁଖିଯିବ । ଫସଲ ନଷ୍ଟ ହୋଇଯିବ ।


ତେବେ ସାଟେଲାଇଟ ତରଳି ତାଭିତରେ ଥିବା ଭାଇରାସ ଆସି ଆମ ମନୁଷ୍ୟ କୁ କ୍ଷଣକେ ମାରିଦେବ । ତେବେ ଏହା ଛଡା ସେମାନେ କହିଛନ୍ତି କି ଯଦି ତୃତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୁଏ ତେବେ ଏହା ପୃଥିବୀର ଶେଷ ଦିନ ହୋଇବ । ଏହା ସହ ଉଲକା ପିଣ୍ଡ ମଧ୍ୟ ପୃଥିବୀ ଆଡ଼କୁ ଗତି କରି ଆସୁଛି ତେବେ ଏହା ଦ୍ୱାରା ମଧ୍ୟ ପୃଥିବୀର ନାଶ ହେବ ।

ତେବେ ଆହୁରି ମଧ୍ୟ କୁହାଯାଇଛି କି ନାରୀ ମାନେ ଉଲନଗ୍ନ ହୋଇ ବୁଲିବେ । ପାରିବାରିକ ସମ୍ପର୍କ ଭଲ ରହିବ ନାହିଁ ପୁରୁଷ ସ୍ତ୍ରୀ ଅଧୀନରେ ରହିବେ ଏବଂ ଟଙ୍କା ପଇସା ର ଅଭାବ ଦେଖା ଦେବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *