Pakistan ରେ ଅଚାନକ ଆରମ୍ଭ ହେଲା PM Modi ଙ୍କ ଚର୍ଚ୍ଚା, ହେଇଗଲା ଜବରଦସ୍ତ ଖେଳ ! 

ବନ୍ଧୁଗଣ ପାକିସ୍ତାନରେ ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ବୟାନ ପାଇଁ ଜବରଦସ୍ତ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ଅନେକ ପାକିସ୍ତାନୀ ଲୋକ ପିଏମ ମୋଦୀଙ୍କର ଏହି ବୟାନକୁ ସେୟାର କରୁଛନ୍ତି । ପିଏମ ମୋଦୀଙ୍କର ଏହି ବୟାନ ଅବଶ୍ୟ କିଛି ସମୟ ପୁରୁଣା ଅଟେ । ହେଲେ ସେହି ବୟାନଟି ପାକିସ୍ତାନ ପାଇଁ ଆଜି ପୁରା ଫିଟ ଅଛି । ପାକିସ୍ତାନରେ ଇମ୍ରାନ ଖାନଙ୍କର ସେହି 58 ଗିଫ୍ଟ ବିଷୟରେ ଚର୍ଚ୍ଚା ହେଉଛି ଯାହାକୁ ବିକ୍ରି କରି ସେ ବହୁତ ଭଲ ଟଙ୍କା କମାଇଲେ ।

ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଥିବା ବେଳେ ସାଢେ ତିନି ବର୍ଷ କାର୍ଯ୍ୟକାଳ ସମୟରେ 58ଟି ଉପହାର ମିଳିଥିଲା । ଆଉ ସେ ସବୁ ଉପହାରକୁ ବିକ୍ରି କରି ଇମ୍ରାନ 14 କୋଟି ଟଙ୍କା କମାଇଥିଲେ । ଇମ୍ରାନ ଖାନଙ୍କର ଏକ ହରକତକୁ ଦେଖି ପାକିସ୍ତାନ ଲୋକ ତାଙ୍କର ବହୁତ ଆଲୋଚନା କରୁଛନ୍ତି ।

ଆଉ ଏହାରି ମଧ୍ୟରେ ପାକିସ୍ତାନର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ବୟାନ ମିଳିଲା । ଆଉ ଏହି ବୟାନକୁ ନେଇ ପାକିସ୍ତାନରେ ଏବେ ଖୁବ ଚର୍ଚ୍ଚା ହେଉଛି । ଏହି ବୟାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଛନ୍ତି-‘ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୋତେ ଯେଉଁ ଉପହାର ମିଳିଥିଲା ତାର ମୂଲ୍ୟ 100 କୋଟିରୁ ଅଧିକ ଥିଲା । ସେହି ସବୁ ଉପହାର ଗୁଡିକୁ ଘରେ ସଜେଇ ରଖିବା ପାଇଁ ସମସ୍ତଙ୍କର ଇଛା ହେବ ହେଲେ ମୋର ଇଛା ନଥିଲା ।

ମୁଁ ସେ ସବୁ ଉପହାରକୁ ସରକାରଙ୍କ ଭଣ୍ଡାରରେ ଦେଇ ଦିଏ  । ଏହା ପରେ ମୁଁ ସେ ସବୁ ଜିନିଷର ଭାଲ୍ଯୁଏସନ କରିବାକୁ ଲାଗିଲି ତା ପରେ ସେ ସବୁ ଜିନିଷର ଅକ୍ସନ କରିଲି । ଆମେ ସମସ୍ତେ ଜାଣିଛୁ ରାଜେନେତାଙ୍କର ସବୁ କଥା ସତ ବୋଲି ମୁଁ କହୁନି କି ସବୁ କଥା ମିଛ ବୋଲି ବି ମୁଁ କହୁନି ।

ହେଲେ ମୁଁ ଗର୍ବରେ କହୁଛି ଯେତେବେଳେ ମୁଁ ଗୁଜୁରାଟ ଛାଡିଲି ଆଉ ଯେଉଁ ସବୁ ଜିନିଷ ମୋତେ ମିଳିଥିଲା ମୁଁ ସେ ସବୁ ଜିନିଷର ଅକ୍ସନ କରୁଥିଲି । ଆଉ ଅକ୍ସନରୁ ଯେତିକି ଟଙ୍କା ଆସୁଥିଲା ସେହି ଟଙ୍କାକୁ ମୁଁ ଚାଇଲ୍ଡ ଏଜୁକେସନ ପାଇଁ ସରକାରଙ୍କୁ ଡୋନେଟ କରୁଥିଲି । ପାଖାପାଖି 100 କୋଟିରୁ ଅଧିକ ଟଙ୍କା ମୁଁ ସେତେବେଳେ ସରକାରଙ୍କୁ ଦେଇଛି’ । ତା ହେଲେ ବନ୍ଧୁଗଣ ମୋଦୀଙ୍କର ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *