ଜଗା ଦୁଆରେ ମା ପୁଅଙ୍କ ମିଳନ, ମା’ ଆଖିରୁ ବୋହି ଯାଉଛି ଧାର-ଧାର ଲୁହ, ‘କାହିଁକି ତୁମ ମତେ ଛାଡି ପଲିଥିଲୁ ଧନ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଗତ ବୁଧୁବାର ଦିନ ଗଞ୍ଜାମ ର କାଳୁଆ ସାହି ର ରେଣୁକା ପାଣିଗ୍ରାହୀ ଙ୍କ ପୁଅ ନାରାୟଣ ପାଣିଗ୍ରାହୀ ୧୦ ମ ପରୀକ୍ଷାରେ ଫେଲ ହୋଇଯିବା ଭୟରେ ନିଜ ମା’ ପାଇଁ ଏକ ଚିଠି ଲେଖି ଘର ଛାଡି ଚାଲିଯାଇଥିଲେ । ଏହି ଚିଠିରେ ଲେଖିଥିଲେ ଯେ ମା’ ମୁଁ ୧୦ମ ପରୀକ୍ଷାରେ ପାସ ହେବି କି ନାହିଁ ତାହା ଜଣା ନାହିଁ । ସେଥିପାଇଁ ମୁଁ ଏହି ଘର ଛାଡି ଚାଲିଯାଉଅଛି ।

ମା’ ମୁଁ ତତେ କଥା ଦଉଛି ମୁଁ ଗୋଟିଏ ଭଲ ମଣିଷ ତଥା ଗୋଟିଏ ବଡ ମଣିଷ ହୋଇ ଘରକୁ ଫେରିବି । ଏହିଭଳି କିଛି ଚିଠି ଲେଖି ସେ ତାଙ୍କ ମା’ ଙ୍କୁ ଛାଡି ସବୁଦିନ ଲାଗି ଚାଲିଯାଇଥିଲେ । ଆଉ ଏହି ଖବର ଯେତେବେଳେ ପ୍ରସାରଣ ହୋଇଥିଲା ସେ ନିଜ ମା’ ଙ୍କ କାନ୍ଦ କୁ ଦେଖିଥିଲେ ଆଉ ସହି ପାରି ନଥିଲେ ।

ଏହା ପରେ ସେ ନିଜେ ଫୋନ କରି ପୁରୀର ଏକ ହୋଟେଲରେ ଥିବା ନିଜ ମା’ ଙ୍କୁ କହିଥିଲେ । ଏହାପରେ ରେଣୁକା ପାଣିଗ୍ରାହୀ ପୁଅକୁ ଆଣିବା ନିମନ୍ତେ ଯାଇ ପୁରୀରେ ପହଁଞ୍ଚିଥିଲେ ।ସ୍ଥାନୀୟ ପୋଲିସ ଙ୍କ ସହାୟତାରେ ସେଠାରୁ ତାଙ୍କ ପୁଅ କୁ ଆଣି ନିଜ ଘରକୁ ଫେରିଛନ୍ତି । ତେବେ ଏହି ମା’ ପୁଅ ଙ୍କ ମିଳନ ଜଗନ୍ନାଥ ଧାମ ପୁରୀ ରେ ହୋଇଥିଲା । ଗେଲ ବସରିଆ ପୁଅକୁ ପାଇ ମା’ କୁଣ୍ଢାଇ ଗେଲ କରିପକାଉଥିଲେ ।

ନିଜ ପୁଅକୁ ପାଇ ମା’ ଜଣଙ୍କ ବହୁତ ଖୁସି ଥିଲେ । ଉଭୟ ସେଠାରେ କିଛି ସମୟ ପରସ୍ପରକୁ ବୁଝାଇ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ତେବେ ମା’ ପୁଅ ଙ୍କ ଆଖିରୁ ଧାର ଧାର ଲୁହ ଝରୁଥିବାର ଦେଖିବାକୁ ମିଳିଥିଲା । ପୁଅ ର ଚିଠି ପଢୀ ମା’ ଜଣକ ଧର୍ଯ୍ୟହରା ହୋଇଯାଇଥିଲେ । କାରଣ ପୁଅ ପାଠୁଆ ହେଉ କି ନ ହେଉ ମା’ ର ମମତା ସମାନ ରହିଥାଏ ନିଜ ପିଲାଙ୍କ ପ୍ରତି ।

କିନ୍ତୁ ଅଜ୍ଞାନ ପିଲା ମାନେ ଏତିକି ନ ବୁଝି ଭୟରେ ଏଭଳି କିଛି ଭୁଲ କରି ବସିଥାନ୍ତି ଯାହାର ସଂଶୋଧନ ପ୍ରାୟ ଅସମ୍ଭବ ହୋଇଯାଇଥାଏ । ତେବେ କିଛି ଭୁଲ ନିଷ୍ପତ୍ତି ନେବା ପୂର୍ବରୁ ଚାରିଆଡୁ ବୁଝି ବିଚାରୀ ଆଗକୁ ଆଗେଇବା ନିହାତି ଆବଶ୍ୟକ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *