ଯଦି ଏହି ଗଛ କଉଠି ମିଳିଯାଏ ତାହେଲେ ଧନବାନ ହବାକୁ କେହି ଅଟକାଇ ପାରିବେ ନାହିଁ

ଯଦି ଆପଣଙ୍କ ଘରେ ବିଶୃଙ୍ଖଳା ଓ ଧନର ଅଭାବ ବା କୌଣସି ସମସ୍ୟା ହେଉଛି ତାହେଲେ ଜାଣି ନିଅନ୍ତୁ ଆପଣଙ୍କ ଏହି ସମସ୍ତ ସମସ୍ୟା ଦୂର ହେବାକୁ ଯାଉଛି । କାରଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଗଛ ବିଷୟରେ କହିବୁ, ଯାହାକୁ ଆପଣ ଘରେ ଲଗାଇଲେ ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହି ଗଛ ବିଷୟରେ ।

ପରିବାରରେ କେତେବେଳେ ଧନର ଅଭାବ ହୋଇଥାଏ ତ କେତେବେଳେ ବାଦବିବାଦ । ଆପଣମାନେ ଏହି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଉପାୟ କରିଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଉପାୟର ସମାଧାନ ପାଇଁ ଏକ ଗଛର ନାମ କହିବାକୁ ଯାଉଛୁ, ସେହି ଗଛଟି ହେଉଛି ଅରଖ ଗଛ । ସାଧାରଣତଃ ଅଧିକାଂଶ ଲୋକଙ୍କ ଘର ପାଖରେ ଏହି ଗଛ ଦେଖିବାକୁ ମିଳିଯିବ । ଅରଖ ଗଛର କ୍ଷୀର ବିଶାକ୍ତ ହୋଇଥାଏ । ହେଲେ ଏଥିରେ ଭଗବାନ ଗଣେଶ ବାସ କରନ୍ତି ।

ଯଦି ଆପଣଙ୍କ ଘର ପାଖରେ ଏହି ଗଛ ରହିଛି, ତାହାଲେ ତୁରନ୍ତ ଏହି ଗଛର ଚେରକୁ ଆଣି ନିଜ ଘର ବାହାରେ ତଥା ବଗିଚାରେ ଲଗାନ୍ତୁ । ଯେହେତୁ ଏହି ଗଛର କ୍ଷୀର ବିଶାକ୍ତ ହୋଇଥାଏ, ସେଥିପାଇଁ ଏହାକୁ ଘର ବାହାରେ ତଥା ବଗିଚାରେ ଲଗାଇବା ଉପଯୋଗୀ ହୋଇଥାଏ । ଏହି ଗଛକୁ ଆପଣ ନିଜ ଘରର ବଗିଚାରେ ଲଗାଇବା ଦ୍ଵାରା, ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ଏହି ଗଛକୁ ଆପଣ ନିଜ ଘର ସାମ୍ନାରେ ଲଗାଇ ଦେବେ ।

ଯଦି ଆପଣଙ୍କର ଖରାପ ସମୟ ଚାଲିଥାଏ, ତାହାଲେ ଆପଣ ଏହି ଗଛର ଚେରକୁ ଆଣି ନିଜ ଘରେ ପୂଜା କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରୁ ବ୍ୟାଡ ଲକ ଦୂର ହୋଇଯିବ । ଯେକୌଣସି ପୂର୍ଣ୍ଣିମା ଦିନ ଆପଣ ଏହି ଗଛର ଚେରକୁ ଏକ ନାଲି କପଡାରେ ବାନ୍ଧି ଘରେ ରଖନ୍ତୁ ଓ ଏହାର ପୂଜା ଅର୍ଚନା କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଉପରେ ଥିବା ସମସ୍ତ ଦୁଷ୍ଟ ଗ୍ରହମାନଙ୍କ ପ୍ରଭାବ ଶାନ୍ତ ହୋଇଯିବ । ଏହା ସହିତ ଆପଣ ଭଗବାନ ଗଣେଶଙ୍କ ଆରାଧନା କରନ୍ତୁ ।

ଯଦି ଆପଣଙ୍କ ଘରେ ବାଦବିବାଦ ଲାଗି ରହିଛି ବା ବିଶୃଙ୍ଖଳା ଲାଗିରହିଛି, ତା ହେଲେ ଆପଣ ସବୁଦିନ ଅରଖ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ଓ ଭଗବାନ ଗଣେଶଙ୍କ ଆରାଧନା କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଘରେ ହେଉଥିବା ସମସ୍ତ ବାଦବିବାଦ ଦୂର ହୋଇଯିବ । ଏହାର ଚେରକୁ ପୂଜା କରି ଆପଣ ନିଜ ପାଖରେ ରଖିପାରିବେ, ଏହା ଦ୍ୱାରା ଆପଣଙ୍କ ମନରେ ଥିବା ସମସ୍ତ ଭୟ ଦୂର ହୋଇଯିବ ।

ହେଲେ ଏହି ଗଛକୁ ଭୁଲ ରେ ମଧ୍ୟ ହାଣିବେ ନାହିଁ ଓ ଗୋଇଠା ମାରିବେ ନାହିଁ । ଏହି ସମସ୍ତ ଉପାୟ କରିବା ଦ୍ଵାରା ଆପଣଙ୍କୁ କେବେ ବି ଧନର ଅଭାବ ହେବ ନାହିଁ ଓ ଆପଣଙ୍କ ପରିବାରରେ ସୁଖ ଓ ସମୃଦ୍ଧିର ବୃଦ୍ଧି ହେବ । ଏହି ସବୁ ଉପାୟକୁ ଶୀଘ୍ର କରି ଏହାର ଆନନ୍ଦ ନିଅନ୍ତୁ ଓ ନିଜ ସମ୍ପର୍କୀୟ ମାନଙ୍କୁ ମଧ୍ୟ ଏହି ଚମତ୍କାରୀ ଉପାୟ ବିଷୟରେ କୁହନ୍ତୁ ।

ତେବେ ଯଦି ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଛି ତେବେ ଏହାକୁ ଲାଇକ ଓ ଶେୟାର କରିଦେବେ । ଏମିତି ହିଁ ଜ୍ୟୋତିଷୀୟ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *