ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ପଜିଟିଭ ବୋଲି ଜଣାପଡିଛି । ଏହା ପରେ ତାଙ୍କୁ ମୁମ୍ବାଇର ନାନାବଟୀ ହସ୍ପିଟଲରେ ଭର୍ତ୍ତି କରାଯାଇଛି । 77 ବର୍ଷୀୟ ଅମିତାଭ ବଚ୍ଚନ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି । ଅମିତାଭ ବଚ୍ଚନ ତାଙ୍କ ଟ୍ୱିଟରେ ଲେଖିଛନ୍ତି, “ମୁଁ କରୋନା ପଜିଟିଭ୍ ବାହାରିଛି । ହସ୍ପିଟାଲକୁ ଶିଫ୍ଟ କରା ଯାଉଛି | ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରା ଯାଉଛି । ପରିବାର ଏବଂ ବାକି ଷ୍ଟାଫଙ୍କର ପରୀକ୍ଷା ଚାଲିଛି । ଯାଞ୍ଚର ଫଳାଫଳକୁ ଅପେକ୍ଷା କରାଯାଇଛି । ଗତ ୧୦ ଦିନରେ ଯିଏ ବି ମୋର ନିକଟତତର ଥିଲେ ମୁଁ ସେ ସମସ୍ତଙ୍କୁ ଅନୁରୋଧ କରୁଛି କି ନିଜର ଟେଷ୍ଟ କରି ନିଅନ୍ତୁ ।”
T 3590 -I have tested CoviD positive .. shifted to Hospital .. hospital informing authorities .. family and staff undergone tests , results awaited ..
All that have been in close proximity to me in the last 10 days are requested to please get themselves tested !— Amitabh Bachchan (@SrBachchan) July 11, 2020
ବିଗ୍ ବି ପାଖରେ ଅନେକ ପ୍ରୋଜେକ୍ଟ ଅଛି ଯାହାକୁ ତାଙ୍କୁ ପୁରା କରିବାର ଅଛି | ଅମିତାଭଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଚେହରେ, ବ୍ରହ୍ମାସ୍ତ୍ର, ବଟରଫ୍ଲାଏ, ଝୁଣ୍ଡ ଏବଂ Uyarndha Manithan ଅନ୍ତର୍ଭୁକ୍ତ | ଆପଣଙ୍କୁ କହି ଦେଉଛୁ କି ଫିଲ୍ମ ଠଗ୍ସ ଅଫ୍ ହିନ୍ଦୁସ୍ତାନ ଫିଲ୍ମର ସୁଟିଂ ସମୟରେ ବିଗ୍ ବି ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଏସବୁ ବ୍ୟତୀତ ଅମିତାଭ ବଚ୍ଚନ ମଧ୍ୟ କୌନ ବନେଗା କାରୋଡପତି ପାଇଁ ସୁଟିଂ କରୁଥିଲେ। ସେ ସୋ’ର ପ୍ରୋମୋ ଭିଡିଓ ସୁଟ୍ କରିଥିଲେ ଏବଂ ଏପିସୋଡର ସୁଟିଂ ପାଇଁ ପ୍ରସ୍ତୁତି ଚାଲିଥିଲା।
ଜଗଦୀପଙ୍କ ବିୟୋଗରେ ଲେଖିଥିଲେ ଏହି ବ୍ଲଗ୍
ନିକଟରେ ଅଭିନେତା ଜଗଦୀପଙ୍କ ମୃତ୍ୟୁକୁ ନେଇ ଅମିତାଭ ବଚ୍ଚନ ତାଙ୍କ ପାଇଁ ଏକ ବ୍ଲଗ୍ ଲେଖିଥିଲେ । ସେ ତାଙ୍କ ବ୍ଲଗରେ ଲେଖିଥିଲେ, “ଗତକାଲି ରାତିରେ ଆମେ ଅନ୍ୟ ଏକ ନଗିନାଙ୍କୁ ହରାଇଲୁ । ଜଗଦୀପ, କମିକ ଆକଟିଂ ର ଏକ ନିଆରା କଳା ବିଶିଷ୍ଟ କଳାକାର। ସେ ନିଜର ଏକ ନିଆରା ଷ୍ଟାଇଲ ଡେଭଲପ କରିଥିଲେ … ଏବଂ ମୋତେ ମଧ୍ୟ ତାଙ୍କ ସହ ଅନେକ ଚଳଚ୍ଚିତ୍ରରେ କାମ କରିବାକୁ ସୁଯୋଗ ମିଳିଥିଲା । ଯାହା ଦର୍ଶକ ଙ୍କୁ ସବୁଠୁ ଅଧିକ ସ୍ମରଣୀୟ ଅଟେ ତାହା ହେଲା ଶୋଲେ ଏବଂ ସେହେଂଶାହ ରେ ତାଙ୍କର କାମ । ”
ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ