ଯଦି ଆପଣଙ୍କ ରାଶି ମେଷ ଅଟେ ତେବେ ଏହି ଲୋକଙ୍କ ଠାରୁ ରୁହନ୍ତୁ ସାବଧାନ, ନହେଲେ ହୋଇପାରେ ବହୁତ ବଡ କ୍ଷତି

ରାଶି ଚକ୍ରରେ ସବୁଠୁ ପ୍ରଥମରେ ଓ ପ୍ରମୁଖ ଆସୁଥିବା ମେଷ ରାଶିର ଲୋକଙ୍କ ବିଷୟରେ ଏମିତି କୁହାଯାଇଥାଏ କି ତାଙ୍କ ଦେହରେ ଜନ୍ମରୁ ହିଁ ଲିଡର ଶିପ କ୍ୱାଲିଟି ରହିଥାଏ , ଜ୍ୟୋତିଷ ଅନୁସାରେ , ମେଷ ରାଶିର ବ୍ୟକ୍ତିମାନେ ଊର୍ଜାବନ୍ , ଦୟାବାନ୍ , ଓ ଅଧିକ ସ୍ନେହୀ ହୋଇଥାନ୍ତି , ଏମାନେ କାମକୁ ନେଇ ବହୁତ ନିଷ୍ଟାବନ ଓ ଦୃଢ ଜଣା ଯାଆନ୍ତି , ମେଷ ରାଶି ମାନଙ୍କୁ ଅସମ୍ମାନ କେକେ ବି ପସନ୍ଦ ହୁଏନାହିଁ । ଯଦି ତାଙ୍କ ସହିତ କିଏ ଅସମ୍ମାନ ବ୍ୟବହାର କଲା , ତେବେ ତାଙ୍କୁ ବହୁତ ଶୀଘ୍ର ହିଁ ରାଗ ଆସିଥାଏ ।

କିନ୍ତୁ ଆଜି ଆମେ ମେଷ ରାଶି ମାନଙ୍କର ଗୁଣ ଓ ଅବଗୁଣ ବିଷୟରେ କଥା ହେବା ନାହିଁ , ଆମେ କଥା ହେବା ମେଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ କେଉଁ ରାଶିର ଲୋକ ଭଲ ସାଙ୍ଗ ହୋଇଥାଆନ୍ତି ଓ କେଉଁ ରାଶି ମାନେ ଶତ୍ରୁ ହୋଇଥାନ୍ତି ଆସନ୍ତୁ ଜାଣିବା ।

ମେଷ ରାଶି

ନିଜ ରାଶି ମାନଙ୍କ ସହିତ ଭଲ ସମ୍ପର୍କ ରହିଥାଏ, ଏହି ସମ୍ପର୍କ ଆହୁରି ଭଲ ସେତେବେଳେ ହୁଏ , ଯେତେବେଳେ ମେଷ ରାଶିର ପୁରୁଷ ଓ ମେଷ ରାଶିର ମହିଳାଙ୍କର ମିଳନ ହୋଇଥାଏ ,କିନ୍ତୁ ଏହି ବିଷୟରେ ଜ୍ୟୋତିଷଙ୍କ କହିବା କଥା ଏହା କି ଏହି ଯୋଡି ଲାଭବାନ ସେତେବେଳେ ହେବେ ଯେତେବେଳେ ଏହି ଦିଜଣଙ୍କ ନକ୍ଷତ୍ର ଅଲଗା ଅଲଗା ହେବ ।

ବୃଷ ରାଶି

ଏହି ରାଶିର ସ୍ଵାମୀ ଶୁକ୍ର ଅଟନ୍ତି ଓ ଶୁକ୍ର ଅଧିକ ଶକ୍ତଶାଳୀ ଅଟନ୍ତି , ଯେତେବେଳେ କି ମେଷ ରାଶିର ସ୍ଵାମୀ ମଙ୍ଗଳ ହୋଇଥାନ୍ତି , ମଙ୍ଗଳଙ୍କୁ ମଧ୍ୟ ଶୂରବୀର ଓ ପରମ ପରିକ୍ରମୀ କୁହାଯାଏ । ଏମିତିରେ ଏହି ଦୁଇଟି ରାଶିଙ୍କ ମଧ୍ୟରେ ଯଦି ସମ୍ବନ୍ଧ ହୁଏ , ତେବେ ଏହା ବହୁତ ଶକ୍ତିଶାଳୀ ଜଣାଯାଏ , କିନ୍ତୁ ଏହି ଲୋକଙ୍କ ମଧ୍ୟରେ ସମ୍ବନ୍ଧ ସେତେବେଳ ହେବ , ଯେତେବେଳେ ଦୁହିଁଙ୍କ ଭିତରେ ଠିକ ବୁଝାବଣା ରହିବ ।

ମିଥୁନ ରାଶି

ମିଥୁନ ରାଶିର ଲୋକେ ଉର୍ଜାବାନ ଓ ଅଧିକ ଚତୁର ଚାଲାଖ ହୋଇଥାନ୍ତି । ଏମାନଙ୍କ ପାଇଁ ଗୋଟେ କଥା କୁହାଯାଏ କି ଏମାନଙ୍କୁ ଖୁସ ମିଜାସ ଓ ହସମୁଖ ସ୍ଵଭାବର ଲୋକେ ଅଧିକ ପସନ୍ଦ ହୋଇଥାନ୍ତି , ଏମିତିରେ ମେଷ ରାଶିର ଲୋକ ମାନଙ୍କୁ ହସମୁଖ ଚେହେରା ନିଶ୍ଚୟ ପସନ୍ଦ ଆସିଥାଏ ।

କର୍କଟ ରାଶି

ମେଷ ଓ କର୍କଟ ରାଶି ମଧ୍ୟରେ ଶୀଘ୍ର ପରସ୍ପର ଭିତରେ ସମ୍ବନ୍ଧ ହୋଇ ପାରିନଥାଏ । ଏମାନଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଭଲ ସମ୍ବନ୍ଧ କରିବା ପାଇଁ ଅଧିକ ଚେଷ୍ଟା କରିବାକୁ ପଡ଼ିଥାଏ ।

ସିଂହ ରାଶି

ସିଂହ ରାଶିର ଲୋକଙ୍କର ପାର୍ଟନର ଶିପ ମେଷ ରାଶି ସହିତ ବହୁତ ଭଲ ହୋଇଥାଏ , କାହିଁକି ନା ଦୁଇ ରାଶିଙ୍କର ସ୍ଵାମୀ ଉଗ୍ର ସ୍ୱଭାବର ହୋଇଥାନ୍ତି , କୁହାଯାଏ କି ଏହି ଦିଜଣ ଅଗ୍ନି ତତ୍ଵ ରାଶି ଅଟନ୍ତି ସେଥିପାଇଁ ଏମାନଙ୍କ ମଧ୍ୟରେ ଭଲ ସମ୍ବନ୍ଧ ହୋଇଥାଏ ।

କନ୍ୟା ରାଶି

କନ୍ୟା ରାଶିର ଲୋକେ ଜନ୍ମରୁ ଲାଜକୁଳୀ ହୋଇଥାନ୍ତି । ତାଙ୍କ ବିଷୟରେ କୁହାଯାଏ କି ସେ ତାଙ୍କ ଆଦର୍ଶ ସହିତ କେବେ ବି ବୁଝାବଣା କରନ୍ତି ନାହିଁ । ଯଦି ମେଷ ଓ କନ୍ୟା ରାଶି ମାନଙ୍କ ଭିତରେ ବୁଝାବଣା ହୁଏ , ତେବେ ଏହା ୟୁନିକ ସମ୍ପର୍କ ହୋଇଥାଏ ।

ତୁଳା ରାଶି

ତୁଳା ଓ ମେଷର ଲୋକଙ୍କ ଭିତରେ ବୁଝାବଣା ଭଲ ହୋଇଥାଏ , କାହିଁକି ନା ତୁଳା ରାଶି ବାଲା ଅଧିକ ପ୍ରତିଷ୍ଠିତ ଓ ସମ୍ମାନିତ ହୋଇଥାଆନ୍ତି ।

ବିଛା ରାଶି

ମେଷ ଓ ବିଛା ରାଶିଙ୍କ ବୁଝାବଣା ଭଲ ହୋଇ ନଥାଏ , ଏହି ଦୁଇ ରାଶିଙ୍କ ଭିତରେ ବୁଝାବଣା ହେବା ବହୁତ କଠିନ ଜଣାଯାଏ , କାହିଁକି ନା ବିଛା ରାଶିର ଲୋକେ ଟିକେ ରହସ୍ୟମୟୀ ରୂପର ହୋଇଥାଆନ୍ତି । ଯଦି ମେଷ ରାଶିର ଲୋକେ ଏମାନଙ୍କ ସହିତ ବୁଝାବଣା କରିବାକୁ ଚେଷ୍ଟା କରିବେ ତେବେ ତାଙ୍କୁ ଅଧିକ କଷ୍ଟ କରିବାକୁ ପଡ଼ିବ । ଏହି ବୁଝାବଣା ଆଗକୁ ଚାଲି ବହୁତ ଅସୁବିଧା ବଢାଇ ପାରେ ।

ଧନୁ ରାଶି

ଧନୁ ଓ ମେଷ ରାଶିର ଲୋକଙ୍କର ମିଳନ ଅଧିକ ଶୁଭ ଜଣାଯାଏ । ଦୁଇ ରାଶିର ଗୁଣ ଅଧିକ ମିଶିଥାଏ । ଧନୁ ରାଶିର ଲୋକ ଊର୍ଜାରେ ଭରପୁର ଅଟନ୍ତି ।

ମକର ରାଶି

ମକର ରାଶିର ଲୋକେ ଶୀଘ୍ର କାହାକୁ ନିଜର କରି ନଥାନ୍ତି । ଏହି ରାଶିର ଲୋକ ଟିକେ ସନ୍ଦେହ କରିବା ସ୍ଵଭାବର ହୋଇଥାନ୍ତି , ସେଥିପାଇଁ ମକର ଓ ମେଷ ରାଶିର ମିଳନ ବହୁତ କଠିନ ହୋଇଥାଏ । ଦିଜଣଙ୍କ ଭିତରେ ସେତେବେଳେ ଯାଇ ବୁଝାବଣା ହେବ ଯେତେବେଳେ ପରସ୍ପର ଭିତରେ ମତଭେଦ ଦୁର ହେବ ।

କୁମ୍ଭ ରାଶି

କୁମ୍ଭ ଓ ମେଷ ରାଶିର ସମ୍ବନ୍ଧ ବହୁତ ଭଲ ହୋଇଥାଏ । ଯଦି ଦୁଇ ରାଶିର ମିଳନ ହୁଏ , ତେବେ ଦୁହିଁଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଥାଏ, ଦୁଇ ରାଶିଙ୍କ ମଧ୍ୟରେ ବହୁତ ଉଚ୍ଚ ତାଳମେଳ ରହିଥାଏ ।

ମୀନ ରାଶି

ମୀନ ରାଶିର ଲୋକ ସ୍ଵଭାବରେ ବହୁତ ଚତୁର ହୋଇଥାନ୍ତି ଓ ଏହି କାରଣ ଅଟେ କି ମେଶ ରାଶିର ଲୋକ ଏମାନଙ୍କୁ ବୁଝି ପାରନ୍ତି ନାହିଁ । ଯଦି ଏହି ଦୁଇ ରାଶିଙ୍କ ମଧ୍ୟରେ ସମ୍ବନ୍ଧ ବନିଥାଏ, ତେବେ ସେମାନଙ୍କ ଜୀବନ ବହୁତ ସମସ୍ୟାରେ ଭରିଯାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *