ଯଦି ଆପଣବି ହାତର ଏହି ଆଙ୍ଗୁଳିରେ ପିନ୍ଧିଛନ୍ତି ମୋତି ତେବେ ନିଶ୍ଚୟ ଜାଣି ନିଅନ୍ତୁ ଏହି କଥା

ଜ୍ୟୋତିଷ ରତ୍ନ ଶାଖାରେ ମୋତି ଧାରଣ କରିବା ଦ୍ୱାରା ମନ ଏକାଗ୍ର ହୋଇଥାଏ । ନକରାତ୍ମକ ଚିନ୍ତା, ମାନସିକ ଚିନ୍ତା ଭଳି ସମସ୍ୟାରେ ମଧ୍ୟ ମୋତି ଧାରଣ କଲେ ଲାଭ ହୋଇଥାଏ । କିନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୋତି ଧାରଣ କରିବା ଉଚିତ କଥା ନୁହେଁ । ମୋତି ସବୁ ବ୍ୟକ୍ତିଙ୍କ ପାଇଁ ଶୁଭ ହେବ ବୋଲି ସେମିତି କିଛି ନିର୍ଦ୍ଦିଷ୍ଟ ନାହିଁ । ବହୁ ପରିସ୍ଥିତିରେ ମୋତି ବ୍ୟକ୍ତିଙ୍କ ପାଇଁ ମାରାତ୍ମକ ରତ୍ନର କାର୍ଯ୍ୟ ବି କରିଥାଏ ଓ ସେଥିରୁ ସ୍ୱାସ୍ଥ୍ୟର କଷ୍ଟ, ରୋଗ, ଦୁର୍ଘଟଣା ସଂଘର୍ଷ ସୃଷ୍ଟି କରିଥାଏ ।

ଏମିତିରେ ବିନା ବିଶେଷଜ୍ଞଙ୍କ ଅନୁମତିରେ ମୋତି କେବେ ବି ଧାରଣ କରିବା କଥା ନୁହେଁ । କୁଣ୍ଡଳିରେ ଚନ୍ଦ୍ରମା କମଜୋର ହେବା ଦ୍ଵାରା ମୋତି ପିନ୍ଧିବାକୁ ନିର୍ଦେଶ କେବଳ ସେହି ବ୍ୟକ୍ତିକୁ ଦିଆ ଯାଇଥାଏ ଯେଉଁ ମାନଙ୍କର କୁଣ୍ଡଳୀରେ ଚନ୍ଦ୍ରମା ଶୁଭ କାରକ ଗ୍ରହ ହୋଇଥାନ୍ତି ।

ମେଷ,କର୍କଟ,ବୃଷ ଓ ମିନ ଲଗ୍ନ ଜାତକ ମାନଙ୍କ ପାଇଁ ମୋତି ଧାରଣ କରିବା ଶୁଭ ବୋଲି କୁହାଯାଏ ଓ ଶୁଭ ମଧ୍ୟ ଅଟେ । ଏହା ବ୍ୟତୀତ ବୃଷ, ମିଥୁନ, କନ୍ୟା,ତୁଳା ଓ ମକର ଲଗ୍ନ ମାନଙ୍କ ପାଇଁ ମଧ୍ୟମ ଅଟେ ମୋତି । କାହିଁକି ନା ଏହି ଲଗ୍ନରେ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ପରେ ମୋତି ଧାରଣ କରି ପାରିବେ ନଚେତ ଅସୁବିଧାର ସମ୍ମଖୀନ ହୋଇ ପାରନ୍ତି ।

ମୋତି କୁ ଚାନ୍ଦିର ଆଙ୍ଗୁଠିରେ ବନାଇ ସିଧା ହାତ ବା କନିଷ୍ଠ ଆଙ୍ଗୁଳିରେ ଓ ଅନାମିକା ଆଙ୍ଗୁଳିରେ ପିନ୍ଧି ପାରିବେ । ଏହାକୁ ଧଳା ସୂତା ବା ଯଦି ଚାନ୍ଦିର ଚେନ ସହିତ ଲକେଟ ରୂପରେ ବେକରେ ମଧ୍ୟ ପକେଇ ପାରିବେ । ମୋତିକୁ ସୋମବାର ଦିନ ସକାଳୁ ସର୍ବ ପ୍ରଥମେ ଗାଈର କଞ୍ଚା କ୍ଷୀର ବା ଗଙ୍ଗାଜଳରେ ଅଭିଷେକ କରି ଧୂପ ଦୀପ ଦେଇ ଚାନ୍ଦ୍ରମାଙ୍କ ମନ୍ତ୍ର ଓଃ ସୋମ ସୋମାୟ ନମଃ: ତିନୋଟି ମାଳ ଜପ କରିବା ଦରକାର । ତାପରେ ପୂର୍ବ ବା ଉତ୍ତର ଦିଗକୁ ମୁହଁ କରି ମୋତି ବିନ୍ଧିବା କଥା । ଏହା କରିବା ଦ୍ଵାରା ମନକୁ ଶାନ୍ତି ମିଳିଥାଏ ଓ ମନ ଖୁସି ରୁହେ । ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ଏମିତ ନୂଆ ଲେଖାସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *