କରୋନା ଭାଇରସକୁ ନେଇ WHO ଏକ୍ସପର୍ଟ କଲେ ଏମିତି ଭବିଷ୍ୟବାଣୀ

କରୋନା ଭାଇରସ୍ ର ଟୀକା କୁ ନେଇ କେତେବେଳେ ଆମେରିକା ଦାବି କରୁଛି ତ କେତେବେଳେ ଇସ୍ରାଏଲ ଦାବି କରୁଛି । ଚୀନ୍ ମଧ୍ୟ ଦାବି କରୁଛି ଯେ ତାହା ଦ୍ଵାରା ପ୍ରସ୍ତୁତ ହୋଇଥିବା କରୋନା ଟୀକା ବଜାରକୁ ପ୍ରଥମେ ଆସିବ । ଏଠାରେ ଭାରତ ମଧ୍ୟ ତାହାର କରୋନା ଟୀକାକୁ ବଜାରକୁ ଆଣିବ ବୋଲି ଦାବି କରୁଛି । ଏହି ସବୁ ଖବର ମଧ୍ୟରେ WHO ସମସ୍ତଙ୍କ ହୋସ୍ ଉଡାଇଲା ଭଳି ଖବର ଦେଇଛି । WHO ର ଏକ ଅଭିଜ୍ଞ ଗବେଷକଙ୍କ ମତ ଦ୍ଵାରା ଚିକିତ୍ସା ବିଜ୍ଞାନର ସ୍ଥିତି ଧୈର୍ଯ୍ୟହରା ହୋଇପାରେ ।

WHO ର ଅଭିଜ୍ଞ ଡାକ୍ତର ଡେବିଡ ନୌବେରୋ କହିଛନ୍ତି ଏମିତି ବି ହୋଇପାରେ କି କରୋନା ଭାଇରସ୍ ର ଟୀକା କେବେ ବି ନ ଆସିପାରେ । ଡାକ୍ତର ଡେଭିଡ ନୌବେରୋ ଏହି ଭଳି ମତ ଏଥିପାଇଁ ରଖିଛନ୍ତି କି ଏଚ୍ ଆଇ ଭି (hiv) ଓ ଡେଙ୍ଗୁ ର ଟୀକା ବହୁ ବର୍ଷ ରିସର୍ଚ ପରେ ମଧ୍ୟ ତିଆରି ହୋଇପାରିଲା ନାହିଁ ।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅଭିଜ୍ଞ ଡାକ୍ତର ଡେଭିଡ ନୌବେରୋ କହିଛନ୍ତି ଯେ ଏଠାରେ ଏମିତି କିଛି ଭାଇରସ୍ ଅଛି ଯାହାର ଟୀକା ନାହିଁ । ଆମ୍ଭେମାନେ ଏହାକୁ ମାନି କି ଚାଲିପାରିବା ନାହିଁ ଯେ ଟୀକା ଆସିବ ଏବଂ ଟୀକା ଆସିଲେ ମଧ୍ୟ ଏହା କଣ ସବୁ ପ୍ରକାରର ସୁରକ୍ଷା ଓ କ୍ଷମତା ଉପରେ ନିର୍ଭର ଯୋଗ୍ୟ ହେବ ।

ଉଲ୍ଲେଖନୀୟ ଅଟେ କି WHO ର ମୁଖ୍ୟ ମଧ୍ୟ କରୋନା ଭାଇରସ୍ କୁ ନେଇକି ଭୟଙ୍କର ଭବିଷ୍ୟବାଣୀ କରିଆସୁଛନ୍ତି ଏବଂ ଏକ୍ସପର୍ଟମାନଙ୍କ ଆଶଙ୍କାକୁ ନେଇ ଲୋକଙ୍କ ମନରେ ଚିନ୍ତା ବଢାଇ ଦେଇଛନ୍ତି । ଏକ ଇଂରାଜୀ ଟିଭି ଚ୍ୟାନେଲ ରେ ନୌବେରୋ କହିଛନ୍ତି ଯେ ସବୁଠୁ ଖରାପ ସ୍ଥିତି ହୋଇପାରେ । ଏମିତିକି ଏହାର କୌଣସି ପ୍ରତିଶେଧକ ଟୀକା ନ ଆସିପାରେ । ଏହା ମଧ୍ୟ କହିଛନ୍ତି ଯେ ଲୋକମାନଙ୍କୁ ଆଶା ଓ ଭରସା ବଢୁଛି ଏବଂ କମୁଛି ମଧ୍ୟ । କାହିଁକି କେତେକ ଚେଷ୍ଟା ବିଫଳ ହେଉଥିବାର ନଜର ଆସିଛି ।

ଧ୍ୟାନ ରଖନ୍ତୁ ଗତ ଚାରି ଦଶକରୁ ଏ ପର୍ଯ୍ୟନ୍ତ ଏଚଆଇଭି (hiv) ରେ 3.2 କୋଟି ଲୋକଙ୍କ ମୃତ୍ୟୁହୋଇଛି କିନ୍ତୁ ଏହାର ଏ ପର୍ଯ୍ୟନ୍ତ କୌଣସି ଟୀକା ପ୍ରସ୍ତୁତ ହୋଇ ପାରିନାହିଁ । ଡେଙ୍ଗୁ ପ୍ରତିବର୍ଷ 4 ଲକ୍ଷ ଲୋକଙ୍କୁ ପ୍ରଭାବିତ କରୁଛି କିନ୍ତୁ ଏବେ ବି ଡେଙ୍ଗୁର ସୁଫଳ ପ୍ରତିଶୋଧକ ଟୀକା ପ୍ରସ୍ତୁତି ହୋଇ ପାରିନାହିଁ । ଏହାକୁ ନେଇ ଆପଣ କଣ କହିବେ କମେଣ୍ଟ କରନ୍ତୁ । ଦେଶ ଦୁନିଆରେ ଘଟୁଥିବା ସବୁ ଘଟଣା ସମ୍ବଧରେ ଜାଣିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *