ଚାଣକ୍ୟ ନିତି ଅନୁସାରେ ଏମିତି ସମ୍ପର୍କକୁ ଶୀଘ୍ର ହିଁ ତ୍ୟାଗ କରିଦେବା ଉଚିତ

ଆଚାର୍ଯ୍ୟ ଚାଣକ୍ୟ ଯାହାଙ୍କର ନିତି ଓ ଜ୍ଞାନ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ସହାୟକ ଶିଦ୍ଧ ହୋଇଥାଏ । ଚାଣକ୍ୟ ନିଜେ ଅର୍ଥଶାସ୍ତ୍ର, ରାଜନୀତି, ଅର୍ଥନୀତି ଭଳି ସବୁ ମହାନ ଗ୍ରନ୍ଥର ରଚନା କରିଛନ୍ତି । ତା ସହିତ ହିଁ ସେ ଗୋଟେ ମହାନ କୁଟ ନିତିଜ୍ଞ ମଧ୍ୟ ଥିଲେ । ଯିଏ ନିଜର ନିତି ଦ୍ଵାରା ନନ୍ଦବଂଶର ଅନ୍ତ କରି ମୌର୍ୟବଂଶର ସ୍ଥାପନା କରି ଚଦ୍ରଗୁପ୍ତ ମୌର୍ୟଙ୍କୁ ଗାଦିରେ ବସେଇଥିଲେ । କୁହାଯାଏ କି ଚାଣକ୍ୟଙ୍କ ନୀତିକୁ ଯିଏ ମାନିଛି ସେହି ବ୍ୟକ୍ତି ନିଜ ଜୀବନରେ ସବୁ ସମସ୍ୟାର ସମାଧାନ କରି ପାରିଛି । ଏଠି ଆମେ ଜାଣିବା କି ଚାଣକ୍ୟଙ୍କର ସମ୍ପର୍କକୁ ନେଇ କଣ ସବୁ ନୀତି ଥିଲା ଓ କେଉଁ ସମ୍ପର୍କକୁ ତ୍ୟାଗ କରିବା ଭଲ ବୋଲି ସେ କହିଛନ୍ତି ।

ଚାଣକ୍ୟ ନିତି ଅନୁସାରେ ଏମିତି ଧର୍ମର ପାଳନ କରିବା ବହୁତ କଷ୍ଟ ଦାୟକ ହୋଇଥାଏ । ଯେଉଁଥିରେ ଦୟା ପାଇଁ କିଛି ସ୍ଥାନ ନଥାଏ । ଯେଉଁ ଧର୍ମ ଅନ୍ୟଙ୍କ ପାଇଁ ଦୟାର ଭାବ ରଖିବା ଶିଖାଇ ନଥାଏ ଓ ଯାହାର ପାଳନ ଦ୍ଵାରା ନିଜ ଭିତରେ କମି ଆସିଥାଏ, ଏମିତି ଧର୍ମର ତ୍ୟାଗ କରିଦେବା ହିଁ ସବୁଠୁ ଭଲ ବିକଳ୍ପ ହୋଇଥାଏ ।

ଚାଣକ୍ୟଙ୍କ ଅନୁସାରେ ଗୁରୁ ସେହି ହୋଇଥାଏ ଯିଏ ନିଜ ଭିତରେ ଥିବା ଜ୍ଞାନର ସାଗର ଭରପୁର କରି ସାଇତି ରଖିଥାଏ । ଯାହାର କହିବା ଓ କରିବାରେ ଅନ୍ତର ଥାଏ ମାନେ ଯେଉଁ ଶିକ୍ଷା ସେ ତାଙ୍କ ଶିଷ୍ୟଙ୍କୁ ଦେଇଥାନ୍ତି ସେହି ଶିକ୍ଷା ତାଙ୍କ ଆଚରଣରେ ଦେଖାଯାଏ ନାହିଁ, ଏହି ଗୁରୁଙ୍କୁ ତ୍ୟାଗ କରିବା ଦରକାର ।

ଏମିତି ସ୍ଵାମୀ ଯିଏ କି ସବୁବେଳେ ରାଗି ରୁହେ ଓ ପ୍ରତି କଥାରେ ଚିଲାଉ ଥାଏ, ଯାହାଦ୍ଵାରା ପରିବାରର ପରିବେଶ ଠିକ ରହି ନଥାଏ, ପିଲାଙ୍କର ପାଳନ-ପୋଷଣ ଓ ଭଲ ଭବିଷ୍ୟ ତିଆରି ହୋଇ ନଥାଏ । ଏମିତି ସ୍ୱାମୀକୁ ତ୍ୟାଗ କରିଦେବା ଉଚିତ । କାହିଁକି ନା ନିଜ ପିଲା ଓ ନିଜ ଜୀବନକୁ ଭଲରେ ଗଢି ପାରନ୍ତି ନାହିଁ ।

ସେହିପରି ଏମିତି ସ୍ତ୍ରୀ ଯାହା ମୁହଁରେ ସବୁବେଳେ ଖରାପ ଭାଷା ଓ ରାଗ ବାହାରିଥାଏ । ଯିଏ ଘରେ ଝଗଡ଼ା ସୃଷ୍ଟି କରେ ଏମିତି ସ୍ତ୍ରୀକୁ ତ୍ୟାଗ କରିଦେବା ହିଁ ସବୁଠୁ ଠିକ ଅଟେ । କାହିଁକି ନା ଏମିତି ସ୍ତ୍ରୀକୁ ପାଖରେ ରଖିଲେ ଆପଣ ନିଜେ ନକରାତ୍ମକ ହୋଇଯିବେ ଓ ପରିବାରର ଉନ୍ନତିରେ ବାଧା ଉତ୍ପନ୍ନ ହେବ । ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ଏମିତ ନୂଆ ଲେଖାସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *