ଯବାନ ପୁଅ ପାଇଁ ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ଆଖିରେ ଲୁହ…ଦେଉଛନ୍ତି ଶେଷ ବିଦାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗାଁରେ ଆସି ପହଞ୍ଚିଲା ଯବାନଙ୍କର ମର ଶରୀର ! ଯବାନଙ୍କ ମରଶରୀର ଦେଖି  ଘର ପରିବାର ଠାରୁ ଗାଁ ବ୍ୟାପୀ ସବୁଆଡେ ଶୋକର ଖେଳିଯାଇଛି ଶୋକର ଛାୟା ! ତେବେ ସୂଚନା ମୁତାବିକ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଗ୍ରାମର ଜଣେ ଯବାନ ପ୍ରତାପ ନିଆଲଙ୍କର ଦେହାନ୍ତ ଘଟିଛି । ତେବେ କିନ୍ତୁ କିଛି ଦିନ ଧରି ଯବାନ କ୍ୟାନ୍ସର ରୋଗରେ ପୀଡିତ ଥିଲେ ।

ତେବେ ଏହିପରି ଭାବରେ ଚିକିତ୍ସିତ ହେଉଥିବା ସମୟରେ ଅବସ୍ଥା ଅତି ସଙ୍କଟାପର୍ଣ୍ଣ ହୋଇଯାଇଥିଲା । ତାପରେ ସେହି କ୍ୟାନ୍ସର ରୋଗରେ ପୀଡିତ ହୋଇ ତାଙ୍କର ଦେହାନ୍ତ ଘଟିଯାଇଛି । ଯାହାକୁ ନେଇ ବଲାଙ୍ଗିର ଜିଲ୍ଲାରେ ଦୁଃଖର ପାହାଡ ଭାଙ୍ଗିପଡିଛି । କାରଣ ଜଣେ ଯବାନଙ୍କର ଦେଶର ସୁରକ୍ଷା ପ୍ରତି କେତେ ଅଧିକ ମାତ୍ରାରେ ଅବଦାନ ରହିଥାଏ । କାରଣ ନିଜ ଜୀବନବ୍ୟାପୀ ଅନେକ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେ ଦେଶର ସୁରକ୍ଷା କରିଥାନ୍ତି ।

ବଲାଙ୍ଗିର ଜିଲ୍ଲାର ପ୍ରତାପଙ୍କ ଗ୍ରାମରେ ତାଙ୍କ ମରଶରୀର ଆସି କିଛି ଘଣ୍ଟା ମଧ୍ୟରେ ଆସି ପହଞ୍ଚିସାରିଛି । ତାପରେ ଯବାନ ପ୍ରତାପ ନିଆଲଙ୍କର ସଂସ୍କାର ପାଇଁ ଅନ୍ତିମ ଯାତ୍ରା ମଧ୍ୟ ସୁବନ୍ଦୋବସ୍ତ ଭାବରେ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହି ବୀର ଯବାନ ମଧ୍ୟ ବହୁତ ବଡ ଜଣେ ବୀର ଓ ସାହସୀ ପୁରୁଷ ଥିଲେ । ତେଣୁ ସାରା ଆର୍ମୀ ଓ ଯବାନ ମାନଙ୍କ ମଧ୍ୟରେ ତାଙ୍କର ମଧ୍ୟ ଏକ ସ୍ଵତନ୍ତ୍ରତା ରହିଥିଲା ।

ତେଣୁ ହଟାତ ଭାବରେ ଏତେ ଅଳ୍ପ ବର୍ଷ ବୟସରୁ ତାଙ୍କର ଦେହାନ୍ତ ଘଟି ଯାଇଛି । ଏହାକୁ କେହି ମଧ୍ୟ  ସହଜରେ ଗ୍ରହଣ କରିପାରୁନାହାନ୍ତି । ତେବେ ଏହାରି ମଧ୍ୟରେ କହି ରଖିବା ପାଇଁ ଚାହୁଁଛୁ କି । ଯବାନ ପ୍ରତାପ ନିଆଲ ମଧ୍ୟ ନବ ବିବାହିତ ମଧ୍ୟ କାରଣ ସେ କିଛି ମାସ ପୂର୍ବରୁ ବିବାହ କରିଥିଲେ । ତେଣୁ ତାଙ୍କର ଏପରି ଦେହାନ୍ତରେ ତାଙ୍କ ଧର୍ମପତ୍ନୀ ବୁକୁ ଫଟାଇ କାନ୍ଦୁଛନ୍ତି ।

ଯେତେ ବିକଳ ହୋଇ କାନ୍ଦିଲେ ମଧ୍ୟ ତାଙ୍କ ସ୍ଵାମୀ ଆଉ ତାଙ୍କ ପାଖକୁ ଫେରିକି ଆସୁନାହାନ୍ତି । କାରଣ ତାଙ୍କ ସ୍ଵାମୀ ପ୍ରତାପ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି ।  ଯବାନ ପ୍ରତାପ ନିଆଲଙ୍କର ଆତ୍ମାର ସଦଗତି ହେଉ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକ ସୂଚନା ନିମନ୍ତେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *