ଦିଲ୍ଲୀ ପାଇଁ ଷ୍ଟାଡିୟମରେ ଅନୁଭବ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦିଲ୍ଲୀ ପାଇଁ ଷ୍ଟାଡିୟମରେ ପହଞ୍ଚିଲେ ଅନୁଭବ ମହାନ୍ତି ! ତେବେ ସୂଚନା ମୁତାବିକ ଦିଲ୍ଲୀ ଫିରୋଜ ଶାହ କୋଟଲା କ୍ରିକେଟ ଷ୍ଟାଡିୟମରେ IPL  ମ୍ଯାଚ ଦେଖିଲେ ଓଡିଶା ସୁପରଷ୍ଟାର ଅନୁଭବ ମହାନ୍ତି । IPL  ମ୍ଯାଚ ପାଇଁ ଭାରତ ତଥା ବିଶ୍ଵବ୍ୟାପୀ କ୍ରିକେଟପ୍ରେମୀ ମାନଙ୍କର ଉତ୍ସାହ ଦେଖିବାକୁ ମିଳିଛି । ପିଲା ଠାରୁ ବୁଢା ସମସ୍ତେ ତ କ୍ରିକେଟର ଦିୱାନା ଅଟନ୍ତି ।

ସେହିପରି ଓଡିଆ ହିରୋ ଅନୁଭବ ମହାନ୍ତି ଏକ ବହୁତ ବଡ କ୍ରିକେଟ ଖେଳର ଦିୱାନା ଅଟନ୍ତି । ସେଥିପାଇଁ ଦିଲ୍ଲୀ କାପିଟାଲ ମ୍ଯାଚ ଦେଖିବା ପାଇଁ ଦିଲ୍ଲୀ ଠାରେ ସ୍ଥିତ ଫିରୋଜ ଶାହ କୋଟଲା କ୍ରିକେଟ ଷ୍ଟାଡିୟମରେ IPL ମ୍ଯାଚ ଦେଖିବାକୁ ଅଭିନେତା ଅନୁଭବ ଯାଇଥିଲେ ।

ତେବେ ନିଜର ବହୁତ ହିଁ ପ୍ରିୟ ଖେଳ କ୍ରିକେଟକୁ ଷ୍ଟାଡିୟମରେ ବସି ଦେଖିବା ପାଇଁ ନିଜର ବ୍ୟସ୍ତବହୁଳ ସମୟ ମଧ୍ୟରୁ ସମୟ ବାହାର କରି କ୍ରିକେଟ ଖେଳକୁ ଏଞ୍ଜୟ କରିଥିଲେ । ଏଥି ସହିତ ଦିଲ୍ଲୀ ଦଳର ଏକ ସମର୍ଥନ ହିସାବରେ ଦିଲ୍ଲୀ ଅଳକୁ ମଧ୍ୟ ଅନୁଭବ ମହାନ୍ତି ଉତ୍ସାହିତ କରିଥିଲେ । ଦିଲ୍ଲୀ ଠାରେ ମନଭରିକି କ୍ରିକେଟ ମ୍ଯାଚକୁ ସଂପୂର୍ଣ୍ଣ ରୂପରେ ଅନୁଭବ ମହାନ୍ତି ଉପଭୋଗ କରି ବହୁତ ହିଁ ଖୁସି ହୋଇଯାଇଥିଲେ ।

ଓଡିଶାର ସମସ୍ତଙ୍କର ଭାଇଯାନ ସୁପରଷ୍ଟାର ଅନୁଭବଙ୍କୁ ଓଡିଶାର କିଏ ଅବା ଜାଣିନଥାଏ । ପ୍ରଥମେ ଆଲବମ ଓ ତାପରେ ପରେ ଗୋଟିଏ ପରେ ଗୋଟିଏ ଓଡିଆ ଫିଲ୍ମ କରି ନିଜ ପାଇଁ ସୁନାମ ଅର୍ଜନ କରିଥିଲେ । ଓଡିଆର ବହୁ ଗୁଡିଏ ଫିଲ୍ମରେ ମୁଖ୍ୟନାୟକ ଭାବରେ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳିଛି ।

ନିଜର ଆକ୍ସନ ଅନ୍ଦାଜ ଅଭିନୟ ପାଇଁ ସମସ୍ତଙ୍କ ହୃଦୟରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ କରିପାରୁଛନ୍ତି ଓଡିଆ ଅଭିନେତା ଅନୁଭବ ମହାନ୍ତି । ଫିଲ୍ମ କ୍ଯାରିଅର ସହିତ ରାଜନୀତିରେ ମଧ୍ୟ ଅନୁଭବ ମହାନ୍ତିଙ୍କର ଭୂମିକା ରହିଅଛି । ତେବେ ଏହିପରି ଭାବରେ ଅନୁଭବ ମହାନ୍ତିଙ୍କର ନିଜର ପ୍ରଫେସନ ସହ ଫିଲ୍ମ କ୍ଯାରିଅର ବଜାୟ ରହିଥାଉ ।

ଏଥିସହିତ ଗୋଟିଏ ପରେ ଗୋଟିଏ ଭଲ ଭଲ ଓ ନୂଆ ନୂଆ ଓଡିଆ ଫିଲ୍ମ ଓଡିଶାବାସୀଙ୍କୁ ଭେଟି ଦେଉଥାନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *