‘ମୋତେ ଯେତେ କଷ୍ଟ ହେଉ ପଛେ ମୁଁ ନାଚିବି, ଆଉ ସୁକାନ୍ତଙ୍କ ପରିବାରକୁ ମୁଁ କେବେ ବି…’ Live ଆସି ଦର୍ଶକଙ୍କ ପ୍ରଶ୍ନର ଜବାବ ଦେଲେ Rani

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଣୀ ପଣ୍ଡା କହିଛନ୍ତି ଯେ ସେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା । ସେ ରାତିସାରା ଖଟିଲେ ତଥା ରାତି ରାତି ଯାତ୍ରା ପେଣ୍ଡାଲରେ ନାଚିଲେ ସୁକାନ୍ତ ପରିବାରକୁ ପୋଷୀ ପାରିବି । ଯଦି ସେ ଖଟିବେନି ତଥା ନାଚିବେନି ତା’ ହେଲେ ସେ ଦେଇଥିବା ପ୍ରତିଶ୍ରୁତିକୁ କେମିତି ବା ପୂରଣ କରି ପାରିବେ ? ତେବେ ଅଭିନେତ୍ରୀ ରାଣୀ ପଣ୍ଡା କାହିଁକି ସୁକାନ୍ତ ଙ୍କ ଏକାଦଶାହ କୁ ଗଲେନାହିଁ ବୋଲି ଏତେ ଆଲୋଚନା ହୋଇଛି ।

ମାତ୍ର ସେ ଯଦି ସେହି ରାତିରେ ସୁକାନ୍ତ ଙ୍କ ପରିବାରକୁ ଯାଇଥାନ୍ତେ ତେବେ ବୋଧ ହୁଏ ସେ ୫୦୦ ଲୋକ ଙ୍କ ପାଇଁ କେବେ ଅଭଡା ପଠାଇ ପାରି ନଥାନଥାନ୍ତେ । କାରଣ ସେ ସୁକାନ୍ତ ପରିବାର ପାଖକୁ ଯାଇଥିଲେ ତାଙ୍କ ଯାତ୍ରା ସଂପୂର୍ଣ୍ଣ ଭାବରେ ମିସ ହୋଇଯାଇଥାନ୍ତା । ଏହା ସହିତ ତାଙ୍କ ଯାତ୍ରା ମିସ ହୋଇଥିଲେ ତାଙ୍କୁ ଟଙ୍କା ମିଳି ନଥାନ୍ତା । ଆଉ ଟଙ୍କା ମିଳି ନଥିଲେ ସେ ସୁକାନ୍ତ ଙ୍କ ପରିବାର କଥା କିଭଳି ବୁଝି ପାରିଥାନ୍ତେ ?

ଏହିଭଳି କିଛି ନିଜ ମନର କଥା କୁ କହିଛନ୍ତି ଅଭିନେତ୍ରୀ ରାଣୀପଣ୍ଡା । ରାଣୀ ପଣ୍ଡା ସୋ-ସି-ଆ-ଲ ମି-ଡି-ଆରେ ଭି-ଡି-ଓ ସେୟାର କରି କହିଥିଲେ ଯେ ତାଙ୍କ ଗାଡି ଆକ୍ସିଡେଣ୍ଟ ରେ ସୁକାନ୍ତ ଙ୍କ ଜୀବନ ଚାଲିଗଲା, ଏଥିପାଇଁ ସେ ଦୁଃଖିତ ଏବଂ ମର୍ମାହତ । ତାଙ୍କର କ୍ଷତି ହୋଇଛି ତାଙ୍କ ପରିବାରର କ୍ଷତି ହୋଇଛି ଏବଂ ରାଣୀ ଙ୍କର ମଧ୍ୟ କିଛି ପରିମାଣରେ କ୍ଷତି ହୋଇଛି ।

ତାଙ୍କ ଦ୍ଵାରା ଯାହା ହୋଇ ପାରିଲା ସେ କରିଲେ ଏବଂ ଆଗକୁ ଯାହା ହେଇ ପାରିବ ସେ କରିବେ । ସୁକାନ୍ତ ଙ୍କ ମୃତ୍ୟୁ କୁ ପ୍ରାୟଶ୍ଚିତ କରିବା ପାଇଁ ରାଣୀ ପଣ୍ଡା ସୁକାନ୍ତ ଙ୍କ ଏକାଦଶାହ କାର୍ଯ୍ୟ ରେ ୫୦୦ ଲୋକ ଙ୍କ ପାଇଁ ଅବଢା ପଠାଇଥିଲେ । ପୁରୀ ରୁ ସିଧା ଆସି ସୁକାନ୍ତ ଙ୍କ ଗାଁ ରାଜନଗରରେ ପହଞ୍ଚିଥିଲା ଅବଢା । କିନ୍ତୁ ରାଣୀ ପଣ୍ଡା ସେଟାକୁ ଯାଇ ନଥିବାରୁ ଅନେକ ଲୋକ ଏହାକୁ ନେଇ ଅନେକ କଥା କହିବାକୁ ଲାଗିଥିଲେ ।

ରାଣୀ ଙ୍କ ମନରେ ଗର୍ବ ହୋଇ ଯାଇଛି ସେ ଖାଲି ଅବଢା କୁ ପଠାଇ ନାଁ ନେବାକୁ ଚାହୁଁଛନ୍ତି । ରାଣୀ ଟଙ୍କା ଦ୍ଵାରା ଏହି ପ୍ରାୟଶ୍ଚିତ କରିବାକୁ ଚାହୁଁଛନ୍ତି । ରାଣୀ ବହୁତ ଗର୍ବୀ ସେ କାହାର ଭାବନା କୁ ବୁଝି ପାରନ୍ତି ନାହିଁ । ଏହିଭଳି କିଛି ଆଲୋଚନା ହୋଇଥିଲା ସେହି ଏକାଦଶାହ ଦିନ ରାତିରେ ।

ଏହାକୁ ନେଇ ରାଣୀ ନିଜର ଏହିଭଳି ପ୍ରତିକ୍ରିୟା ରଖିଥିଲେ ଏବଂ କହିଥିଲେ ସେ ନିଜେ ପରିଶ୍ରମ କରି ରାତି ଅନିଦ୍ରା ହୋଇ ନାଚି ସୁକାନ୍ତ ଙ୍କ ପରିବାରକୁ ପୋଷିବା ସହିତ ତାଙ୍କ ପୁଅ ଙ୍କୁ ପାଠ ପଢାଇବେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *