କଣ ପୁଣି ବନ୍ଦ ହେବ School ? ଦେଖନ୍ତୁ ଏ ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ Samir Ranjan Dash, ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ଜାଣିଛନ୍ତି କି ଯେତେବେଳେ ଆମର ସ୍କୁଲ୍ ନବମ, ଦଶମ ଓ ଯୁକ୍ତ ଦୁଇ ( +୨ ) ଖୋଲା ହେଲା ସେହି ସମୟରୁ ମଧ୍ୟ ଏହି କରୋନା ଭାଇରସ ସମ୍ପର୍କରେ ଶ୍ଵାସ୍ଥ୍ୟ ବିଭାଗ ର ପରାମର୍ଶ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶରେ ସବୁ ବ୍ୟବସ୍ଥା କଡ଼ା କଡ଼ି ଭାବେ ହୋଇଛି । ତା ପରବର୍ତ୍ତୀ ଅବସ୍ଥାରେ ଯେବେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଖୋଲାଯାଉଛି ସେହି ଅନୁସାରେ ବିଭାଗ ତରଫରୁ ସୁରକ୍ଷା କୁ ଗୁରୁତ୍ୱ ସହକାରେ ନିଆଯାଇଛି ।

ଯେମିତିକି ଆପଣ ମାସ୍କ କଥା କୁହନ୍ତୁ, ସାନିଟାଇଜର କଥା କୁହନ୍ତୁ, କିମ୍ବା social distance ବା ସାମାଜିକ ଦୁରତ୍ଵ କଥା କୁହନ୍ତୁ, ଏସବୁର କଡାକଡ଼ି କିପରି ଭାବେ ହେବ ? ଆମ ସହରର ନୋଡାଲଡ୍ ଅଫିସର ସବୁ ଅଛନ୍ତି ଯିଏ ପୁରା ଜିଲ୍ଲା ଗସ୍ତ କରିବା ସହିତ ଆମର ଜିଲ୍ଲା କମିଶନର ଓ ପ୍ରିନିସପାଲ୍ ମଧ୍ୟ ଜିଲ୍ଲା ଗସ୍ତ କରିଛନ୍ତି ଓ ଆପଣମାନେ ଜାଣିଛନ୍ତି କି ସରକାର ମଧ୍ୟ ୯ ଟି ରୁ ଉର୍ଦ୍ଧ ଜିଲ୍ଲା ଗସ୍ତ କରିଛନ୍ତି ।

ସ୍କୁଲ୍ ମାନଙ୍କୁ ଯାଇଛନ୍ତି ତେଣୁ ଏହି ସମ୍ପର୍କରେ ସରକାର କଡାକଡ଼ି ଭାବେ ନିୟମ ଲାଗୁ କରିଛନ୍ତି । ସରକାର କହିଛନ୍ତି ଯେ ଆଜି ଯେତେବେଳେ ଉମିକ୍ରୋନ କଥାଟି ଆସିଛି, ସମଗ୍ର ବିଶ୍ଵରେ ପୁନର୍ବାର ବିପଦ ଦେଖା ଦେଇଛି । ତେଣୁ ଏହି କଥାକୁ ସରକାର ଆହୁରି କଡାକଡ଼ି ଭାବେ ନେଇଛନ୍ତି ଓ ଏଥିପ୍ରତି ସଜାଗ ଅଛନ୍ତି ଏବଂ ଜିଲ୍ଲାର ନୋଡାଲ୍ଡ ଅଫିସର ମାନେ ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନେ ଦୈନିକ ତାଙ୍କର ଜିଲ୍ଲା ସହିତ ଘଟଣା ସମ୍ପର୍କରେ ଅଛନ୍ତି ଏବଂ ତାଙ୍କ ଘଟଣା ଥିବା କାର୍ଯ୍ୟକୁ ତଦାରଖ କରୁଛନ୍ତି ।

ତେଣୁ ସରକାର ଆଶାବାଦୀ ଅଛନ୍ତି ଯେ ଏପରି କିଛି ସମସ୍ୟା ଆସିବ ନାହିଁ । ଯଦି କିଛି ସମସ୍ୟା ଆସେ ସେଥିପାଇଁ ବିଭାଗ ଓ ଜିଲ୍ଲା ପ୍ରଶାସନ ମାନେ ଗୁରୁତର ସହ ଘଟଣାକୁ ନେଇଛନ୍ତି ଏବଂ ସ୍କୁଲ୍ କୁ ବନ୍ଦ୍ କରିଦିଆଯାଇଛି । ଯେଉଁଠି ଏହିସବୁ ଘଟଣା ହେଉଛି ବା ଯେଉଁଠି ଯେଉଁଠି କରୋନା ବାହାରିଲା ସେଠି ସ୍କୁଲକୁ ବନ୍ଦ୍ କରି ଦିଆଯାଉଛି ।

ଆଉ ଯେଉଁଠି ପିଲାମାନଙ୍କର ଥଣ୍ଡା, ଜ୍ଵର ଟିକେ ଦେଖାଯାଉଛି ସେହି ମାନଙ୍କୁ ପରାମର୍ଶ ଦିଆଯାଉଛି ସ୍କୁଲ୍ ନ ଆସିବାକୁ ଏବଂ ମେଡିକାଲ ଟେଷ୍ଟ୍ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଉଛି । ସବୁ କ୍ଷେତ୍ରରୁ ସରକାର ସଜାଗ ଅଛନ୍ତି ଓ ତାଙ୍କର ଭାବନା ଏବଂ ବିଶ୍ୱାସ ଅଛି ଯେ ଏପରି ଅସୁବିଧା ବିଶେଷ କିଛି ହେବନାହିଁ । ଆଜିର ଦିନରେ ସେମିତି କୌଣସି ଜିଲ୍ଲାରେ ବେଶୀ କିଛି ବଡ଼ ଘଟଣା କି ବେଶୀ କେହି ସଂକ୍ରମିତ ନାହାନ୍ତି । ଯଦି ସେପରି ଭାବେ ଯେଉଁଠୁ ଘଟଣା ଆସିବ ତେବେ ଆମେ ସଜାଗ ଅଛୁ ଏବଂ ନଜର ରଖିଛୁ ବୋଲି ସରକାର କହିଛନ୍ତି ।

ସେଗୁଡିକୁ ଜିଲ୍ଲା ପ୍ରଶାସନ ମାନେ ତଦାରଖ କରୁଛନ୍ତି ଓ ସେଗୁଡିକୁ ବନ୍ଦ୍ କରାଯାଉଛି । ଅନିର୍ଦ୍ଧିଷ୍ଟ କାଳପାଇଁ ତାକୁ ଆଇସୋଲେସନ୍ ରେ ରଖାଯାଉଛି ଯାହା ଆବଶ୍ୟକୀୟ ନିଷ୍ପତି ତାହା ଗ୍ରହଣ କରାଯାଉଛି । ଜିଲ୍ଲାପାଳ ମାନେ ମେଡିକାଲ ଟିମ୍ କଥା ବୁଝୁଛନ୍ତି ଏବଂ ଯେଉଁଠି ଯେଉଁଠି ମେଡିକାଲ ଟିମକୁ ପଠେଇବାର ଆବଶ୍ୟକତା ପଡୁଛି ସେହି ଜାଗାକୁ ପଠାଯାଉଅଛି । ବନ୍ଧୁଗଣ ଏହି ବିଷୟ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *