ଜାଣନ୍ତିକି IPS ଅଫିସର ହେବା ପାଇଁ କଣ ଯୋଗ୍ୟତା ଥିବା ଦରକାର ଏବଂ କେମିତି କରିବେ ପ୍ରସ୍ତୁତି, ନିଶ୍ଚୟ ଜାଣି ରଖନ୍ତୁ…

ବନ୍ଧୁଗଣ ଆଇପିଏସ ହେବା ପାଇଁ କିଏ ବା ସ୍ଵପ୍ନ ନ ଦେଖେ । ହେଲେ ଏଥିପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିବାକୁ ପଡିଥାଏ । ଏହି ସ୍ଵପ୍ନଟି ବିନା ପରିଶ୍ରମରେ ପୂରଣ ହୋଇ ନଥାଏ । ତେବେ ଆଇପିଏସ ହେବା ପାଇଁ କଣ ସବୁ ଯୋଗ୍ୟତା ରହିବା ଦରକାର ଆଉ ଆପଣ ମାନେ କେଉଁ ପରୀକ୍ଷା ଦେବେ ଆଜି ଆପଣଙ୍କୁ ଏହି ସବୁର ପ୍ରଶ୍ନ ଦେବାକୁ ଯାଉଛୁ । ବନ୍ଧୁଗଣ ଆଇପିଏସର ଫୁଲଫର୍ମ ହେଉଛି ଇଣ୍ଡିଆନ ପୋଲିସ ସର୍ଭିସ ।

ଆଇପିଏସ ଅଫିସର ହେବା ଏତେ ସହଜ ନୁହେଁ ଏଥିପାଇଁ ଆପଣଙ୍କୁ ଅନେକ ଗୁଡିଏ ପରୀକ୍ଷାରେ ଉତିନ୍ନ ହେବାକୁ ପଡିବ । ବନ୍ଧୁଗଣ ଆଇପିଏସ ହେବା ପାଇଁ ଆପଣଙ୍କ ବୟସ 21 ରୁ 30 ଭିତରେ ହେବା ଦରକାର । ହେଲେ ଏସସି, ଏସଟି ପିଲା ମାନଙ୍କ ପାଇଁ 5 ବର୍ଷ ଛାଡ ଅଛି । ଆପଣଙ୍କ ପାଖରେ ବ୍ୟାଚଲର ଡିଗ୍ରୀ ଥିବା ଦରକାର । ଆଇପିଏସ ପରୀକ୍ଷାକୁ ଇଣ୍ଡିଆ, ନେପାଳ ଓ ଭୁଟାନ ଲୋକ ଦେଇପାରିବେ ।

ଜେନେରାଲ ପ୍ରାର୍ଥୀଙ୍କ ଭିତରେ ପୁରୁଷଙ୍କ ପାଇଁ 165 ଇଞ୍ଚ ହାଇଟ ହେବା ବାଧ୍ୟତାମୂଳକ । ଏସସି ଓ ଓବିସି ପିଲା ମାନଙ୍କ ହାଇଟ 160 ସେଣ୍ଟି ମିଟର ହେବା ଦରକାର । ଏହାବାଦ 84 ଇଞ୍ଚ ଚେଷ୍ଟ ବା ଛାତି ରହିବା ଦରକାର । ମହିଳାଙ୍କ ହାଇଟ 150 ସେଣ୍ଟିମିଟର ରହିବା ଦରକାର । ଏସସି ଓ ଓବିସି ମହିଳାଙ୍କ ପାଇଁ 145 ସେଣ୍ଟିମିଟର ହାଇଟ ରହିଛି । ମହିଳାଙ୍କ ଚେଷ୍ଟ 79 ସେଣ୍ଟିମିଟର ରହିବା ଆବଶ୍ୟକ । ଏହା ସହ ଆଖିର ଭିଜନ 6/12 ବା 6/9 ରହିବା ଦରକାର ।

ସବୁଠାରୁ ପ୍ରଥମେ ଆପଣଙ୍କୁ ଦ୍ଵାଦଶ ଶ୍ରେଣୀ ପାସ କରିବେ । ଏହା ପରେ ଆପଣ ଗ୍ରାଜୁଏସନ ପୁରା କରିବେ କିଛି ବି କୋର୍ସରେ କଲେ ଚଳିବ । ଗ୍ରାଜୁଏସନ ପରେ ଆପଣ UPSC ପରୀକ୍ଷା ପାଇଁ ଆପ୍ଳାଏ କରନ୍ତୁ । ଯଦି ଆପଣଙ୍କୁ ଆଇପିଏସ, ଆଇଆରଏସ, ଆଇଏଫଏସ ପରୀକ୍ଷା ଦେବାର ଅଛି ତା ହେଲେ ଏସବୁ ପାଇଁ ଆପଣଙ୍କୁ UPSC ପରୀକ୍ଷା ଦେବାକୁ ହିଁ ପଡିବ । ଏହା ସବୁଠାରୁ କଠିନ ପରୀକ୍ଷା ଅଟେ ।

ଏଥିରେ ଆପଣଙ୍କୁ ତିନୋଟି ମେନ ପରୀକ୍ଷାରେ ପାସ କରିବାକୁ ପଡିବ । ମେନ ପରୀକ୍ଷାର ଇଣ୍ଟର୍ବ୍ୟୁ ସବୁଠାରୁ କଠିନ ହୋଇଥାଏ । ଏଥିରେ ପାସ କରିବା ପରେ ଆପଣଙ୍କୁ ଟ୍ରେନିଙ୍ଗ ପାଇଁ ପଠା ଯାଇଥାଏ । ଏହା ପରେ ଆପଣ ଜଣେ ଆଇପିଏସ ଅଫିସର ହୋଇ ଛିଡା ହୋଇଯିବେ । ତା ହେଲେ ବନ୍ଧୁଗଣ ଏହି ସୂଚନାଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *