ବଗି ଛାଡିପଳାଇଲା ଟ୍ରେନ ଇଞ୍ଜିନ୍ ! ଦେଖନ୍ତୁ କ’ଣ ଥିଲା ବଗି ଛାଡିବାର କାରଣ ?

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି  ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଖୁସି ହୋଇଯିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଟ୍ରେନ ଇଞ୍ଜିନ ବଗି ଛାଡି ଚାଲିଗଲା ଓ ଦୁଇ କିଲୋମିଟର ଯାଏଁ ଅବାଧରେ ଗାଡି ଚାଲିଲା ।

ରାୟଗଡ଼ା ବିଜୟନଗରମ ରେଳରୁଟରେ ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛି ସମତା ଏକ୍ସପ୍ରେସ୍ । ବୁଧବାର ରାତିରେ ବିଶାଖାପାଟନମରୁ ନୂଆ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବାବେଳେ ବଗିକୁ ଛାଡି ପ୍ରାୟ 2 କିମି ପର୍ଯ୍ୟନ୍ତ ଚାଲିଗଲା ଟ୍ରେନ ଇଞ୍ଜିନ୍ ।ତେବେ ସେ ରାତିର ଘଟଣା ଥିଲା କିଛି ଏମିତି ରାୟଗଡାରୁ ପ୍ରାୟ ୬୦  କିଲୋମିଟର ଦୂରରେ ଯାଉଥାଏ ସମତା ଏକ୍ସପ୍ରେସ । କିଛି ଦୂର ଯିବା ପରେ ହଠାତ ଇଞ୍ଜିନରୁ ଅଲଗା ହୋଇଯାଏ ବଗି ।

ଟ୍ରେନରେ ବସିଥିବା ଯାତ୍ରୀ ହଠାତ ଟ୍ରେନଟି ନିକାଞ୍ଜନ ଜାଗାରେ ରହିଯିବା ଦେଖି ହୋଇ ପଡନ୍ତି ଆତଙ୍କିତ । ଏ କଥା ବୋଧ ହୁଏ ଟ୍ରେନ ଚାଳକଙ୍କୁ ଜଣା ପଡେ ନାହିଁ । ଆଉ ଏଥିପାଇଁ ସେମାନେ ଅବାଧରେ ଟ୍ରେନକୁ ଆଗକୁ ବଢାନ୍ତି । ୨ କିଲୋମିଟର ଯିବା ପରେ ନିକଟବର୍ତ୍ତୀ ଷ୍ଟେସନରୁ ଚାଳକଙ୍କୁ ଅଘଟଣ ସମ୍ପର୍କରେ ସୂଚନା ଦିଆଯାଏ । ଯାହା ପରେ ସେ ଇଞ୍ଜିନକୁ ବଗି ପାଖକୁ ଫେରାଇ ଆଣନ୍ତି । ଆଉ ସେଥିରେ ବଗିକୁ ଯୋଡି ଦିଆଯାଏ ।

ବନ୍ଧୁଗଣ ଏହି ଅଘଟଣରେ କୌଣସି କ୍ଷୟ କ୍ଷତି ନ ହୋଇଥିବାର ସୂଚନା ମିଳିଛି । ବଗି ଯୋଡା ଯିବା ପରେ ଟ୍ରେନଟି ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥାନରେ ପହଞ୍ଚିଛି । ତେବେ କିଭଳି ଭାବେ ଟ୍ରେନର ଇଞ୍ଜିନ ବଗି ଠାରୁ ଅଲଗା ହେଲା ସେନେଇ ତଦନ୍ତ ଆରମ୍ଭ କରିଛି ରେଳ ବିଭାଗ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *