IPS ଅଫିସରଙ୍କୁ ସାଧା ପୋଷାକରେ ଦେଖି ହାବିଲଦାର କହିଲା ‘କାଲି ଆସ, ଆଜି Sunday,’ ଆଉ ତା’ ପରେ ଯାହା ହେଲା…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ପୋଲିସ ଅଫିସର ଏବଂ ଆଇପିଏସ ଅଫିସର ହେବା ଏକ ବହୁତ ବଡ଼ କଥା । ତେବେ ଏହି ଆଇପିଏସ ଅଫିସର ହେବା ପାଇଁ ବହୁତ ମେହନତ ଏବଂ ଧର୍ଯ୍ୟ ର ଆବଶ୍ୟକତା ରହିଥାଏ । ଏହା ସହ ଏହି ପରୀକ୍ଷା କୁ ଯିଏ ପାସ କରିନିଏ ସେମାନଙ୍କୁ ବହୁତ ସମ୍ମାନ ମିଳିଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଣେ ଏଭଳି ଆଇପିଏସ ଅଫିସର ବିଷୟରେ କହିବୁ ଯାହା ଶୁଣିବା ପରେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ ।


ତେବେ ଏହି ଅଫିସର ହେଉଛନ୍ତି ଆଇପିଏସ ଅଫିସର ମଞ୍ଜଲ ସୈନି । ତେବେ ସେ ୨୦୦୫ ବ୍ୟଚ ର । ତେବେ ସେ ବର୍ତ୍ତମାନ ମିରଟ ରେ ଆଇପିଏସ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି । ତେବେ ସେ ବିବାହ ପରେ ପାଠ ପଢି ଏହି ଅଧିକାରୀ ଲାଭ କରିଥିଲେ । ତେବେ ତାଙ୍କର ଏକ ଏଭଳି କାହାଣୀ ରହିଛି ଯାହା ବର୍ତ୍ତମାନ ମଧ୍ୟ ସମସ୍ତେ ସେହି କଥା କୁ ମନ ପକାଇ ଥାଆନ୍ତି । ତେବେ ଦିନେ ମଞ୍ଜିଲ ଜିନ୍ସ ଆଉ ସାର୍ଟ ପିନ୍ଧି ପୋଲିସ ପାଖରେ ନିଜର ଚାଲାଣ କଟିଗଲା ବୋଲି କହିଥିଲେ ।

ତେବେ ସେ ପୋଲିସ ବାଲାଟି ଏତେ ଅନ୍ୟମନସ୍କ ଥିଲା ଯେ ସେ କହିଲା କି ଆଜି ହବନି ଆଜି ସଣ୍ଡେ କାଲି ଆସ । ତେବେ ସେହି ଅଫିସର ପାଖରେ ଥିବା ଅନ୍ୟ ଅଧିକାରୀ ମାନେ ମଞ୍ଜିଲ ଙ୍କୁ ଜାଣିପାରିଲେ ଏବଂ ପରେ ସେହି ଅଫିସର ମଧ୍ୟ ମ୍ୟାଡାମ ଙ୍କୁ ଦେଖି ନିଜର ଭୁଲ ପାଇଁ କ୍ଷମା ମାଗିଲା । ତେବେ ଆଇପିଏସ ମଞ୍ଜିଲ କହିଥିଲେ କି ପୋଲିସ ମାନଙ୍କ ପାଇଁ କେବେ ଛୁଟି ନଥାଏ ।


ତେବେ ଏହି ପୋଲିସ ମାନଙ୍କ ପାଇଁ ପୋଲିସ ଡିପାର୍ଟମେଣ୍ଟ ବହୁତ ଉଚ୍ଚ ରେ ଅଛି କିନ୍ତୁ ଏହା ଛଡା କିଛି ଏଭଳି ପୋଲିସ ଅଫିସର ମଧ୍ୟ ଅଛନ୍ତି ଯେଉଁ ମାନେ ଏହି ବିଭାଗ କୁ ବଦନାମ କରୁଛନ୍ତି । ତେବେ ସେପରି ଏକ ଘଟଣା ହେଉଛି ଡିସେମ୍ବର ୧୭ ରେ ମହାରାଷ୍ଟ୍ର ର ସାଇଚୋକ ରେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଯେଉଁଥିରେ ଦେଖିବା ପାଇଁ ମିଳିଥିଲା କି ସ୍ୱାତି ସୋନାର ନାମକ ଜଣେ ମହିଳା କନେଷ୍ଟବଳ ରାସ୍ତାରେ ଜଣେ ମହିଳା ଓ ଯୁବତୀଙ୍କୁ ଚାଲାଣ କାଟିବା ପାଇଁ ଅଟକାଇଥିଲେ ।


କିଛି ସମୟ ପର୍ଯ୍ୟନ୍ତ ଯୁବତୀଙ୍କୁ ଚାଲାଣ ର ଧମକ ଦେବାପରେ ଲାଞ୍ଚ ମାଗିଥିଲେ ସେହି କନେଷ୍ଟବଳ ଜଣଙ୍କ । ମାତ୍ର ସେହି ଲାଞ୍ଚ ଟଙ୍କାକୁ ନିଜ ହାତରେ ନନେଇ ପଛ ପକେଟରେ ଭର୍ତ୍ତି କରିବା ପାଇଁ କହିଥିଲେ ଏବଂ ଯୁବତୀ ଜଣଙ୍କ ମଧ୍ୟ ସେମିତି କରିଥିଲେ । ମାତ୍ର ଏହି ସମସ୍ତ ଦୃଶ୍ୟକୁ ଦୂରରୁ ଜଣେ ବ୍ୟକ୍ତି ତାଙ୍କ ମୋବାଇଲ ରେ ରେକର୍ଡ କରିଥିଲେ ଓ ଇଣ୍ଟରନେଟ ରେ ଭାଇରାଲ କରିଥିଲେ । ଏହାପରେ ସେହି ମହିଳା କନେଷ୍ଟବଳ ଙ୍କୁ ନିଲମ୍ବିତ କରାଯାଇ ଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *