IPL 2023: ଅଭେଶ ଖାନଙ୍କୁ ତାଗିଦ ଓ ଏବେ ଜୋରିମାନା ଦେବେ ଡୁପ୍ଲେସୀସ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଲକ୍ଷ୍ନୋ ବୋଲର ଅଭେଶ ଖାନଙ୍କୁ ତାଗିଦ ! ବାଙ୍ଗଲୋର କ୍ଯାପଟେନ ଡୁପ୍ଲେସୀସ ଗଣିବେ ଆର୍ଥିକ ଦଣ୍ଡ ! ତେବେ ସୂଚନା ମୁତାବିକ ଏପରି କିଛି କଥା ବର୍ତ୍ତମାନ ଚର୍ଚାରେ ହେବାରେ ଲାଗିପଡିଛି । ତେବେ ଲକ୍ଷ୍ନୋ ଓ ବାଙ୍ଗାଲୋର ମଧ୍ୟରେ ଚାଲିଥିବା ମ୍ଯାଚରେ ବଙ୍ଗାଲୋରକୁ ପଛରେ ପକାଇ ଲକ୍ଷ୍ନୋ ବିଜୟ ହାସଲ କରିଥିଲେ । ତେବେ ମ୍ଯାଚରେ ଲକ୍ଷ୍ନୋ ସୁପର ଜାନ୍ଟ୍ସ ଜିତିବା ପରେ ଦ୍ରୁତ ବୋଲର ଅଭେଶ ଖାନ ନିଜର ଔଦ୍ଧତା ଦେଖାଇବା ଆରମ୍ଭ କରିଦେଇଥିଲେ ।

ଜିତିବାର ଖୁସିରେ ପାଗଳ ହୋଇ ଜିତ୍ ର ଜଶନ ମନାଇବାକୁ ଯାଇ ନିଜର ହେଲମେଟଟିକୁ ଅଭେଶ ଖାନ ଖୋଲି ତଳେ ପକାଇଦେଇଥିଲେ । ଏହାପରେ ତାଙ୍କ ଟିମ ମେମ୍ବର ମାନଙ୍କ ସହ ଔଦ୍ଧତାପୂର୍ଣ୍ଣ ସହକାରେ ମ୍ଯାଚ ଜିତିବା ଖୁସି ମଣାଇଥିଲେ । ଯାହାକୁ ନେଇ IPL  ଗଭରନିଙ୍ଗ ବର୍ଡି ତାଙ୍କୁ ତାଗିଦ କରିଛନ୍ତି । ଗଭନିଙ୍ଗ ବର୍ଡି ଅଭେଶ ଖାନଙ୍କ ଉପରେ ତାଗିଦ କରିଛନ୍ତି । ସତ କିନ୍ତୁ ତାଙ୍କ ଉପରେ କୌଣସି ପ୍ରକାର ଆର୍ଥିକ ଦଣ୍ଡ ଲଗାଇ ନାହାନ୍ତି ।

ତେବେ ଏଭଳି ଭୁଲ ପାଇଁ ଅଭେଶ ଖାନକୁ ତାଗିଦ କରିବା ସମୟରେ ଅଭେଶ ମଧ୍ୟ ନିଜ ଭୁଲକୁ ସ୍ଵୀକାର କରିଛନ୍ତି । ଭବିଷ୍ୟତରେ ଯେମିତି ଭୁଲ ଆଉ ଥରେ କେବେବି ନହୁଏ ସେ ଏହା ମଧ୍ୟ କହିଛନ୍ତି । ତେବେ ଏପାର ପକ୍ଷରେ ପରାଜିତ ବାଙ୍ଗାଲୋର ଦଳର ଫାଫ ଡୁପ୍ଲେସୀସ ଆର୍ଥିକ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ସେ ଧୀମା ଓଭରରେଟ ପାଇଁ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଦଣ୍ଡ ଜରିମାନା ଦେବା ପାଇଁ କୁହାଯାଇଛି ।

ତେବେ IPLଗର୍ଭରନିଙ୍ଗଙ୍କ ପକ୍ଷରୁ ରୋୟାଲ ଚାଲେଞ୍ଜରସ ବାଙ୍ଗାଲୋର ଦଳକୁ ଧିମାଓଭର ପାଇଁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବାର ସୂଚନା ମିଳିଛି । ଦଳ ପ୍ରଥମ ଥର ପାଇଁ ନିଜର ଧାର୍ଯ୍ୟ ସମୟ ଅନୁସାରେ ନିଜର ୨୦ ଓଭର ବୋଲିଂ କରିପାରିନଥିଲା । ସେଥିପାଇଁ ରୋୟାଲ ଚାଲେଞ୍ଜରସର କ୍ୟାପଟେନ ଫାଫ ଡୁପ୍ଲେସୀସଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି ।

ତେବେ କ୍ରିକେଟ ଖେଳିବା ସହ କ୍ରିକେଟ ମଇଦାନ ଉପରେ ରହିଥିବା ସମସ୍ତ ନୀତି ନିୟମକୁ ମଧ୍ୟ ମାନି ଖେଳିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ କ୍ରିକେଟର ଲାଟେଷ୍ଟ ଅପଡେଟ ଜାଣିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *