ନିଶାଙ୍କ ପାଇଁ ତମ୍ବି ତୋଫାନ ! ପୁଣି ତେଜିଲା ବିବାଦ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଇଟମ ଗାର୍ଲଙ୍କୁ ନେଇ ପୁଣି ତେଜିଲା ବିବାଦ ! ଯାତ୍ରାରେ ଅଶ୍ଳୀଳତା ନୃତ୍ୟକୁ ନେଇ ଗତ କିଛି ଦିନ ଧରି ଯାତ୍ରା କଳାକାର ମାନେ ବିରୋଦ୍ଧ କରି ଆସୁଛନ୍ତି । ଏହା ସହ ସରକାରଙ୍କ ତରଫରୁ ମଧ୍ୟ କୌଣସି ପ୍ରକାର ଅଶ୍ଳୀଳତା ନୃତ୍ୟ ଯାତ୍ରା ମଞ୍ଚରେ ପଦର୍ଶନ କରାଯିବ ନାହିଁ ବୋଲି ବାରଣ ମଧ୍ୟ କରାଯାଇଛି । ହେଲେ ଏତେ ସବୁ ହୋଇ ମଧ୍ୟ ଯାତ୍ରାର ମାଲିକ ହୁଅନ୍ତୁ ବା ଯାତ୍ରା କମ୍ମିଟି ମେମ୍ବର ନିଶାଙ୍କୁ ସୁଯୋଗ ଦିଆଯିବା କଥାକୁ ନେଇ ବିବାଦ ଦେଖାଯାଇଛି ।

ଯାହାକୁ ନେଇ ଯାତ୍ରା କଳାକାର ମାନେ ପୁଣି ଥରେ ମୁହଁ ଖୋଲିବା ସହ ନିଶା ମହାରଣା ସମେତ ଯେଉଁ କଳାକାର ମଧ୍ୟ ଏପରି ଅଶ୍ଳୀଳ ନୃତ୍ୟ କରିବ । ସେମାନଙ୍କ ବିରୁଦ୍ଧରେ ସ୍ଵର ଉତ୍ତଳନ କରିବେ ବୋଲି ଯାତ୍ରା କଳାକାର ମାନଙ୍କର ମତ ରହୁଛି । ତେବେ ଗତ କାଲି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଅବଦୁଲପୁର ଥରେ ସାଇଦୂର୍ଗା ଯାତ୍ରା ପକ୍ଷରୁ ଯାତ୍ରା ପଦର୍ଶନ କରାଯାଉଥିଲା ।

ଯେଉଁଥରେ ଯାତ୍ରା କରିବା ପାଇଁ ସାଇଦୂର୍ଗାର ସମସ୍ତ କଳାକାର ମାନେ ଉପସ୍ଥିତ ରହିଥିଲେ । ହେଲେ ସେଠାରେ ଯେତେବେଳେ ଯାତ୍ରା କଳାକାର ମାନେ ଶୁଣିବାକୁ ପାଇଥିଲେ । ଯେ ନିଶା ମହାରଣା ଆଇଟମ ଡାନ୍ସ କରିବା ପାଇଁ ଯାତ୍ରା ମଞ୍ଚ ଉପରକୁ ଆସିବ । ସେତେବେଳେ ସମସ୍ତ କଳାକାର ମାନେ ଏକତ୍ରିତ ହୋଇ ନିଶା ମହାରଣାଙ୍କୁ ସ୍ଟେଜ ଉପରେ ଚଢିବା ପାଇଁ ନଦିଆଯାଉ ବୋଲି ବାରଣ କରିଥିଲେ ।

ତାପରେ ବୁଝାବଣା ହେବା ପରେ ଯାତ୍ରାର ଗୋଟିଏ ସିନ୍ ସାରିବା ପରେ ମଞ୍ଚ ଉପରକୁ ନିଶା ମହାରଣା ଯିବେ ବୋଲି କଥା ହୋଇଥିଲା । ହେଲେ ନିଶା ମହାରଣା ଯେତେବେଳେ ସେଠାରୁ ମଞ୍ଚ ଉପରକୁ ଯିବା ପାଇଁ ଅପେକ୍ଷା ନକରି ପଳାଇଯାଇଥିଲେ । ସେତେବେଳେ ଯାତ୍ରା କଳାକାର ମାନଙ୍କ ସହିତ  ଯାତ୍ରା ଆୟୋଜକ କମିଟି ଲୋକମାନେ ଗଣ୍ଡଗୋଳ ଆରମ୍ଭ କରିଦେଇଥିଲେ ।

ତାପରେ ଯାତ୍ରା କଳାକାର ମାନେ ଆଜି ଗତ କାଲିର ଘଟଣା ପାଇଁ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଏହା ସହ ଯାତ୍ରାରେ ଅଶ୍ଳୀଳତାକୁ ରୋକାଯାଉ ବୋଲି ଦାବୀ କରିଛନ୍ତି । କାରଣ ଏହା ଦ୍ଵାରା ଯାତ୍ରା ଜଗତ ପ୍ରଭାବିତ ହେବା ସହ ଯାତ୍ରା ଦୁନିଆ ବଦନାମ ମଧ୍ୟ ହେଉଛି ।  ଯଦି ଏହି  ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *