IPL 2023: ବାପା Sachin Tendulkar ଙ୍କ ପ୍ରତିଶୋଧ ନେଲେ Arjun Tendulkar, ଏବେ ଚର୍ଚ୍ଚାରେ…

ନମସ୍କାର ବନ୍ଧୁଗଣ, ଚାଲୁଥିବା ipl ମ୍ୟାଚର ମଜା ଭରପୁର ଦର୍ଶକ ମାନେ ଉଠାଇବା ଦ୍ଵାରା ଖେଳାଳି ମାନଙ୍କ ଉପରେ ପଡି ଯାଉଛି ଚାପ । ନିଜ ନିଜର ପ୍ରିୟ ଫ୍ୟାନ ମାନଙ୍କ ମନ ଦୁଃଖ ନ ହେବା ପାଇଁ ନିଜର ଜୋରଦାର ପ୍ରଦର୍ଶନ ଦେଖାଉଛନ୍ତି ଖେଳାଳି ମାନେ । ଆଉ ଏହା ଭିତରେ ଚର୍ଚ୍ଚାରେ ଆସୁଛି ଖେଳାଳି ମାନଙ୍କ ଭିତରର ବଡ ବଡ ଗୁମର ଏବଂ କିଛି ରହସ୍ୟମୟ କଥା । ତେବେ କାହିଁକି କୁହାଯାଉଛି କି ଅର୍ଜୁନ ନେଇଛନ୍ତି ବାପାଙ୍କ ପ୍ରତିଶୋଧ ଏହା ପଛର ପ୍ରକୃତ ଖବର କଣ ଆସନ୍ତୁ ଆଖି ପକାଇବା ।

2023 ମଙ୍ଗଳବାର ଦିନ ମୁମ୍ବାଇ ଇଣ୍ଡିଆନ ଏବଂ ସନରାଇଜ ହାଇଦ୍ରାବାଦ ମଧ୍ୟରେ ଚାଲିଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ ଏକ ଶକ୍ତିଶାଳୀ ପ୍ରଦର୍ଶନ ଦେଖାଇଥିଲା । ମୁମ୍ବାଇ ଇଣ୍ଡିଆନ 14 ରନରେ ମ୍ୟାଚ ଉପରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ବୋଲିଂ କରିଥିଲେ ଏବଂ ଭୁବେନଶ୍ବରଙ୍କୁ ଶେଷ ଓଭରରେ ଆଉଟ କରି iplର ପ୍ରଥମ ୱିକେଟ ନେଇଥିଲେ ।

ଯେତେବେଳେ ଅର୍ଜୁନ ତେନ୍ଦୁଲକର ଭୁବନେଶ୍ବର କୁମାରଙ୍କୁ ଆଉଟ କରିଥିଲେ ସେତେବେଳ ସେ ତାଙ୍କ ବାପାଙ୍କ ପୁରୁଣା ପ୍ରତିଶୋଧ ନେଇଥିଲେ । ରଣଜିତ ଟ୍ରଫିର 2008 ଏବଂ 2009 ସିଜିନରେ ସଚିନ ତେନ୍ଦୁଲକର ମୁମ୍ବାଇ ପାଇଁ ଖେଳୁଥିଲେ । ସେତେବେଳେ ଭୁବନେଶ୍ଵର କୁମାରଙ୍କୁ 19 ବର୍ଷ ବୟସ ହୋଇଥିଲା । ସେତେବେଳେ ସେ ଉତ୍ତରପ୍ରଦେଶ ପାଇଁ ଖେଳୁଥିଲେ ।

ଉଭୟଙ୍କ ମଧ୍ୟରେ ଖେଳା ଯାଇଥିବା ମ୍ଯାଚରେ ଭୁବେନଶ୍ବର କୁମାରଙ୍କ ଇନ ସୁଇଙ୍ଗ ବଲ ପାଇଁ ସଚିନ ଶୂନ ରନରେ ଆଉଟ ହୋଇଯାଇଥିଲେ । ଏହି ୱିକେଟ ପରେ ଭୁବନେଶ୍ବର କୁମାର ଚର୍ଚ୍ଚାରେ ରହୁଥିଲେ । ଏପରି କରିବାରେ ସେ ପ୍ରଥମ ଭାରତୀୟ ବୋଲର ରହିଥିଲେ । ଏତେବେ ବଡ ବ୍ୟବଧାନ ପରେ ଯେତେବେଳେ ମଙ୍ଗଳବାର ଦିନ ଅର୍ଜୁନ ଭୁବନେଶ୍ବରଙ୍କ ୱିକେଟ ନେଲେ ସେତେବେଳେ ସେହି ଘଟଣାକୁ ପୁଣି ଥରେ ମନେ ପକାଇଥିଲେ ।

ଏହିପରି ଭାବରେ ସଚିନ ତେନ୍ଦୁଲକରଙ୍କୁ ଶୁନ ରନରେ ଆଉଟ କରିଥିବା ଖେଳାଳିଙ୍କ ଠାରୁ ଅର୍ଜୁନ ପ୍ରତିଶୋଧ ନେଇଥିଲେ । କେବଳ ସେହି ଦିନର ସ୍ମୃତି ତଥା ସଚିନଙ୍କୁ ଭଲ ପାଉଥିବା ଦର୍ଶକ ମାନଙ୍କ ମନକୁ ଆଜି ତାଙ୍କ ପୁଅ ଅର୍ଜୁନଙ୍କ ଖେଳ ଏବଂ ଭୁବେନଶ୍ବରଙ୍କୁ ଆଉଟ କରିବାର କମାଲ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଏହା ସମ୍ପର୍କରେ ଆପଣ ମାନଙ୍କ ମତାମତ କଣ ରହିବ ତାହା ଆମକୁ କମେଣ୍ଟ ଜରିଆରେ ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *