Manmay Dey ରିୟଲିଟି ଶୋ ରେ ଫ୍ଲପ, ୟୁ ଟ୍ୟୁବ୍ ରେ ହିରୋ, କହିଲେ କିଛି ଏପରି କଥା…

ନମସ୍କାର ବନ୍ଧୁଗଣ, ଆପଣ ମାନେ ତ ଜାଣିଥିବେ ବର୍ତ୍ତମାନ ସମୟରେ ସିନେମା ଠାରୁ ଲୋକ ଅଧିକ ୟୁ ଟ୍ୟୁବକୁ ପସନ୍ଦ କରୁଛନ୍ତି । କାରଣ ଟିଭି ଶୋ ରୁ ହାରି ଆସିଥିବା ପିଲାମାନେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି । ଯାହାକୁ ସିନେ ଜଗତ ଦେଖୋପାରୁ ନାହିଁ ଆଉ ପାଦରେ ଆଡେଇ ଦେଉଛି ତାକୁ ସାରା ଓଡିଶା ଦେଖୁଛି ଆଉ ଭଲ ପାଇବା ଦେଉଛି । ସେହିଭଳି ଆଜି ଆମେ ଆପଣ ମାନଙ୍କୁ ଜଣେ ବହୁ ଚର୍ଚ୍ଚିତ ୟୁ ଟ୍ୟୁବର ମନମୟଙ୍କ ସଂଘର୍ଷ ତଥା ରିଆଲିଟି ଶୋ ରୁ ମିଳିଥିବା ଧୋକା ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ।

ମନମୟ ଦେ ଏବେ ୟୁ ଟ୍ୟୁବର ପ୍ରଥମ ସର୍ଚ ଲିଷ୍ଟରେ ନିହାତି ଭାବରେ ଥିବେ । କାରଣ ତାଙ୍କ କନସେପ୍ଟ ସମସ୍ତଙ୍କ ଠାରୁ ନିଆରା ଅଟେ ଏବଂ ଏକ ବହୁତ ଭଲ ସୋସିଆଲ ମ୍ୟାସେଜ ସବୁବେଳେ ସମସ୍ତଙ୍କୁ ଦେଇଥାଏ । ତାଙ୍କ କହିବା ଅନୁଯାୟୀ ସେ ପ୍ରଥମେ ଏକ ରିଆଲିଟି ଶୋ ରେ ପ୍ରୟାସ କରି ସେମି ଫାଇନାଲ ପର୍ଯ୍ୟନ୍ତ ଯାଇ ହାରି ଯାଇଥିଲେ ।

ତେଣୁ ଦିତୀୟ ଥର ସାହାର ରଖି ଆଉ ଏକ ରିଆଲିଟି ଶୋ ଯାହାର ନାମ ଥିଲା ଓଡିଶାର ବେଷ୍ଟ ସିନେ ଷ୍ଟାରର ଖୋଜ ସେଥିରେ ପାର୍ଟିସିପେଟ କଲେ ଏବଂ ଜିତିଳେ ମଧ୍ୟ । କିନ୍ତୁ କୌଣସି ଫାଇଦା ମିଳିଲା ନାହିଁ । ଏହାପରେ ତାଙ୍କୁ କୌଣସି ସିନେମା ଅଫର ଆସିଲା ନାହିଁ ସେ ବହୁତ ଚେଷ୍ଟା ପରେ ବିଫଳ ହେଲେ ।

ଆଉ ଏହାପରେ ନିଜର ଏକ ଟିମ ବନାଇ ନିଜର ନିଆରା ଭାବନାରେ ଆରମ୍ଭ କରିଦେଲେ ୟୁ ଟ୍ୟୁବ ଚ୍ୟାନେଲ ଯାହାକୁ ଲୋକେ ଖୁବ ପସନ୍ଦ କରିବାକୁ ମଧ୍ୟ ଲାଗିଲେ । ମନମୟଙ୍କ ସହ ତାଙ୍କ ଯୋଡି ହିସାବରେ ସବୁବେଳେ ଭିଡିଓରେ ନଜର ଆସିଥାନ୍ତି ଅନନ୍ୟା । ଯାହାକୁ ନେଇ ସବୁବେଳେ ଦର୍ଶକ ମାନେ ଦ୍ଵନ୍ଦରେ । ଆଉ ସେହି ଦ୍ଵନ୍ଦକୁ ଆଜି ହଟାଇବା ପାଇଁ ମନମୟ କହିଛନ୍ତି କି ଅନନ୍ୟା ମତେ ମନମୟ ଭାଇ ଡାକେ ।

ଆଉ ଏହାର ପ୍ରମାଣ ଆପଣ ମାନେ ଆମ ବ୍ଲଗରୁ ପାଇପାରିବେ ବୋଲି କହିଛନ୍ତି । କାରଣ ବ୍ଲଗରେ ଅନନ୍ୟା ତାଙ୍କୁ ଭାଇ ହିଁ ଡାକୁଛନ୍ତି ତାହା ହିଁ ବଡ ପ୍ରମାଣ ଅଟେ । ଆଉ ଉଭୟଙ୍କ ମଧ୍ୟରେ ଭଲ ପାଇବାର ସମ୍ପର୍କ ବିଲକୁଲ ନାହିଁ ବୋଲି ସେ ସଫା ସଫା କହିଛନ୍ତି । ଆଶା କରୁଛୁ ଏହା ଆପଣଙ୍କୁ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *