କେଉଁଠି ‘ଶାଳି ଷ୍ଟେସନ’ ତ କେଉଁଠି ‘ବାପ ଷ୍ଟେସନ’, ଏହା ଅଟେ ଭାରତର 6 ଟି ସବୁଠୁ Funny ରେଲୱେ ଷ୍ଟେସନ

ବନ୍ଧୁଗଣ ଗତ କିଛି ବର୍ଷ ହେବ ଭାରତୀୟ ରେଲୱେ ଅତି ଦ୍ରୁତ ଗତିରେ ବିକାଶ କରୁଛି । ଦେଶର ରେଲୱେ ଲାଇନ ଲକ୍ଷ ଲକ୍ଷ ଲୋକଙ୍କୁ ସବୁଦିନ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯାଏ । ଟ୍ରେନରେ ଯିବା ବେଳେ ଆପଣ ମାନେ ରେଲୱେ ଷ୍ଟେସନ ଗୁଡିକର ବୋର୍ଡ ଗୁଡିକୁ ନିଶ୍ଚୟ ଦେଖିଥିବେ । ସେଥିମଧ୍ୟରୁ କିଛି ଷ୍ଟେସନର ନାଁ ସଂପୂର୍ଣ୍ଣ ଅଲଗା ଯାହା ଦେଖିଲେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ ।


ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ସବୁ ରେଲୱେ ଷ୍ଟେସନ ଗୁଡିକ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ବିବି ନଗର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ବିବି ନଗର ରେଲୱେ ଷ୍ଟେସନ । ଏହି ରେଲୱେ ଷ୍ଟେସନଟି ତେଲେଙ୍ଗାନାର ଭବାନିଗଡରେ ଅଛି । ଏହି ନାଁକୁ ପଢିବା ପରେ ଲୋକମାନେ ନିଶ୍ଚୟ ନିଜ ସ୍ତ୍ରୀଙ୍କୁ ମନେ ପକାଇ ଥିବେ ଓ ବହୁତ ହସିଥିବେ ।

ଶାଳି ରେଲୱେ ଷ୍ଟେସନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ଶାଳି ରେଲୱେ ଷ୍ଟେସନ । ବନ୍ଧୁଗଣ ରାଜସ୍ଥାନର ରାଜଧାନୀ ଜୟପୁର ଦିବିଜନ ଅନ୍ତର୍ଗତ ଏକ ଏମିତି ଷ୍ଟେସନ ବି ଅଛି ଯାହାର ନାମ ହେଉଛି ଶାଳି ରେଲୱେ ଷ୍ଟେସନ । ଏହି ନାଁ ପାଇଁ ଏହି ରେଲୱେ ଷ୍ଟେସନ ବହୁତ ଫେମସ ଅଛି ।

ବାପ ରେଲୱେ ଷ୍ଟେସନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଷ୍ଟେସନର ନାମ ହେଉଛି ବାପ ରେଲୱେ ଷ୍ଟେସନ । ରାଜସ୍ଥାନର ଜୋଧପୁର ପାଖରେ ବାପ ରେଲୱେ ଷ୍ଟେସନ ଅଛି । ଏହି ରେଲୱେ ଷ୍ଟେସନ ଭାରତୀୟ ରେଳର ଉତ୍ତର ପଶ୍ଚିମ ରେଲୱେ ଯିବା ବେଳେ ପଡେ । ଏହି ରେଲୱେ ଷ୍ଟେସନର ନାମ ପଢିବା ପରେ ଆପଣ ମାନେ ନିଶ୍ଚୟ ନିଜ ବାପାଙ୍କୁ ମନେ ପକାଇ ଥିବେ ।

ସୁଅର ରେଲୱେ ଷ୍ଟେସନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛି ସୁଅର ରେଲୱେ ଷ୍ଟେସନ । ଏହି ଷ୍ଟେସନଟି ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାରେ ଅଛି । ବନ୍ଧୁଗଣ ସୁଅରର ଓଡିଆ ହେଉଛି ଘୁଷୁରି ତେବେ ଘୁଷୁରି ନାମରେ ବି ରେଲୱେ ଷ୍ଟେସନ ଅଛି ଯାହା ପଢିବା ପରେ ଆପଣ ମାନେ ନିଶ୍ଚୟ ହସିଥିବେ ।

ବିଲି ଷ୍ଟେସନ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛି ବିଲି ରେଲୱେ ଷ୍ଟେସନ । ଏହି ଷ୍ଟେସନଟି ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ଧନବାଦ ଦିବିଜନରେ ଅଛି । ବିଲିର ଓଡିଆ ହେଉଛି ବିଲେଇ ବନ୍ଧୁଗଣ ପଶୁ ମାନଙ୍କ ନାଁରେ ବି ରେଲୱେ ଷ୍ଟେସନ ଅଛି ।

ଦାରୁ ଷ୍ଟେସନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଯେଉଁ ରେଲୱେ ଷ୍ଟେସନ ଅଛି ତାହା ବିଷୟରେ ଜାଣିଲେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ଏହି ଷ୍ଟେସନର ନାମ ହେଉଛି ଦାରୁ ଷ୍ଟେସନ । ଏହି ଷ୍ଟେସନଟି ଝାଡ଼ଖଣ୍ଡରେ ଅଛି ।

Leave a Reply

Your email address will not be published. Required fields are marked *