୬ ମୁସ୍ଲିମ ପରିବାର ଆପଣାଇଲେ ହିନ୍ଦୁ ଧର୍ମ, କହିଲେ ସବୁଠୁ ବଡ କାରଣ

ବର୍ତ୍ତମାନ କରୋନାର ମହାମାରୀ ସମୟରେ ଦେଶ ଲକଡାଉନ ଅଛି ଓ ସମସ୍ତେ ନିଜ ନିଜ ଘରେ ଅଛନ୍ତି । କିନ୍ତୁ ଏହା ମଧ୍ୟରେ ୬ ମୁସ୍ଲିମ ପରିବାର କାହାର କହିବା ଦ୍ଵାରା ନୁହେଁ ଅଥବା ନିଜେ ନିଜେ ହିଁ ହିନ୍ଦୁ ଧର୍ମକୁ ଆପଣାଇଛନ୍ତି । କହିବାକୁ ଗଲେ ନରୱାନାର ଦନୌଦା କଲାଂ ଗ୍ରାମରେ ରହୁଥିବା ୬ ଜଣ ମୁସ୍ଲିମ ପରିବାର ହିନ୍ଦୁ ଧର୍ମକୁ ଆପଣାଇଛନ୍ତି । ଗତ ଶନିବାର ଦିନ ମୁସ୍ଲିମ ପରିବାରର ଏକ ବୟସ୍କ ବ୍ୟକ୍ତିଙ୍କ ନିଧନ ହୋଇଗଲା ।

ତେବେ ମୁସ୍ଲିମ ଧର୍ମ ଅନୁସାରେ ଶବକୁ ମାଟିରେ ପୋତା ଯାଏ । କିନ୍ତୁ ଏହି ପରିବାର ଶବକୁ ପୋତିଲେ ନାହିଁ । ଅଥବା ଶବର ଅନ୍ତିମ ସଂସ୍କାର କରିଲେ ଓ ଏହା ପରେ ନିଜର ପୂର୍ବପୁରୁଷଙ୍କ ହିନ୍ଦୁ ଧର୍ମକୁ ସେମାନେ ଆପଣାଇଲେ ବୋଲି ଘୋଷଣା କରି ଦେଲେ । ଏହି ସବୁ ପରିବାର ଇସ୍ଳାମ ଧର୍ମ ହେବା ସତ୍ତ୍ୱେ ବି ନିଜର ନାମକରଣ ହିନ୍ଦୀରେ କରୁଥିଲେ, ଯେତେବେଳେ କି ଇସ୍ଳାମ ନାମକରଣ ଫାରସୀ ଭାଷାରେ କରାଯାଇଥାଏ ।

Image courtesy: Google

ପରିବାରର ସଦସ୍ୟ ରମେଶର ପୂର୍ବପୁରୁଷମାନେ ହିନ୍ଦୁ ଥିଲେ, କିନ୍ତୁ ଔରଂଗଜେବଙ୍କ ଅତ୍ୟାଚାର କାରଣରୁ ସେମାନେ ଇସ୍ଳାମ ଧର୍ମ ଗ୍ରହଣ କରିଥିଲେ । କିନ୍ତୁ ବର୍ତ୍ତମାନ ଯେତେବେଳେ ଏହି ପରିବାରର ଶିକ୍ଷିତ ପିଲାମାନଙ୍କୁ ଅସଲ କଥା ଜଣା ପଡିଲା କି ସେମାନଙ୍କ ପୂର୍ବପୁରୁଷ ହିନ୍ଦୁ ଥିଲେ ତେବେ ସେମାନଙ୍କ ପୁରା ପରିବାର ବିନା କାହାର କହିବା ଦ୍ଵାରା ହିନ୍ଦୁ ଧର୍ମକୁ ଆପଣାଇ ନେଲେ ।

Image courtesy: Google

ସେମାନେ ପୁରା ପରମ୍ପରା ସହିତ ପଇତା ଧାରଣ କରି ହିନ୍ଦୁ ଧର୍ମକୁ ଆପଣାଇଛନ୍ତି । ରମେଶ କହିଲେ କି ଲକଡାଉନ ହେବା ସତ୍ବେ କିଛି ଲୋକମାନ କଟ୍ଟରତା ଦେଖାଇବା ପାଇଁ ଜମାତରେ ବସୁଛନ୍ତି, ଯାହାକି ମାନବ ଧର୍ମ ବିରୁଦ୍ଧ ଅଟେ, କାରଣ ସବୁ ଧର୍ମ ଠାରୁ ମାନବ ଧର୍ମ ବଡ ଅଟେ । ଗ୍ରାମର ସରପଞ୍ଚ ପୁରୁଷୋତ୍ତମ ଶର୍ମା କହିଲେ କି ସମ୍ବିଧାନ ଅନୁସାରେ କୌଣସି ବି ବ୍ୟକ୍ତି କୌଣସି ବି ଧର୍ମକୁ ଆପଣାଇ ପାରିବ, ଏହାକୁ କୌଣସି ବି ବ୍ୟକ୍ତି ଆପତ୍ତି କରି ପାରିବ ନାହିଁ । ଏହା ପରେ ଏହି ପରିବାରର ଏହିଭଳି ନିଷ୍ପତି ନେବା ଦ୍ଵାରା ପୁରା ଗ୍ରାମବାସୀ ଏମାନଙ୍କ ସମ୍ମାନ କରୁଛନ୍ତି । ଏମିତି ହିଁ ଦେଶର ସମସ୍ତ ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *