IAS ସ୍ଵପ୍ନ ତାଙ୍କ ସହ ମୁଁ ବି ଦେଖିଥିଲି , ଖୁସିକୁ କଥାରେ କହିପାରୁନି 261 ରାଙ୍କ ଧାରୀ Satya Prakash Mishra wife

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ  ମୋ ସ୍ଵାମୀ IAS ଖୁସିରେ  ଫାଟିପଡୁଛି । ହଁ ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ 2022 ର  IAS ପରକ୍ଷା ଫାଳାଫଳ ପ୍ରକାଶ ପାଇଥିବା ବେଳେ ଭୁବନେଶ୍ଵର ରାଜଭବନ କଲୋନୀରେ ରହୁଥିବା ସତ୍ୟପ୍ରକାଶ ମିଶ୍ର 261 ରାଙ୍କ୍ ରଖି  IAS ଅଫିସର ହୋଇ ଓଡିଶାର ମାନ ବଢାଇଛନ୍ତି  । ଆଗାମୀ ଭବିଷ୍ୟତ ପିଢି ପାଇଁ ଆଦର୍ଶ ସାଜିଛନ୍ତି ।

ସୋସିଆଲ ମିଡିଆରେ ସତ୍ୟଙ୍କ ସଫଳତା ଭିଡିଓ ଖୁବ ଚର୍ଚ୍ଚା ରେ ରହିଛି । ଆଜି ତାଙ୍କ ଧର୍ମପତ୍ନୀ ଶୁଶ୍ରୀ ସୁଜେରିଆ ଶତପତୀ ସ୍ଵାମୀ  IAS ହେବା ବାର୍ତ୍ତା ଶୁଣି ମିଡିଆ ଆଗରେ ତାଙ୍କ ଖୁସିର କିଛି  ଦୃଶ୍ୟ ଦେଖିବାକୁ ମିଳିଛି । ଶୁଶ୍ରୀଙ୍କ କହିବା ଅନୁସାରେ ସେ ବହୁତ ଖୁସିରେ ଅଛନ୍ତି ଯାହାକୁ ସେ କଥାରେ ପ୍ରକାଶ କରିପାରିବେ ନାହିଁ ।

IAS ହେବା ସ୍ଵପ୍ନ ତାଙ୍କ ସହ ମୁଁ ବି ଦେଖିଥିଲି ଏବଂ ଆଜି ତାହା ସଫଳ ହେଇଛି । ସତରେ ଦର୍ଶକବନ୍ଧୁ ସ୍ଵାମୀ ସଫଳତା ପଛରେ ସ୍ତ୍ରୀର ସହଯୋଗ ସର୍ବଦା ରହିଥାଏ । ଆଜି ତାହା ପ୍ରମାଣ କରିଛନ୍ତି ଶୁଶ୍ରୀ ସେ ସବୁବେଳେ ସତ୍ୟଙ୍କୁ  ସହଯୋଗ କରୁଥିଲେ । ଉଭୟ ମିଶି  IAS  ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ସେ ତାଙ୍କ ସ୍ଵାମୀଙ୍କୁ ପରୀକ୍ଷା ପାଇଁ ଶୁଶ୍ରୀ  ସାହାଯ୍ୟ କରୁଥିଲେ ।

ଅନେକ ସମୟରେ ସତ୍ୟ ରାତିରାତି ଧରି ପାଠ ପଢୁଥିବା ବେଳେ ଶୁଶ୍ରୀ ତାଙ୍କୁ ଅତ୍ୟାବଶ୍ୟକ ଜିନିଷ ଦେଉଥିଲେ । ଜୀବନରେ ଆସୁଥିବା ପରାଜୟ କୁ ବାଦ ଦେଇ ଆଗକୁ  ଯିବାର ପ୍ରେରଣା ଦେଉଥିଲେ ଶୁଶ୍ରୀ । ଶୁଶ୍ରୀ କହିଛନ୍ତି ସତ୍ୟ ତାଙ୍କ ଲକ୍ଷ୍ୟକୁ ନେଇ କଠିନ ପରିଶ୍ରମ କରିଛନ୍ତି ଆଜି ତାଙ୍କ ପରିଶ୍ରମ ସଫଳତାର ସୀକର କୁ  ଛୁଇଞ୍ଚି ।

ସେ ଏହା ମଧ୍ୟ କହିଛନ୍ତି ସ୍ଵାମୀର ସଫଳତାରେ ସ୍ତ୍ରୀ ତ ସବୁବେଳେ ଖୁସି ହୋଇଥାଏ । ମୁଁ ମଧ୍ୟ ଆଜି ଖୁସି ଅଛି କଥା ମାଧ୍ୟମରେ  କହିବା ଅସମ୍ଭବ । ସ୍ଵାମୀ ଯେତେ ଆଗକୁ  ଯିବେ ତାଙ୍କ ଗର୍ବ ସେତେ ବଢିବ ବୋଲି କହିଛନ୍ତି ଶୁଶ୍ରୀ । ସ୍ଵାମୀ ସ୍ତ୍ରୀ ଏକ ମନରେ ଆଗକୁବଢିଲେ ଜୀବନରେ ସେତେ ସଫଳତା ପ୍ରାପ୍ତ କରିଥାନ୍ତି । ଏହି ଖବର କୁ ନେଇ ଆପଣମାନଙ୍କ କଣ ମତ ରହିଛି ଆମ କୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ  ଲାଇକ , ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *