ଦେଶକୁ ମାଡି ଆସୁଛି ମହାବିପତ୍ତି, ହିନ୍ଦୁକୁଶ-ହିମାଳୟ ପାଇଁ 16 ଦେଶକ୍କୁ ଚେତାବନୀ…

ନମସ୍କାର ବନ୍ଧୁଗଣ । ମଣିଷ ପାଇଁ ପାଣି ହିଁ ଜୀବନ ଯଦି ଦେଶରେ ଦେଖାଦବ ପାଣି ର ଅଭାବ ତେବେ କଣ ଘଟିବ । ସୂଚନା ମୁତାବକ ମାଡି ଆସୁଛି ମହାବିପତ୍ତି , ହିନ୍ଦୁକୁଶ – ହିମାଳୟ ପାଇଁ 16 ଦେଶକୁ ଚେତାବନୀ …… ।  ଭାରତକୁ ମାଡିଆସୁଛି ମହାବିପତ୍ତ ଭାରତ ସହ ଭୋଗିବେ 16ଟି ଦେଶ । ହିନ୍ଦୁକୁଶ – ହିମାଳୟ ଏହାର ପ୍ରମୁଖ କାରଣ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ପାଣିପାଗର ପରିବର୍ତ୍ତନ ଯୋଗୁ ପାହାଡ ଉପରୁ ବାହାରୁ ଥିବା ନଦୀମାନଙ୍କ ବେଗ ପ୍ରଖର ହେବ । ଭାରତ ସମେତ 16 ଟି ଦେଶର ଅର୍ଥ ବ୍ୟବସ୍ଥା ଓ ଶକ୍ତି ପ୍ରଣାଳୀ ଉପରେ ଭୟଙ୍କର ପ୍ରଭାବ ପଡିପାରେ ।   ହିନ୍ଦୁକୁଶ ଏବଂ ହିମାଳୟରୁ ବାହାରୁଥିବା ପାଣି ଯୋଗୁ 119 କୋଟି ଲୋକମାନଙ୍କୁ ପିଇବା ପାଇଁ ପାଣି ମିଳିଥାଏ ।

ଏହା ବ୍ୟତୀତ ଚାଷକାମ ପାଇଁ ମଧ୍ୟ ଜଳ ବ୍ୟବହୁତ ହୋଇଥାଏ । ମାତ୍ର ଜଳବାୟୁ ପରିବର୍ତ୍ତନ ହେତୁ ଗ୍ଲାସିୟର ତରଳିବାକୁ ଲାଗୁଛି । ବୈଜ୍ଞାନିକ ମାନଙ୍କ କହିବା ଅନୁସାରେ ଏହି ନଦୀମାନଙ୍କରେ ଦିନକୁ ଦିନ ଜଳସ୍ତର ହ୍ରାସ ପାଇବାକୁ ଲାଗିଛି । ଯଦି ଏହିପରି ଜଳସ୍ତରର ଭାଗ କ୍ଷୟ ହୋଇଯିବ ତେବେ ଭାରତରେ ଜଳର ଅଭାବ ଦେଖାଯିବାର ସମ୍ଭାବନା ରହିଛି ।

ସାଙ୍ଗାତିକ ମୌସୁମୀ ଭୟାନକ ବିପଦକୁ ଟାଣି ଆଣିପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଜାରି କରିଛନ୍ତି । ବୈଜ୍ଞାନିକ ମାନେ କହିଛନ୍ତି ଯଥା ମାନବ ସମାଜ ଯଦି କାର୍ବନ ଡାଇଅକସାଇଡ ଗ୍ୟାସ ବ୍ୟବହାରକୁ ନିୟନ୍ତ୍ରଣ ନ କରେ ତେବେ ପିଇବା ପାଇଁ ପାଣିର ସମସ୍ୟା ଦେଖାଦେଇପାରେ । କାରଣ ମଣିଷ ଜଳ  ବିନା ବଞ୍ଚିବା ଅସାଧ୍ୟ ହୋଇଥାଏ ।

ତେବେ ଭାରତ ସମେତ 16 ଦେଶ ଜଳରୁ ମିଳୁଥିବା ଆର୍ଥିକ ବ୍ୟବସ୍ଥା ଏବଂ ତହିରୁ ପାଉଥିବା ଶକ୍ତି ନିମନ୍ତେ ଉଚ୍ଚ ଧରଣର ଡାଞ୍ଚା ପ୍ରସ୍ତୁତି କରିବା ଦରକାର । ନଦୀ ତାଲିକାରେ ଭାରତର ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀ ସାମିଲ ରହିଛି । ତେବେ ଦେଶର ଜଳ ପ୍ରତି ମାଡି ଆସୁଥିବା ଭୟଙ୍କର ବିପଦ କୁ ନେଇ ଆଗକୁ କେଉଁ ସବୁ ପଦକ୍ଷେପ ନିଆଯିବ ।

ଜଳବିହୁନେ ମାନବ ସମାଜ ଲୁପ୍ତ ହୋଇଯିବ । ତେବେ ଆପଣମାନେ ମଧ୍ୟ ପାଣିର ବ୍ୟବହାର ଦେଖି କରିବା ଉଚିତ୍ । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକ୍କୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *