ପୁଅକୁ ଅଫିସର କରିବା ପାଇଁ ବାପା ବିକି ଦେଇଥିଲେ ନିଜ ଘର, ପଢନ୍ତୁ IAS ପ୍ରଦୀପ ସିଂହଙ୍କ Success Story

ବନ୍ଧୁଗଣ ବିହାର ଗୋପାଳ ଗଞ୍ଜରେ ରହୁଥିବା ପ୍ରଦୀପ ସିଂହ ମାତ୍ର ୨୩ ବର୍ଷ ବୟସରେ ଆଇଏଏସ ଅଧିକାରୀ ହୋଇଛନ୍ତି । ଏକ ଗରିବ ପରିବାରରୁ ଆସିଥିବା ପ୍ରଦୀପ ସିଂହ ପିଲା ଦିନରୁ ଅଧିକାରୀ ହେବା ପାଇଁ ଇଛା ରଖିଥିଲେ । ହେଲେ ତାଙ୍କ ଘରର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ଥିଲା । ପ୍ରଦୀପଙ୍କ ପାଠ ପଢା ପାଇଁ ତାଙ୍କୁ କୋଚିଙ୍ଗ ପଠାଇବା ପାଇଁ ମଧ୍ୟ ତାଙ୍କ ପରିବାର ଲୋକ ଅସମର୍ଥ ଥିଲେ । ହେଲେ ପ୍ରଦୀପ ନିଜ କଷ୍ଟ ଓ ସଂଘର୍ଷରେ ଆଜି ଆଇଏଏସ ଅଧିକାରୀ ହୋଇପାରିଲେ ।

ବନ୍ଧୁଗଣ ପ୍ରଦୀପ ସିଂହ ୨୦୨୦ରେ ୟୁପିଏସି ପରୀକ୍ଷା ପାସ କରିଥିଲେ ଓ ଆଇଏଏସ ଅଧିକାରୀ ହୋଇଥିଲେ । ହେଲେ ତାଙ୍କ ପାଇଁ ଏହି ଯାତ୍ରା ସହଜ ନଥିଲା । ତାଙ୍କ ଅଭାବ ହେବା କାରଣରୁ ପ୍ରଦୀପଙ୍କ ବାପା ନିଜ ଘର ବିକି ଦେଇଥିଲେ । ଘର ବିକିବା ପରେ ଯାହା ବି ଟଙ୍କା ଆସିଲା ତାକୁ ନେଇ ପ୍ରଦୀପ ଦିଲ୍ଲୀ ଆସିଥିଲେ ଓ କୋଚିଙ୍ଗ କ୍ଳାସରେ ପାଠ ପଢି ଥିଲେ ।

ପ୍ରଦୀପ ସିଂହ ମୂଳ ରୂପରେ ବିହାରର ବାସିନ୍ଧା ଅଟନ୍ତି । ହେଲେ ତାଙ୍କ ପରିବାର ଇନ୍ଦୋରରେ ରୁହନ୍ତି । ସେ ନିଜ ସମସ୍ତ ପାଠ ପଢା ଇନ୍ଦୋରରେ ପୂରଣ କରିଥିଲେ । +୨ ଶେଷ କରିବା ପରେ ସେ ୟୁପିଏଏସି ପାଇଁ ଦିଲ୍ଲୀ ଆସିବାକୁ ଚାହୁଁ ଥିଲେ । ହେଲେ ପରିବାରର ଆର୍ଥିକ ସ୍ଥିତି ଠିକ ନଥିଲା । ତାଙ୍କ ବାପା ପେଟ୍ରୋଲ ପମ୍ପରେ କାମ କରୁଥିଲେ ଓ ବହୁତ କମ ଟଙ୍କା ଅର୍ଜନ କରୁଥିଲେ ।

ସେତେବେଳେ ତାଙ୍କ ପୁଅକୁ ଦିଲ୍ଲୀ ପଠାଇବା ତାଙ୍କ ପାଇଁ ବହୁତ କଷ୍ଟକର ଥିଲା । ହେଲେ ତାଙ୍କ ବାପା ଏହା ଜାଣିଥିଲେ ଯେ, ତାଙ୍କ ପୁଅ ସହଜରେ ୟୁପିଏଏସି ପରୀକ୍ଷା ପାସ କରିଦେବ । ତାକୁ କେବଳ ଭଲ କୋଚିଙ୍ଗର ଆବଶ୍ୟକତା ଥିଲା ବୋଲି ତାଙ୍କ ବାପା ଜାଣିଥିଲେ । ଏହା ପରେ ପ୍ରଦୀପଙ୍କ ବାପା ଟଙ୍କା ଯୋଗାଡ କରିବା ପାଇଁ ନିଜ ଘର ବିକି ଦେଇଥିଲେ ।

ଏହା ପରେ ପ୍ରଦୀପ ଦିଲ୍ଲୀ ଆସି କୋଚିଙ୍ଗ କ୍ଳାସରେ ପାଠ ପଢି ଥିଲେ । ପ୍ରଦୀପ ସିଂହ ପ୍ରଥମେ ୨୦୧୮ ମସିହାରେ ୟୁପିଏଏସି ପରୀକ୍ଷା ଦେଇଥିଲେ ଓ ସଂପୂର୍ଣ୍ଣ ଭାରତରେ ୯୩ତମ ରେଙ୍କ ଆଣିଥିଲେ । ହେଲେ ତାଙ୍କ ଚୟନ ଆଇଏଏସ ପାଇଁ ହେଲା ନାହିଁ । ୯୩ ରେଙ୍କ ମିଳିବା କାରଣରୁ ତାଙ୍କୁ ଇଣ୍ଡିଆନ ରେବେନ୍ୟୁ ସର୍ବିସରେ ନିଯୁକ୍ତି ମିଳିଥିଲା ।

ପ୍ରଦୀପଙ୍କ ଅନୁସାରେ ୨୦୧୮ ମସିହାରେ ସେ ୟୁପିଏଏସି ପାସ କରିଥିଲେ । ହେଲେ ଆଇଏଏସ ପାଇଁ ସେ କେବଳ ଗୋଟିଏ ରେଙ୍କ ପଛରେ ଥିଲେ । ତାଙ୍କ ପାଖରେ ଆଇପିଏସ ହେବା ପାଇଁ ମଧ୍ୟ ବିକଳ୍ପ ଥିଲା । ହେଲେ ସେ ସର୍ବିସ ଯଏନ କରିଥିଲେ ଓ ଛୁଟି ନେଇ ଆଇଏଏସ ପାଇଁ ପ୍ରସ୍ତୁତି ଜାରି କରିଥିଲେ । ମନ ଦେଇ ପାଠ ପଢିବା ପରେ ସେ ପୁଣି ଚେଷ୍ଟା କରିଥିଲେ ଓ ସଂପୂର୍ଣ୍ଣ ଭାରତରେ ସେ ୨୬ ରେଙ୍କ ଆଣି ଆଇଏଏସ ହେବାର ସ୍ଵପ୍ନକୁ ପୂରଣ କରିଥିଲେ । ଆଜି ସେ ଆଇଏଏସ ଅଧିକାରୀ ହୋଇ ନିଜ ଦେଶର ସେବା କରୁଛନ୍ତି ।

Leave a Reply

Your email address will not be published. Required fields are marked *