ଯେତେବେଳେ କିଛି ବି ରୋଜଗାର କରୁ ନଥିଲେ ପଙ୍କଜ ତ୍ରିପାଠୀ ତ ପତ୍ନୀ ଚଲାଉଥିଲେ ଘର ଖର୍ଚ୍ଚ, ପୁଣି ଏମିତି ବଦଳିଗଲା ଜୀବନ

ବନ୍ଧୁଗଣ ଏହି ଦୁନିଆର ଯେକୌଣସି ମଣିଷକୁ ସଫଳତା ପାଇବାକୁ ହେଲେ ବହୁତ କଷ୍ଟ ଓ ସଂଘର୍ଷ କରିବାକୁ ପଡିଥାଏ । ସଫଳତା ପାଇବା ପରେ ହିଁ ସେ ଦେଶ ଦୁନିଆରେ ସୁନାମ ଅର୍ଜନ କରିଥାଏ । ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଏପରି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ସେ ନିଜ ଜୀବନରେ ବହୁତ ଖରାପ ଦିନ ଦେଖିଛନ୍ତି ।

ତାଙ୍କୁ ସଫଳତା ପାଇବା ପାଇଁ ବହୁତ ସମୟ ଲାଗି ଯାଇଛି ହେଲେ ସେ ସଫଳତା ପାଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତା ଜଣକଙ୍କ ବିଷୟରେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତା ପଙ୍କଜ ତ୍ରିପାଠୀ । ଆପଣ ମାନେ ସମସ୍ତେ ପଙ୍କଜଙ୍କୁ କେତେକ ସୁପର ହିଟ ଫିଲ୍ମ ଓ ୱେବ ସିରିଜରେ ନିଶ୍ଚୟ ଦେଖିଥିବେ ।

ପଙ୍କଜ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଏକ ଦିଗଜ କଳାକାର । ପଙ୍କଜ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ପଙ୍କଜଙ୍କ ଜନ୍ମ ୫ ସେପ୍ଟେମ୍ବର ୧୯୭୬ ମସିହାରେ ବିହାରର ବେଲସନ୍ଦରେ ହୋଇଥିଲା । ପଙ୍କଜ କେବେ ଭାବି ନଥିବେ ଯେ ସେ କୋଟି କୋଟି ଲୋକଙ୍କ ମନରେ ରାଜ କରିବେ ।

ପଙ୍କଜ ଗୋଟେ ସମୟରେ ନିଜ ସ୍ଵପ୍ନ ପୂରଣ କରିବା ପାଇଁ ମୁମ୍ବାଇ ଆସିଥିଲେ । ସେ ମୁମ୍ବାଇ ରାସ୍ତାରେ ବୁଲି ବୁଲି ଲୋକ ମାନଙ୍କୁ କାମ ମାଗୁଥିଲେ । ପଙ୍କଜ ବଲିଉଡରେ କାମ କରିବା ପାଇଁ ଚାହୁଁ ଥିଲେ ଓ ବୁଲି ବୁଲି କାମ ମାଗୁଥିଲେ । ପଙ୍କଜ ଏକ ଇଣ୍ଟର୍ବ୍ୟୁରେ ନିଜ ଫିଲ୍ମ କାରିୟର ବିଷୟରେ କହିଥିଲେ । ସେ କହିଥିଲେ-‘ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ପରେ ମଧ୍ୟ ଗୋଟେ ସମୟରେ ସେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ଏମିତିକି ସେ ନିଜ ଘର ଖର୍ଚ ମଧ୍ୟ ଚଳାଇ ପାରୁ ନଥିଲେ । ହେଲେ ସେହି କଷ୍ଟକର ସମୟରେ ତାଙ୍କ ଘର ଖର୍ଚ ତାଙ୍କ ପତ୍ନୀ ମୃଦୁଲା ତ୍ରିପାଠୀ ଉଠାଇଥିଲେ’ । ଏହା ପରେ ଆଗକୁ ପଙ୍କଜ କହିଲେ-‘ ମୁ ୨୦୦୪ ରୁ ୨୦୧୦ ପର୍ଯ୍ୟନ୍ତ ଟଙ୍କା କମାଉ ନଥିଲି । ସେତେବେଳେ ମୋ ପତ୍ନୀ ଘରର ସବୁ ଖର୍ଚ ଉଠାଇ ଥିଲା । ମୁ ମୁମ୍ବାଇରେ ବୁଲୁ ଥିଲି ଓ ଲୋକ ମାନଙ୍କୁ କହୁଥିଲି ମୋତେ କିଏ କାମ ଦେଇ ଦିଅ’ ।

ବନ୍ଧୁଗଣ ସେତେବେଳେ ତାଙ୍କୁ ବଲିଉଡରେ କାମ କରିବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିବାକୁ ପଡିଥିଲା । ସେ ପ୍ରଥମେ ସାଇଡ ରୋଲରେ କାମ କରିଥିଲେ ଓ ପରେ ତାଙ୍କୁ କିଛି ସୁପର ହିଟ ଫିଲ୍ମରେ କାମ କରିବାକୁ ମଉକା ମିଳିଥିଲା । ସେ ଗ୍ୟାଙ୍କସ ଅଫ ବାସେପୁର, ନ୍ୟୁଟନ, ଲୁଡୋ, ମିର୍ଜା ପୁର, ସକ୍ରୀଡ ଗେମ୍ସ ଓ ଲୁକା ଛୁପି ଆଦି ଅନେକ ଫିଲ୍ମ ଏବଂ ୱେବ ସିରିଜରେ କାମ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *