ହୁ-ହୁ ହୋଇ ଜାଲିଗଲା ଟ୍ରେନ, ଭାଇରାଲ ହେଲା ଛାତିକୁ ଥରେଇ ଦେବା ଭଳି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବିହାର ର ବିଭିନ୍ନ ସ୍ଥାନରେ ସେନା ନିଯୁକ୍ତି ଆଶାୟୀ ଙ୍କ ଲଙ୍କାକାଣ୍ଡ । କ୍ରମାଗତ ଦ୍ଵିତୀୟ ଦିନ ପାଇଁ ଜୋରଦାର ବିକ୍ଷୁ । ଛାପ୍ରା ରେ ଶହ ଶହ ଆନ୍ଦୋଳନକାରୀ ଟ୍ରେନ କୁ ଟାର୍ଗେଟ କରିଛନ୍ତି । ଛାପ୍ରା ଜଙ୍ଗସନ ନିକଟରେ ସେମାନେ ଏକ ପାସେଞ୍ଜର ଟ୍ରେନ ରେ ନିଆଁ ଲଗାଇ ଦେଇଛନ୍ତି । ଯାହା ଫଳରେ ହୁ ହୁ ହୋଇ ଜଳି ଯାଇଅଛି ଟ୍ରେନ । ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ ।

ପୋଲିସ ଘଟଣା ସ୍ଥଳ ରେ ପହଁଞ୍ଚି ସେମାନଙ୍କୁ ଘଉଡାଇବା ପାଇଁ ଫାଙ୍କା ଗୁଳି ଚାଳନା କରିଛି । ସେହିଭଳି ଯେହେନାବାଦ ରେଲୱେ ଷ୍ଟେସନ ନିକଟରେ ପୋଲିସ ଉପରକୁ ଆନ୍ଦୋଳନ କାରୀ ମାନେ ଟେକା ପଥର ମାଡ କରିଛନ୍ତି । ଆରା ଷ୍ଟେସନ ନିକଟରେ ପ୍ରତିବାଦକାରୀ ଙ୍କୁ ଘଉଡାଇବା ପାଇଁ ପୋଲିସ ଲୁହ ବୁହା ଗ୍ୟାସ ଚାଳନା କରିଅଛି ।

ସେନାରେ ଅଗ୍ନିପଥ ଯୋଜନା ରେ ଅଗ୍ନି ବୀର ଙ୍କୁ ନିଯୁକ୍ତି ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଅଗ୍ନିବୀର ଙ୍କ ଚାରିବର୍ଷ ରହିବ ଚାକିରି ଅବଧି । ଚଳିତ ବର୍ଷ ୪୬ ହଜାର ଅଗ୍ନିବୀର ନିଯୁକ୍ତି ପାଇବେ । ୯୦ ଦିନ ମଧ୍ୟରେ ଆରମ୍ଭ ହେବ ନିଯୁକ୍ତି । ଆବେଦନ କାରୀ ଙ୍କ ବୟସ ସୀମା ସାଢେ ୧୭ ବୟସରୁ ୨୧ ବର୍ଷ ରହିଅଛି । ଅଗ୍ନିବୀର ଙ୍କୁ ମାସିକ ୩୦ ହଜାର ରୁ ୪୦ ହଜାର ଟଙ୍କା ର ବେତନ ମିଳିବ ।

୪ ବର୍ଷ ଚାକିରୀ ପରେ ୨୫ ପ୍ରତିଶତ ଯୋଗ୍ୟ ଏବଂ ନିପୁଣ ଅଗ୍ନିବୀର ଙ୍କୁ ସେନାରେ ପୁଣି ୧୫ ବର୍ଷ ନିଯୁକ୍ତି ସୁଯୋଗ ମିଳିବ । ହେଲେ ଅଗ୍ନିବୀର ଙ୍କୁ ଗ୍ରାଚୁଏଟି ଏବଂ ପେନସନ ମିଳିବ ନାହିଁ । ଏହି ଯୋଜନା କୁ ସେନା ନିଯୁକ୍ତି ଆଶାୟୀ ମାନେ ଦୃଢ ବିରୋଧ କରିଛନ୍ତି । ତେବେ ବିରୋଧ କରି ଏହିଭଳି ଟ୍ରେନ କୁ ଜାଳିଦେବା କେତେ ଦୂରେ ସଠିକ । ଟ୍ରେନ ରେ ଯାତାୟାତ କରିବା ଯାତ୍ରୀ ଙ୍କ ପକ୍ଷେ ଅତ୍ୟନ୍ତ ଆବଶ୍ୟକ ।

ଏହିଭଳି ସ୍ଥିତି ରେ ଟ୍ରେନ ରେ ନିଆଁ ଲଗାଇ ତାହାକୁ ସଂପୂର୍ଣ୍ଣ ଭାବରେ ନଷ୍ଟ କରିଦେଲେ । ପୁନର୍ବାର ତାକୁ ନିର୍ମାଣ କରିବାକୁ କେତେ ଘଣ୍ଟା ତଥା କେତେ ଦିନ ଲାଗିବ ତାହା କହିବା ଅସମ୍ଭବ । କିନ୍ତୁ ମଣିଷ ସମାଜ ଏହା ବୁଝିବା ବଦଳରେ ହିଂସା ରେ ବିକ୍ଷୋପ କରି ଚାଲିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *