ସୁସ୍ଥ ହେବା ପରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିବେ Rahul, ଏ ନେଇ କିଛି ଏମିତି କହିଲେ ରାହୁଲ ଙ୍କ ବାପା, ଦେଖନ୍ତୁ Video

ବନ୍ଧୁଗଣ, ବହୁଚର୍ଚ୍ଚିତ ଅପରେସନ ରାହୁଲ କଥା ସମସ୍ତେ ଜାଣିଛନ୍ତି । ତେବେ ବର୍ତ୍ତମାନ ରାହୁଲ ବୋରୱେଲ ରୁ ଉଦ୍ଧାର ହୋଇ ବର୍ତ୍ତମାନ ଛତିଶଗଡ ର ବିଳାସପୁର ରେ ଥିବା ଆପୋଲ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ମାତ୍ର ରାହୁଲ ଙ୍କ ବାପା କିଛି ଏଭଳି ମୂହୁର୍ତ୍ତକୁ ମନେ ପକାଇ କହିଛନ୍ତି ଯାହା ସମସ୍ତଙ୍କ ହୃଦୟକୁ ଭରିନେବ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ସମ୍ବନ୍ଧରେ । ରାହୁଲ ଙ୍କ ବାପା କହିଛନ୍ତି ଯେ ଆମ୍ଭେ ପୁରୀ ଜଗନ୍ନାଥ ମନ୍ଦିର ରାହୁଲ କୁ ନେଇ ଯାଇଥିଲୁ ।

ମନ୍ଦିର ଦର୍ଶନ ପରେ ପୁରୀ ସମୁଦ୍ର କୂଳରେ ନିଜର ବ୍ୟାଗ ତଥା ପୋଷାକ ରଖି ରାହୁଲ କୁ ସେଠାରେ ବସାଇ ଦେଇ ସ୍ନାନ ନିମନ୍ତେ ସମୁଦ୍ରକୁ ଯାଇଥିଲୁ । ମାତ୍ର ଗାଧୋଇ ଆସି ଦେଖିଲ ବେଳକୁ ଆମ୍ଭ ପୁଅ ରାହୁଲ ସେଠାରେ ଉପସ୍ଥିତ ନଥିଲା । ଏହାପରେ ଆମ୍ଭେ ସଂପୂର୍ଣ୍ଣ ବେଳାଭୂମି ବୁଲି ଦେଖିଲୁ କିନ୍ତୁ ଆମ୍ଭେ ରାହୁଲ କୁ ପାଇଲୁ ନାହିଁ । ଏହାପରେ ହୋଟେଲ କୁ ଯାଇ ସେଠାରେ କାନ୍ଦୁଥିଲୁ ସ୍ଥାନୀୟ ବାସିନ୍ଦା ଘଟଣା ସମ୍ବନ୍ଧରେ ପଚାରିଲେ ଆମ୍ଭେ ତାଙ୍କୁ ରାହୁଲ ର ଫଟୋ ଦେଇ ସମସ୍ତ ଘଟଣା ସମ୍ବନ୍ଧରେ କହିଲୁ ।

ମନେ ମନେ ପ୍ରଭୁ ଜଗନ୍ନାଥ ଙ୍କୁ ବହୁତ ଡାକୁଥିଲୁ ।  ଏହାପରେ ରାହୁଲ କୁ ଖୋଜିବା ଲାଗି ସେମାନେ ଗଲେ । କିଛି ସମୟ ପରେ ଜଗନ୍ନାଥ ମନ୍ଦିର ପାଖରେ ପ୍ରସାଦ ବଣ୍ଟା ହେଉଥିଲା ଏବଂ ରାହୁଲ ସେଠାରେ ଛିଡା ହୋଇ ପ୍ରସାଦ ଖାଉଥିଲା । ଏହାକୁ ଦେଖି ପୁରୀ ଲୋକ ରାହୁଲ କୁ ଅଟୋ ରେ ବସାଇ ଆମ୍ଭ ନିକଟକୁ ଆଣିଲେ । ଏବଂ ରାହୁଲ ଯେଉଁଦିନ ଉଦ୍ଧାର ହେଲା ସେଦିନ ମଧ୍ୟ ପ୍ରଭୁ ଜଗନ୍ନାଥ ଙ୍କ ସ୍ନାନ ପୂର୍ଣ୍ଣିମା ଥିଲା ।

ନିଶ୍ଚିତ ଭାବରେ ପ୍ରଭୁ ଜଗନ୍ନାଥ ଙ୍କ ଅପାର ମହିମା ମୋ ପୁଅ ରାହୁଲ ଙ୍କ ଉପରେ ଅଛି । ଆମ୍ଭ ପ୍ରାର୍ଥନା କୁ ଭଗବାନ ଶୁଣି ତାକୁ ସୁରକ୍ଷିତ ବୋରୱେଲ ଭିତରୁ ବାହାରକୁ ବାହାର କରିଛନ୍ତି । ରାହୁଲ ଙ୍କ ବାପା ଏହା ମଧ୍ୟ କହିଛନ୍ତି ଯେ ମୁଁ ପ୍ରଭୁ ଜଗନ୍ନାଥଙ୍କୁ ଶତ ଶତ ଦଣ୍ଡବତ ହେଉଛି ଏବଂ କଟକ ରୁ ଯାଇଥିବା ଉଦ୍ଧାରକାରୀ ଟିମ କୁ ମଧ୍ୟ ଧନ୍ୟବାଦ ଦେଉଛି ଯେ କି ମୋ ପୁଅକୁ ବୋରୱେଲ ଗାତ ମୁହଁ ପାଖରେ ରହି ଲଗାତାର ସାହାସ ଦେଉଥିଲେ ।

ରସି ମାଧ୍ୟମରେ କଦଳୀ ଏବଂ ଜୁଷ ସେବନ କରିବାକୁ ଦେଉଥିଲେ । କିଛି ଖାଦ୍ୟ ନ ଖାଇ ଲଗାତାର ୫ ଦିନ ପର୍ଯ୍ୟନ୍ତ ରାହୁଲ କୁ ଉଦ୍ଧାର କରିବା ନିମନ୍ତେ ସମସ୍ତେ ଲାଗିଥିଲେ । ଏହା ସଂପୂର୍ଣ୍ଣ ଭାବରେ ପ୍ରଭୁ ଜଗନ୍ନାଥ ଙ୍କ ମହିମା ସେ ହିଁ ସେମାନଙ୍କୁ ପଠାଇ ମୋ ପୁଅ କୁ ଉଦ୍ଧାର କରିଛନ୍ତି । ତେବେ ଏହିଭଳି କିଛି ମନ କଥା ସେୟାର କରିଛନ୍ତି ରାହୁଲ ଙ୍କ ବାପା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *