ଆସିଲା ବଡ ଖବର, କାଲିଠୁ ନୂଆ ନିୟମରେ ଖୋଲିବ School…

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଉ ଦିନକ ପରେ ସରିବ ଖରାଛୁଟି ରାଜ୍ୟ ରେ ଜୁନ ୧୭ ରୁ ଆରମ୍ଭ ହେବ ଶ୍ରେଣୀ ପାଠପଢା । ରାଜ୍ୟ ରେ ଗତ ୬ ତାରିଖରୁ ଆରମ୍ଭ ହୋଇଥିଲା ଖରାଛୁଟି । ଏ ନେଇ ସମସ୍ତ ପ୍ରାଥମିକ ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବନ୍ଧ ରହିଥିଲା । ଆଉ ଗୋଟେ ଦିନ ପରେ ଏହା ଶେଷ ହେବ ଅର୍ଥାତ ଆସନ୍ତା ୧୭ ତାରିଖରେ ସ୍କୁଲ ଖୋଲିବା ପରେ ପୁଣି ପାଠପଢା ଆରମ୍ଭ ହେବ ।

ଗତ ଦୁଇବର୍ଷ ହେବ କୋରୋନା ପାଇଁ ପାଠପଢା ପ୍ରଭାବିତ ହେଉ ଥିବାରୁ ଚଳିତ ବର୍ଷ ଖରାଛୁଟି ଅବଧି କୁ କମାଇ ଦିଆଯାଇଥିଲା । ପାଠପଢା କୁ ଦୃଷ୍ଟି ରେ ରଖି ଏଥର ୧୧ ଦିନିଆ ସ୍କୁଲ ଛୁଟି କରାଯାଇଅଛି । ତେବେ ପୂର୍ବ ରୁ ଗ୍ରୀଷ୍ମ ପ୍ରଭାବ କୁ ଦୃଷ୍ଟି ରେ ରଖି ରାଜ୍ୟ ରେ ସକାଳୁଆ କ୍ଳାସ ଆରମ୍ଭ ହୋଇଥିଲା । ସକଳ ୬ ରୁ ୯ ଟା ପର୍ଯ୍ୟନ୍ତ ପିଲାମାନେ କ୍ଳାସ କରୁଥିଲେ ।

ମାତ୍ର ଜୁନ ୧୭ ରୁ ସ୍କୁଲ ଖୋଲିବା ପରେ ରାଜ୍ୟ ସରକାର ସ୍କୁଲ ଗୁଡିକୁ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ସକାଳ ୯.୩୦ ରୁ ୪.୩୦ ପର୍ଯ୍ୟନ୍ତ ଚାଲିବ । ସେହିପରି ଘରୋଇ ତଥା ସରକାରୀ ସ୍କୁଲ ଶୀକୃତି ପ୍ରାପ୍ତ ସ୍କୁଲ ଗୁଡିକରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ସକାଳ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ଏବଂ ଚତୁର୍ଥ ଶ୍ରେଣୀ ରୁ ଦଶମ ଶ୍ରେଣୀ ପାଠପଢା ପୂର୍ବାନୁ ୧୧ ରୁ ୪ ପର୍ଯ୍ୟନ୍ତ ଚାଲିବ ।

ଯଦି ଗ୍ରୀଷ୍ମ ପ୍ରଭାବ ଲାଗି ରହିଥାଏ ତେବେ ସ୍କୁଲ ରେ ପିଲା ମାନଙ୍କ ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସମସ୍ତ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଧେଶ ଦିଆଯାଇଅଛି । ତେବେ ନୂଆ ଢାଞ୍ଚା, ନୂଆ ପାଠ୍ୟକ୍ରମପ୍ରଣାଳୀ ରେ ହେବ ପାଠ ପଢା । ପିଲାମାନେ କରୋନା ମହାମାରୀ ରେ ଘରେ ରହି ଅନଲାଇନ ରେ ପାଠପଢୁଥିଲେ ।

ମାତ୍ର ସେଥିରେ ସନ୍ତୁଷ୍ଟି ନଥିଲା । ବର୍ତ୍ତମାନ ଯଥାଶୀଘ୍ର ସ୍କୁଲ କୁ ଯାଇ ପୁନର୍ବାର ଶିକ୍ଷା ଗ୍ରହଣ କୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଭରି ରହିଛି । ତେବେ ବନ୍ଧୁଗଣ ସରକାର ଙ୍କ ଶିକ୍ଷା କୁ ନେଇ ନୂଆ ପଦକ୍ଷପ ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *