କଲିକତା ହାଓଡା ବ୍ରିଜରେ ଏବେ ବି ଶୁଭୁଛି କାହାର କାନ୍ଦିବାର ସ୍ୱର, ଏମିତି କଣ ଘଟିଥିଲା ଏହି Bridge ରେ ? ଜାଣନ୍ତୁ ରହସ୍ୟ !

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କଲିକତା ର ହାଉଡା ବ୍ରିଜ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏହି ବ୍ରିଜ ସହିତ ଅନେକ କାହାଣୀ ଲୁଚି ରହିଅଛି । ତେବେ ଆସନ୍ତୁ ବ୍ରିଜ ପଛରେ ଥିବା ରହସ୍ୟ ସମ୍ବନ୍ଧରେ ଜାଣିନେବା । ଏହି ବ୍ରିଜ ର ପ୍ରକୃତ ନାମ କଣ ? ବିନା ନଟ, ବିନା ବୋଲ୍ଟ, ବିନା ପିଲରରେ କେମିତି ଛିଡା ହୋଇ ରହିଛି ଏହି ବ୍ରିଜ ? କାହିଁକି ୧୨ ଟା ବାଜିଲେ ଏହି ବ୍ରିଜ କୁ ବନ୍ଧ କରିଦିଆଯାଏ ? କେଉଁଠାରେ ରହିଛି ଏହି ବ୍ରିଜ ର ଚାବି ? ସତରେ କ’ଣ ଏହି ବ୍ରିଜ ନିର୍ମାଣ ସମୟରେ ଦିଆଯାଇଥିଲା ନରବଳୀ ?

କାହିଁକି ଆଜି ପର୍ଯ୍ୟନ୍ତ ଏହି ବ୍ରିଜର ଉଦଘାଟନ ହୋଇ ନାହିଁ ? କ’ଣ ରହିଛି ଏହି ବ୍ରିଜ ପଛର ରହସ୍ୟ ? ଆଜି ଆମେ କହିବାକୁ ଯାଉଅଛୁ ଏହି ରହସ୍ୟମୟ କାହାଣୀ । ହାଉଡା ବ୍ରିଜ ରେ ନଟବୋଲ୍ଟ କିଛି ମଧ୍ୟ ନାହିଁ, ଏହା କେବଳ ଏକ ପିଲରର ଝୁଲନ୍ତା ଅବସ୍ଥାରେ ହିଁ ରହିଛି । ଏହି ବ୍ରିଜ କୁ ନେଇ ରହିଛି ଅନେକ ଗୁଡିଏ ରହସ୍ୟ । ଏଭଳିକି ଏହି ବ୍ରିଜ ର ନାମକୁ ନେଇ ମଧ୍ୟ ରହସ୍ୟ ଗୋପନ କିଛି ରହିଛି । ଠିକ ରାତି ୧୨ ଟା ହେଲେ ଏହି ବ୍ରିଜ କୁ ବନ୍ଦ କରିଦିଆଯାଇଥାଏ । ରାତିହେଲେ ଏହି ବ୍ରିଜ ରୁ କାହାର ବ୍ୟାକୁଳ ଶବ୍ଦ ଭାଷିଆସିଥାଏ ।

ଯେଉଁ ସମୟରେ ଇଂରେଜ ମାନେ ଏହି ବ୍ରିଜ କୁ ତିଆରି କରିଥିଲେ ସେମାନେ ୧୨ ବାଜିଲେ ଏହି ବ୍ରିଜ କୁ ବନ୍ଦ କରିବାକୁ କହିଥିଲେ । ଏହା ସହିତ ସେମାନେ ଚେତାବନୀ ମଧ୍ୟ ଦେଇଥିଲେ ଯେ ଠିକ ୧୨ ହେଲେ ଏହି ବ୍ରିଜ କୁ ବନ୍ଦ କରାଯିବ, ନଚେତ ବ୍ରିଜ ଟି ଗଳି ପଡିବ । ମାତ୍ର କାହାକୁ ଏହି କଥା ସଠିକ ଭାବରେ ଜଣାନଥିଲା ଯେ ଏହି ବ୍ରିଜ ଟି ରାତି ୧୨ ରେ ବନ୍ଦ କରାଯିବା କଥା ନା ଦିନ ୧୨ ରେ ।

ଏଥି ନିମନ୍ତେ ଘଣ୍ଟା ରେ ୧୨ ବାଜିଲା ମାତ୍ରେ ଏହି ବ୍ରିଜ କୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଉଛି । ୧୯୪୨ ରେ ନିର୍ମାଣ କରାଯାଇଥିଲା । ୧୯୪୩ ଫେବୃୟାରୀ ୩ ତାରିଖରେ ଲୋକମାନେ ଯିବାଆସିବା ନିମନ୍ତେ ଏହା ଖୋଲା ଯାଇଥିଲା । ସେହି ସମୟରେ କୋଲକାତା ଏବଂ ହାଉଡା ମଝିରେ ହୁଗୁଳି ନଦୀରେ କୌଣସି ବ୍ରିଜ ନଥିଲା ।

ଲୋକ ଗୋଟିଏ ପାରିରୁ ଆର ପାରିକୁ ଯିବା ପାଇଁ ଡଙ୍ଗାର ବ୍ୟବହାର କରୁଥିଲେ । ସେମାନଙ୍କ ଗମନା ଗମନ ପାଇଁ ସୁବିଧା ହେବା ନିମନ୍ତେ ଏହି ବ୍ରିଜ କୁ ନିର୍ମାଣ କରାଯାଇଥିଲା । ଇଂରେଜ ମାନେ ଏହି ବ୍ରିଜ ବନାଇବା ସମୟରେ କହିଥିଲେ ଯେ ଏହି ବ୍ରିଜ ଯେମିତି ମଧ୍ୟ ନିର୍ମାଣ କରାଯାଉ ଏହି ବ୍ରିଜ ତଳେ ପିଲର ନ ରହିବା ଦରକାର ।

ଏହି କାରଣରୁ ଏହି ବ୍ରିଜ ନଦୀ କୂଳରେ ତିଆରି ହୋଇଥିବା ୨୮୦ ଫୁଟ ଉଚ୍ଚ ଖମ୍ବ ଉପରେ ସଂପୂର୍ଣ୍ଣ ବ୍ରିଜ ରହିଛି । ଦୁଇ ଖମ୍ବ ମଧ୍ୟରେ ଦୂରତା ୧୫୦୦ ଫୁଟ ଅଟେ । ବ୍ରିଜ ନିର୍ମାଣ ସମୟରେ ଏଠାରେ ନରବଳୀ ପଡିଥିବା କଥା ସତ ନୁହେଁ, ଏହା କେବଳ ଏକ ଗୁଜବ ଅଟେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *