Mr Gulua କହିଲେ ନିଜ ପରମ କାହାଣୀ ‘Sabyasachi ଙ୍କ ଜନ୍ମ ଦିନରେ ଯେତେବେଳେ ପ୍ରଥମ ଥର ପାଇଁ ମୁଁ ବର୍ଷାଙ୍କୁ ଦେଖି ଥିଲି ସେତେବେଳ ମୁଁ ତାଙ୍କୁ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ କମେଡିଆନ ଗୁଲୁଆ ଙ୍କ ପ୍ରେମାକାହାଣୀ କିଭଳି ଆରମ୍ଭ ହୋଇଥିଲା ସେ ସେହି ସମ୍ବନ୍ଧରେ କିଛି ଅନୁଭୂତି ସେଯାର କରିଛନ୍ତି ନିଜ ଫ୍ୟାନ୍ସ ମାନଙ୍କ ଆଗରେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । କମେଡିଆନ ଗୁଲୁଆ କହିଛନ୍ତି ଯେ ଭଗବାନ ଙ୍କ ପାଖରେ ସେ ସବୁବେଳେ ପ୍ରାର୍ଥନା କରନ୍ତି ଯେ ତାଙ୍କର ଯେତିକି ଲେବଲ ନୁହେଁ ସେ ସେତିକି ନୁହେଁ ବରଂ ତାହାଠାରୁ ଅଧିକ ତାଙ୍କୁ ଦେଇଛନ୍ତି । ଭଗବାନ ଙ୍କ କୃପା ରୁ ସେ ଆଜି ସମସ୍ତଙ୍କ ଘରେ ପରିଚିତ ଏଣୁ ସେ ଭଗବାନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବର୍ଷା ଙ୍କ ସହିତ ପ୍ରେମ ସମ୍ପର୍କ କୁ ନେଇ ଗୁଲୁଆ କହିଥିଲେ ଯେ ବର୍ଷା ପ୍ରାୟ ୬ ବର୍ଷ ହେବ ତାଙ୍କ ସହିତ ପ୍ରେମ ବନ୍ଧନରେ ବାନ୍ଧି ହୋଇ ଅଛନ୍ତି । ଏବଂ ଯଦି ଗୁଲୁଆ ଙ୍କୁ ଷପୋର୍ଟ କରିବାକୁ କେହି ନଥାନ୍ତି ତେବେ ବର୍ଷା କ୍ୟାମେରା ଧରି ତାଙ୍କୁ ଷପୋର୍ଟ କରନ୍ତି । ବାତ୍ୟା ସମୟରେ ମଧ୍ୟ ବହୁତ ସାହାର୍ଯ୍ୟ କରିଛନ୍ତି ଗୁଲୁଆ ଙ୍କ ପ୍ରେମିକା ବର୍ଷା । ବର୍ଷା ଙ୍କ ସହିତ ଗୁଲୁଆ ଙ୍କର ସବ୍ୟସାଚୀ ଙ୍କ ଜନ୍ମ ଦିନରେ ଦେଖା ହୋଇଥିଲା ।

ଏହାପରେ ବର୍ଷା ବହୁତ ହେଲ୍ପ କରିଛନ୍ତି ଗୁଲୁଆ ଙ୍କୁ । ଯେତେବେଳେ ଗୁଲୁଆ ଅଭାବ ଅଶୁବିଧାରେ ଚାଲୁଥିଲେ ସେତେବେଳେ ବର୍ଷା ତାଙ୍କ କଥା ବୁଝିଥାନ୍ତି । ଫୋନ ରେ କଥାବାର୍ତ୍ତ ଧୀରେ ଧୀରେ ବଢିବାକୁ ଲାଗିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଏକାଠି ଅଛନ୍ତି । ଗୁଲୁଆ ତଥା ଆଶିଷ ଙ୍କ ସମସ୍ତ ଦାଇତ୍ଵ ବର୍ଷା ତୁଲାଇଆସୁଛନ୍ତି ।

ବର୍ଷା ଏକ ସାଧାରଣ ଝିଅ ନୁହନ୍ତି ସେ ରାଉଡି ସ୍ଵଭାବର ଅଟନ୍ତି । ଆଶିଷ ଙ୍କୁ କିଏ କଣ କହିଲେ ମାନେ ସେ ସିଧାସଳଖ ତାହା ଉପରେ ପ୍ରହାର କରନ୍ତି । ଗୁଲୁଆ ଙ୍କ ସାହସ ହେଉଛନ୍ତି ବର୍ଷା ।ଏଭଳି ଜୀବନସାଥୀ ଭାଗ୍ୟରେ ଥିଲେ ମିଳେ ବୋଲି କହିଛନ୍ତି ଗୁଲୁଆ । ଉଭୟଙ୍କ ବିବାହ ସମ୍ବନ୍ଧରେ ଘରଲୋକ ବସି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଗୁଲୁଆ ।

ଆଗକୁ ଉଭୟ ଏହିଭଳି ମିଶି ନିଜ ସୁନାର ସଂସାରକୁ ଆଗେଇ ନେବେ ବୋଲି ଆଶା ରହିଅଛି ଗୁଲୁଆଙ୍କର । ଫ୍ୟାନ୍ସ ମାନେ ମଧ୍ୟ ଉଭୟଙ୍କ ଯୋଡି କୁ ବହୁତ ପସନ୍ଦ କରି ତାଙ୍କୁ ଶୁଭେଛା ଜଣାଇ ଆସିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *