ଯେତେବେଳେ ଆମେ ସହର କିମ୍ବା ଗାଁ ରୁ ବାହାରକୁ ଯାଇଥାଉ ରାତିରେ ଆମକୁ କୌଣସି ହୋଟେଲ ରେ ରାତି କଟାଇବାକୁ ପଡିଥାଏ। ସେହି ହୋଟେଲ କେତେ ଭଲ ଓ କେତେ ଖରାପ ତାହା ହୋଟେଲ ରୁମ୍ ଚାର୍ଜ ରୁ ଜଣାପଡ଼େ । ଏହି ହୋଟେଲରେ ରହିବାରେ ବି କେତେକ ଫାଇଦା ଥାଏ । ସବୁଠୁ ପ୍ରଥମ ହେଲା କି ଅଜଣା ସହରରେ ଆମକୁ ମୁଣ୍ଡ ଗୁଞ୍ଜିବାକୁ ଗୋଟେ ସୁରକ୍ଷିତ ଜାଗା ମିଳିଯାଏ । ସେହି ହୋଟେଲ ମାନଙ୍କରେ ଆପଣଙ୍କ ଶୋଇବା ପାଇଁ ଗୋଟେ ବଡ଼ ଓ ବଢିଆ ବେଡ୍ ରହିଥାଏ ।
ଆପଣ ଦେଖିଥିବେ ଯେ ହୋଟେଲ ରୁମ୍ ର ସବୁ ବେଡ୍ ରେ ଧଳା ରଙ୍ଗର ବେଡ୍ କଭର ପଡିଥାଏ । ହୋଟେଲରେ ଧଳା ରଙ୍ଗ ବ୍ୟତୀତ ଅନ୍ୟ କୌଣସି ବେଡ୍ କଭର ବ୍ୟବହାର କରନ୍ତି ନାହିଁ । ଆପଣ କଣ କେବେ ଭାବିଛନ୍ତି କି ହୋଟେଲ ରେ କଣ ପାଇଁ ଧଳା ରଙ୍ଗ ର ବେଡ୍ ଚାଦର ବ୍ୟବହାର କରନ୍ତି ।
ପୂର୍ବରୁ ହୋଟେଲ ରେ ବେଡ୍ ପାଇଁ ସବୁ ରଙ୍ଗୀନ ଚାଦର ବ୍ୟବହାର କରୁଥିଲେ । ଏହି କାରଣରୁ ରଙ୍ଗିନ୍ ଚାଦରରେ ଦାଗ ଲାଗିଲେ ବି କିଛି ଜାଣି ହୁଏନି ଓ ବେଡସିଟ ବି ମଇଳା ଦେଖାଯାଏ ନାହିଁ । କିନ୍ତୁ ଏହି କାରଣରୁ ଗେଷ୍ଟ ମାନଙ୍କୁ ନିଜର ହାଇଜିନ ର ଚିନ୍ତା ହେବାକୁ ଲାଗିଲା । ପୁଣି ଧୀରେ ଧୀରେ କିଛି ହୋଟେଲ ଧଳା ଚାଦର ବ୍ୟବହାର କରିବା ଆରମ୍ଭ କରିଦେଲେ । ତାଙ୍କର ତର୍କ ଥିଲା କି ଆପଣ ଆମ ହୋଟେଲକୁ ଆସନ୍ତୁ ଯେଉଁଠି ଆମେ କେବଳ ଧଳା ଚାଦର ବ୍ୟବହାର କରୁଛୁ ।
ଏହି କଥା କହି କଷ୍ଟମରଙ୍କୁ ନିଜ ହୋଟେଲ କୁ ଆସିବା ପାଇଁ ଆକର୍ଷିତ କରିଥାନ୍ତି । କଷ୍ଟମରଙ୍କର ଦାବି ଓ ହୋଟେଲ ରେ ପ୍ରତିଦ୍ୱନ୍ଦିତା ଯୋଗୁ ସବୁ ହୋଟେଲ ଧଳା ରଙ୍ଗର ଚାଦର ବ୍ୟବହାର କରିବା ଆରମ୍ଭ କରିଦେଲେ । ଏହା ପରେ ଏହି ସବୁ ହୋଟେଲ ଷ୍ଟାଣ୍ଡାର୍ଡ଼ ହୋଟେଲ ର ମାନ୍ୟତା ପାଇଗଲା । ସବୁ କଷ୍ଟମର ରୁମ୍ ବୁକିଂ କଲାବେଳେ ରୁମ୍ ରେ ଧଳା ଚାଦର ଅଛି କି ନାହିଁ ତାହା ଯାଞ୍ଚ କରିଥାନ୍ତି ।
ଏହା ବ୍ୟତୀତ ଅନ୍ୟ ଏକ କାରଣ ମଧ୍ୟ ଅଛି । ଧଳା ରଙ୍ଗ ସବୁବେଳେ ଶାନ୍ତି ର ପ୍ରତୀକ ହୋଇଥାଏ । ଏହି ଧଳା ରଙ୍ଗକୁ ଦେଖି ମଣିଷର ମନ ଶାନ୍ତ ରହିବା ସହିତ ରିଲାକ୍ସ ଅନୁଭବ କରୁଥାଏ । କଷ୍ଟମର ହୋଟେଲରେ ରହି ଓ ରାତିରେ ଶୋଇଲା ବେଳେ ଭଲ ଅନୁଭବ ଆସିଥାଏ । ଏହି କାରଣ ଯୋଗୁ ହୋଟେଲ ରେ ଧଳା ରଙ୍ଗର ଚାଦର ବ୍ୟବହାର କରାଯାଇଥାଏ ।
ଆଶାକରୁଛୁ ଆମର ବିବରଣୀ ଆପଣଙ୍କୁ ପସନ୍ଦ ଆସିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ …ଧନ୍ୟବାଦ