ହସ୍ପିଟାଲରେ ଲାଗିଲା ଡାକ୍ତର ଓ ରୋଗୀମାନଙ୍କ ପାଇଁ ଖାସ ଟନଲ, ୧୦ ମିନିଟରେ ଏତିକି ଲୋକ ହେବେ ସାନିଟାଇଜ

ବର୍ତ୍ତମାନ ସମୟରେ ସମସ୍ତେ ଏକତ୍ର ମିଶି କରୋନା ଭାଇରସ ସହ ଲଢୁଛନ୍ତି । ପୋଲିସ, ଡାକ୍ତର ଓ ନର୍ସମାନେ ଏହି ଯୁଦ୍ଧରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଏସବୁ ମଧ୍ୟରେ ଡାକ୍ତର ଓ ନର୍ସମାନେ ପ୍ରାୟତଃ କରୋନା ପୀଡିତ ରୋଗୀମାନଙ୍କ ମଧ୍ୟରେ ଘେରି ରହୁଛନ୍ତି ସେମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ବି ଗ୍ରହଣ କରାଯାଉଛି । ଏହା ମଧ୍ୟରେ ନାଗରିକ ହସ୍ପିଟାଲରେ ଏକ ସ୍ୟାନିଟାଇଜେଶନ ଟନଲ ଲଗାଯାଇଛି ।

ଏହି ଅଟୋମ୍ୟାଟିକ ସ୍ୟାନିଟାଇଜ ଟନଲ ହସ୍ପିଟାଲର ମୁଖ୍ୟ ଗେଟରେ ଲଗାଯାଇଛି । ଡାକ୍ତର ଓ ରୋଗୀମାନଙ୍କ ସହିତ ହସ୍ପିଟାଲଙ୍କୁ ଆସୁଥିବା ସମସ୍ତ ବ୍ୟକ୍ତି ଏହି ଟନଲ ଦେଇ ଯିବା ଆସିବା କରିବେ । ଟନଲରେ ସେନ୍ସର ବି ଲାଗିଛି । ଗୋଟିଏ ମିନିଟରେ ପାଖାପାଖି ୨୦ ରୁ ୨୫ ଜଣ ବ୍ୟକ୍ତି ଏହି ଟନଲ ମଧ୍ୟ ଦେଇ ଯାଇ ପାରିବେ । ଦଶ ମିନିଟରେ ଏହା ୩୦୦ରୁ ୪୦୦ ବ୍ୟକ୍ତିକୁ ସ୍ୟାନିଟାଇଜ କରି ପାରିବ ।

କହିବାକୁ ଗଲେ ସବୁଦିନ ଏହି ହସ୍ପିଟାଲକୁ ହଜାର ହଜାର ସଂଖ୍ୟାରେ ରୋଗୀ ଓ ଅନ୍ୟାନ୍ୟ ବ୍ୟକ୍ତିମାନେ ଆସୁଛନ୍ତି । କରୋନା ସମ୍ଭାବିତ ଲୋକମାନଙ୍କ ଯାଞ୍ଚ ପାଇଁ ଏଠି ସ୍ୟାମ୍ପୁଲ ବି ଆସିଥାଏ । ଏହି ଅବସ୍ଥାରେ ରୋଗୀ, ଡାକ୍ତର, ନର୍ସ, ପାରାମେଡିକାଲ ସ୍ଟାଫ ଇତ୍ୟାଦିଙ୍କୁ ସଂକ୍ରମଣର ଡର ରହୁଛି । ଏହା ସହିତ କରୋନାର ଏକ ରୋଗୀ ବି ଏହି ହସ୍ପିଟାଲରେ ଭର୍ତି ଅଛି । ତାହାର ପଜିଟିଭ ରିପୋର୍ଟ ଆସିବା ପରେ ମେଡିକାଲର ସମସ୍ତ ବ୍ୟକ୍ତି ଭୟଭୀତ ହୋଇ ଯାଇଛନ୍ତି ।

ଏହିଭଳି ଭୟାଭୟ ପରିସ୍ଥିତିକୁ ଦେଖି ଡ଼ିସି ଡା. ଆଦିତ୍ୟ ଦାହିୟା ଚାରି ଦିନ ପୂର୍ବେ ହିଁ ଉଚାନା ର ଏସଡୀଏମ ରାଜେଶ କୋଥଙ୍କୁ ସ୍ୟାନିଟାଇଜ ଟନଲ କରିବାର ଦାୟିତ୍ଵ ଦେଇଥିଲେ । ଏହା ପରେ ଏସଡୀଏମ ରାଜେଶ କୋଥ ୭୨ ଘଣ୍ଟା ମଧ୍ୟରେ ଏହି ଟନଲ ପୁରା କରିଦେଲେ । ଟନଲରେ ସବୁବେଳେ ସ୍ପ୍ରେ ଚାଲୁ ରହିଥାଏ । ୪୦ ଫୁଟ ଲମ୍ବା, ୬ ଫୁଟ ଚଉଡା ଓ ୯ ଫୁଟ ଉଚ୍ଚ ଟନଲରେ ସୋଡିୟମ ହାଇପୋକ୍ଲୋରାଇଡର ସ୍ପ୍ରେ ଅଟୋମେଟିକ କରିବା ପାଇଁ ୱାଟର ଟ୍ୟାଙ୍କ ପଂପିଂଗ ମୋଟରର କେତେକ ନୋଜଲ ଫିଟ କରାଯାଇଛି ।

ବର୍ତ୍ତମାନ ଏହି ହସ୍ପିଟାଲକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ସ୍ୟାନିଟାଇଜ ଟନଲ ଦେଇ ଯିବାକୁ ହେବ । ଏହା ଦ୍ଵାରା ହସ୍ପିଟାଲକୁ ଆସୁଥିବା ସ୍ଟାଫଙ୍କୁ କରୋନା ଭାଇରସର ଶିକାର ହେବାକୁ ପଡିବ ନାହିଁ । ବୁଧବାର ରାତିରେ ଡୀସୀ ଡା. ଆଦିତ୍ୟ ଦହିୟା ଏହି ଟନଲର ଶୁଭାରମ୍ଭ କରିଥିଲେ । ଉଚାନାର ଏସଡୀଏମ ରାଜେଶ କୋଥ କହିଲେ କି ତିରୁପୁର ମଡେଲ ହିସାବରେ ଏହି ଟନଲକୁ ତିଆରି କରାଯାଇଛି ।

ଏସଡୀଏମ କହିଲେ କି ଏହି ଟନଲ ଉପରେ ୮୦ ହଜାର ଟଙ୍କା ଖର୍ଚ ହୋଇଛି । ବର୍ତ୍ତମାନ ଏହା ଟ୍ରାୟଲ ବେସ ଉପରେ ଅଛି । ଯାହାର ସଫଳ ହେବାର ପୂରାପୂରି ସମ୍ଭାବନା ରହିଛ । ଦରକାର ପଡିଲେ ଦ୍ଵିତୀୟ ଟନଲ ବି ତିଆରି କରାଯିବ । ତେବେ ବନ୍ଧୁଗଣ ଆପଣଙ୍କୁ ଆମର ଏହି ସୂଚନା କିପରି ଲାଗିଲା ଆମକୁ କମେଣ୍ଟରେ ଜାଣନ୍ତୁ ଓ ଏହିପରି ଅନେକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *