ରାଜସ୍ଥାନର ଜୟପୁରରେ ଗୋଟିଏ ଲୋକ ଠାରୁ ସଂକ୍ରମିତ ହେଲେ ୧୨୬ ଲୋକ, ରାଜ୍ୟ ରେ ସୃଷ୍ଟି ହେଲା ଦିତୀୟ ହଟସ୍ପଟ

ରାଜସ୍ଥାନ ର ରାଜଧାନୀ ଜୟପୁର ର ରାମଗଞ୍ଜ ଇଲାକାର ବର୍ତମାନ ଅଧିକ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ପ୍ରଥମେ ୧୨ ମାର୍ଚରେ ଓମାନ ରୁ ଆସିଥିବା ୪୫ ବର୍ଷର ବ୍ୟକ୍ତି ଏୟାରପୋର୍ଟ ରେ ଚେକିଙ୍ଗ ହେବା ପରେ ନିଜ ଘରକୁ ଆସିଥିଲେ । ଚେକିଙ୍ଗ ହେବା ସମୟରେ ସେ ସଂକ୍ରମିତ ଥିବାର ଜଣା ପଡିନଥିଲା । ପରେ ତାଙ୍କ ଦ୍ଵାରା ୨୫ ମାର୍ଚରେ ୮ଜଣ ଏବଂ ୨୬ ମାର୍ଚରେ ୯୦ଜଣ ଲୋକ ସଂକ୍ରମିତ ହୋଇଥିଲେ । ବର୍ତମାନ ଏହା ୧୨୯ ରେ ପହଞ୍ଚିଥିବା ବେଳେ ଜଣେ ୬୫ ବର୍ଷର ବୃଦ୍ଧା ମହିଳାଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

ସେ ଘରକୁ ଆସିବା ପରେ ତାଙ୍କୁ ୧୪ ଦିନ ପାଇଁ କ୍ଵାରେନଟାଇନ ରେ ରହିବା ପାଇଁ ସ୍ୱାସ୍ଥ୍ୟକର୍ମୀ ଆଦେଶ ଦେଇଥିଲେ କିନ୍ତୁ ସେ ବ୍ୟକ୍ତି ଏହାକୁ ନମାନି ତାଙ୍କ ସାଙ୍ଗ ସାଥି ଙ୍କ ସହିତ ମିଶିଥିଲେ । ୨୬ ମାର୍ଚରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ସେତେବେଳକୁ ସେ ୨୦୦ ଲୋକଙ୍କ ସହିତ ମିଶି ସାରିଥିଲେ ଏବଂ ୨୪ ଘଣ୍ଟା ପରେ ତାଙ୍କ ସାଙ୍ଗଙ୍କ ରିପୋର୍ଟ ବି ପଜିଟିଭ ଆସିଲା । ବର୍ତମାନ ପର୍ଯ୍ୟନ୍ତ ସଂକ୍ରମଣ ବଢିବାରେ ଲାଗିଛି ।

 

ରାଜସ୍ଥାନରେ ଜଣେ ମହିଳାଙ୍କର ମୃତ୍ୟୁ

ରାଜସ୍ଥାନ ରେ ଏହି ସଂକ୍ରମଣରେ ୬୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହେବା ପରେ ଶୁକ୍ରବାର ପର୍ଯ୍ୟନ୍ତ ୨୬ଟି ନୂଆ ସଂକ୍ରମିତ ମାମଲା ସାମନାକୁ ଆସିଛି । ବର୍ତମାନ ସଂକ୍ରମଣର ସଂଖ୍ୟା ବଢି ୪୮୯ ରେ ପହଞ୍ଚିଛି । ଏହି ମହିଳା ଜଣଙ୍କ ଉଚ ରକ୍ତଚାପ ଏବଂ ନିମୋନିଆରେ ପୀଡିତ ଥିବା ବେଳେ ସେ କରୋନା ଭାଇରସ ର ଶିକାର ହୋଇଥିଲେ । ତାଙ୍କୁ ବୁଧବାର ଦିନ ଏସେଏମଏସ ହସ୍ପିଟାଲରେ ଭେଣ୍ଟିଲେଟର ରେ ରଖା ଯାଇଥିଲା ଏବଂ ଗୁରୁବାର ଦିନ ତାଙ୍କ ମୃତ୍ୟୁ ହେବାର କଥା ହସ୍ପିଟାଲ ସୂତ୍ରରୁ ପ୍ରକାଶ ପାଇଛି ।

ଏହି ମହିଳାଙ୍କ ପୂର୍ବରୁ ସହରରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ୫ ଏପ୍ରିଲରେ ହୋଇ ସାରିଛି । ସେହି ବ୍ୟକ୍ତି ମୃତ ବ୍ୟକ୍ତି ଗଲତା ଘାଟର ବାସିନ୍ଦା ଥିଲେ । ଜୟପୁର ସହରରେ ଅଧିକ ସଂକ୍ରମଣ ଚିହ୍ନଟ ହେବା ଦ୍ଵାରା ସେଠାରେ ବହୁତ ଦିନ ଧରି କଡାକଡି ଭାବେ କର୍ଫ୍ଯୁ ପାଳନ କରାଯାଉଛି । ଏମିତି ଆପଣ ଲକଡାଉନ ର ସମସ୍ତ ନିୟମକୁ ପାଳନ କରନ୍ତୁ, ସତର୍କ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ । ଆମ ସହିତ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *