ବନ୍ଧୁଗଣ ଗତ କାଲି ସାରା ଭାରତରେ ହୋଲି ପର୍ବ ବହୁତ ଧୁମଧାମରେ ପାଳନ ହୋଇଥିଲା । ତେବେ ଗତ ଦୁଇ ବର୍ଷ ହେବ କରୋନା ମହାମାରୀ କାରଣରୁ ଦେଶରେ ହୋଲି ପର୍ବ ବନ୍ଦ ଥିଲା ଯାହାଫଳରେ ଲୋକମାନେ ଗତ କାଲି ଅତି ଖୁସିର ସହ ହୋଲି ପର୍ବ ପାଳନ କରିଥିଲେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଟିଭି ସମବାଦଧିକ ସ୍ଵର୍ଗତ ଅରିନ୍ଦମ ଦାସଙ୍କୁ ବେସ ଭଲ ଭାବରେ ଜାଣିଥିବେ ।
ଗତ କାଲି ହୋଲି ପର୍ବରେ ଅରିନ୍ଦମଙ୍କ ସ୍ତ୍ରୀ ଗଣମାଧ୍ୟମକୁ ଏକ ସାକ୍ଷାତ୍କାରକୁ ଆସି ନିଜ ଜୀବନରେ ଚାଲୁ ଥିବା ଦୁଃଖ ବିଷୟରେ କହିଛନ୍ତି । ତେବେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଗତ ବର୍ଷ ମିସନ ଗଜରାଜରେ ସାମ୍ବାଦିକ ଅରିନ୍ଦମ ଦାସ ହାତୀ ମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଯାଇଥିଲେ ହେଲେ ଏକ ଦୁର୍ଘଟଣା ବଶତଃ ତାଙ୍କର ମୃତ୍ୟୁ ହୋଇଥିଲା ।
ଅରିନ୍ଦମ ଯିବା ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ଗତ କାଲିର ସାକ୍ଷାତ୍କାରରେ ଅରିନ୍ଦମଙ୍କ ସ୍ତ୍ରୀ କହିଛନ୍ତି-‘ମୁ ହେଉଛି ଅରିନ୍ଦମଙ୍କ ପତ୍ନୀ ମୋ ନାଁ ହେଉଛି ସମୀକ୍ଷା ବେହେରା । ହୋଲି ପର୍ବରେ ସେ ସମସ୍ତଙ୍କ ସହ ବହୁତ ଭଲ ସେ ମିସିକି ଖେଳନ୍ତି । ହେଲେ ସେ ଅଫିସ କାମରେ ସବୁବେଳେ ରହି ଯାଉଥିବାରୁ ଘରେ ସେ ସେତିକି ସମୟ ଦେଇ ପାରୁ ନଥିଲେ ।
ଆଗକୁ ସେ କହିଛନ୍ତି-‘ସେଥିପାଇଁ ସବୁବେଳେ ମୋର ଗୋଟେ ମନରେ ଥାଏ କି ସେ ସବୁ ପର୍ବରେ ଘରେ କିପରି ଭାବରେ ଟାଇମ ଦେଇକି ରହିବେ ହେଲେ ସେଇଟା କେବେ ହେଇ ପାରିଲା ନାହିଁ । କିନ୍ତୁ ଏପରି ଭାବରେ ହେବ ବୋଲି ଏଇଟା କେବେ ମୁ ମନରେ ଟିକେ ବି ଆସି ନଥିଲା । ଯେହେତୁ ସେ ଆମ ସହ ନାହାନ୍ତି ସେହି କ୍ଷତି କେହି ପୂରଣ କରିପାରିବେ ନାହିଁ । କିନ୍ତୁ ତାଙ୍କର ସ୍ମୃତି ଆଉ ତାଙ୍କର ଯେଉଁ ଭଲ ପାଇବା’ ।
ଆଗକୁ ସେ କହିଛନ୍ତି-‘ସେସବୁ ମନେ ପକାଇ ମୁଁ ମୋ ପୁଅକୁ ସବୁ ଶିଖେଇବି । ସେ ଜିନିଷରେ ହିଁ ମୁ ରହି ପାରିବି । ଆଉ ତଙ୍କ ଭଳିଆ ମଣିଷ ପାଇବା ବହୁତ ରେୟାର କହିଲେ ଚଳେ । ସେଦିନ ଯେଉଁ ଅଘଟଣା ଘଟିଗଲା ହୁଏତ ତାଙ୍କ ଭଳିଆ ଆଉ କେହି ଜଣେ ଥିଲେ ନିଶ୍ଚୟ ସେ ଆମ ପାଖରେ ଆଜି ଥାନ୍ତେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।