ହକି ଖେଳ ପାଇଁ ଜୀବନ ହାରୁଛନ୍ତି ଗୋ-ମାତା, ଗୋ-ମାତାଙ୍କ ଏଭଳି ଦୟନୀୟ ଅବସ୍ଥା ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗାଈ ହେଉଛି ଆମର ଗୋମାତା । ତେଣୁ ତାଙ୍କର ଯତ୍ନ କରିବା ତଥା ତାଙ୍କର ଉପଯୁକ୍ତ ସୁରକ୍ଷା କରିବା ପାଇଁ ପ୍ରତ୍ଯେକଟି ବ୍ୟକ୍ତିବିଶେଷ ନିଜ ତରଫରୁ ସଜାଗ ରହିବା ଦରକାର । ତେବେ ହକିବିଶ୍ଵକପ ପାଇଁ ଭୁବନେଶ୍ବର ସହରର ପ୍ରତେକଟି ରାସ୍ତାଘାଟ ପରିଷ୍କାର ଓ ପରିଚ୍ଛନ ପାଇଁ ସରକାର କର୍ମ ତତ୍ପର ହୋଇଛନ୍ତି। ଯେଉଁ କାରଣରୁ ରାସ୍ତାଘାଟରେ ବୁଲୁଥିବା ଗାଈ, ଶଣ୍ଢ ମାନଙ୍କୁ ସେହି ରାସ୍ତାଘାଟ କଡରୁ ସ୍ଥାନାନ୍ତରଣ କରାଯାଇ ଅନ୍ୟ ଏକ ଜାଗାରେ ସମସ୍ତଙ୍କୁ ରଖାଯାଇଛି  ।

ତେବେ ସେଠାକାର ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଗାଈ ମାନଙ୍କୁ ରାସ୍ତାଘାଟରୁ ଉଠାଇ ଆଣି ଅନ୍ୟ ଏକ ଜାଗାରେ ତଥା ଗୋଶାଳା ରଖି ତାଙ୍କର ସୁରକ୍ଷା ଦାୟିତ୍ଵ ନେବେ ବୋଲି କୁହାଯାଇଥିଲା । ହେଲେ ସେପରି କିଛି ଗୋରୁ ମାନଙ୍କ ପାଇଁ ସୁରକ୍ଷା ସଠିକ ବ୍ୟବସ୍ତା ଏଠାରେ କରାଯାଇନାହିଁ । ଏଠାରେ ପ୍ରାୟ ୫୫୦ ରୁ ଉର୍ଦ୍ଧ ଗାଈ ଶଣ୍ଡ ମାନଙ୍କୁ ଅଣାଯାଇଛି । ହେଲେ ସେମାନଙ୍କର ଖାଇବା, ପିଇବାର ସଠିକ ଭାବରେ ପରିଚାଳନା ହୋଇପାରୁନାହିଁ ।

ଯାହା ଯୋଗୁ ଗାଈ ଶଣ୍ଢ ମାନଙ୍କର ଅକାଳରେ ମୃ-ତ୍ୟୁ ଘଟୁଛି । ତେବେ ସ୍ଥାନୀୟ ଲୋକଙ୍କର କହିବା ଅନୁଯାଇ ହକି ଖେଳ ନାମରେ ଏଠାରେ ଗୋହତ୍ୟା କରାଯାଉଛି । ଏପରିକି ସେମାନଙ୍କର ସ୍ଵାସ୍ଥର ଠିକ ଭାବରେ ନିରୀକ୍ଷଣ କରାଯାଉନାହିଁ । ଯାହା ଯୋଗୁ ଚିକିତ୍ସାର ଅଭାବରେ ଗାଈ, ଶଣ୍ଢ ମାନଙ୍କର ଦିନକୁ ପାଖାପାଖି ୮ ରୁ ୧୦ ଟି ଗାଈ ଓ ଶଣ୍ଢ ମାନଙ୍କର ବିୟୋଗ ହୋଇଯାଉଛି ।

ତେବେ ସ୍ଥାନୀୟ ଲୋକମାନେ ପ୍ରତିଦିନ ଭାବରେ ଗାଈ ମାନଙ୍କର ଏପରି ଅକାଳ ବିୟୋଗ ଦେଖି ଅନେକ ମାତ୍ରାରେ ଉତ୍ତେଜିତ ହୋଇଯାଇଛନ୍ତି । ଗାଈ ମାନଙ୍କର ସୁରକ୍ଷା ଦ୍ରୁଷ୍ଟିରୁ ଅନେକ ସ୍ଥାନୀୟ ବାସିନ୍ଦା ଗାଈ, ଶଣ୍ଢ ରଖିଥିବା ଜାଗାକୁ ଆସି ଉତ୍ତେଜିତ ହୋଇ ଆନ୍ଦୋଳନ କରୁଛନ୍ତି । ଯଦି ହକିବିଶ୍ଵକପ ପାଇଁ ଭୁବନେଶ୍ବର ସହରର ପରିଚ୍ଛନତା ତଥା ସୌନ୍ଦର୍ଜ୍ୟକରଣୀ ପାଇଁ ଏତରେ ଗୁରୁତ୍ଵ ଦିଆଯାଉଛି ।

ତେବେ ରାସ୍ତା ଉପରୁ ଗାଈ ଶଣ୍ଢ ମାନଙ୍କୁ ଉଠାଯାଇ ଆଣି ଗୋଟିଏ ସୀମିତ ଜାଗାରେ ଏତେ ସଂଖ୍ୟାରେ ରଖିବା ଓ ସେମାନଙ୍କର ଖାଇବା, ପିଇବାର ଠିକ ଭାବରେ ଯତ୍ନ ନକରିବା ପାଇଁ ସ୍ଥାନୀୟ ବାସିନ୍ଦା ବହୁ ମାତ୍ରାରେ ଉତ୍ତେଜିତ ରହିଛନ୍ତି । ତେବେ ସ୍ଥାନୀୟ ଲୋକଙ୍କର କହିବା ମୁତାବକ ଯଦି ଗାଈ, ଶଣ୍ଢ ମାନଙ୍କୁ ସବୁ ପ୍ରକାର ସୁବିଧା ଏଠାରେ ରଖି ତାଙ୍କ ମାନଙ୍କୁ ଦିଆଯାଉଛି ।

ତେବେ ପ୍ରତିଦିନ ୮ ରୁ ୧୦ ପାଖାପାଖି ଗାଈ, ଶଣ୍ଢ ମାରିବା ପଛର କାରଣ କଣ ରହିଛି ? ତେବେ ଏଥିପାଇଁ ଲୋକମାନେ BMC ର ଦାୟିତ୍ଵ ପରିଚାଳନା କମିଟିଙ୍କୁ ଦୋଷାରପ କରୁଛନ୍ତି । ତେବେ ଗାଈଗୋରୁଙ୍କ ସୁରକ୍ଷା ପାଇଁ ଲୋକମାନେ କିଛି ମଧ୍ୟ କରିବାକୁ ପ୍ରସ୍ତୁତ ରହିଛନ୍ତି । ହେଲେ କୌଣସି ପ୍ରକାର ଗାଈ, ଗୋରୁଙ୍କ ପ୍ରତି ଅନ୍ୟାୟକୁ ଏମାନେ ବରଦାସ୍ତ କରିପାରିବେ ନାହିଁ ବୋଲି କହୁଛନ୍ତି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *