ଏ କି ଅବସ୍ଥା ! ମାଲିକ ଯାଇନି ହେଲେ ଭଡାଟିଆ ଘର ମାଡିବସିଲାଣି…ଦେଖନ୍ତୁ ପୁରା ଖବର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଥାରେ ଅଛି ବହୁ ଆଡମ୍ବର କିନ୍ତୁ ଲଘୁକ୍ରିୟା । ହଁ ବନ୍ଧୁଗଣ BMC ପାଇଁ ବିଲଡିଙ୍ଗ ନିର୍ମାଣ କରଯାଇଥିଲା । ହେଲେ ଡେଲୋଇଟ ପାଇଁ ଉଦ୍ଘାଟନ କରାଗଲା । BMCର ମେୟର ପୁରୁଣା ଅଫିସରେ ବସିଛନ୍ତି । ହେଲେ ସଂପୂର୍ଣ୍ଣ ବିଲଡିଙ୍ଗ ଉପରେ କବ୍ଜା କରି ଡେଲୋଇଟ ନାମକ ଆଇଟି କମ୍ପାନୀ କାର୍ଯ୍ୟ ଆରମ୍ଭ କରିଲାଣି । ଭୁବନେଶ୍ବରର ସତ୍ୟନଗରଠାରେ ୧୧ ମହଲା ବିଶିଷ୍ଠ ବିଲଡିଙ୍ଗ ୪ ବର୍ଷ ତଳୁ ନିର୍ମାଣ ଚାଲୁ ରହିଥିଲା ।

ଏହା BMC ଏକ ନୂଆ ବିଲଡିଙ୍ଗ ଭାବରେ ନିର୍ମାଣ କରଯାଇଥିଲା । BMC ସହ ସ୍ମାର୍ଟ ସିଟି ଲିମିଟେଡ ର କାର୍ଜ୍ଯାଳୟ ମଧ୍ୟ ଏଠାରେ କରାଯିବାର ଯୋଜନା କରଯାଇଥିଲା ।  ପାଖାପାଖି ୭୩ କୋଟିର ଟଙ୍କା ଖର୍ଚ କରି ଏହି ବିଲଡିଙ୍ଗ ଭୁବନେଶ୍ବର ଠାରେ ନିର୍ମାଣ କରଜିଥିଲା । ଏଠାରେ ନବ ନିର୍ବାଚିତ ମେୟର କର୍ପୋରେଟରଙ୍କ ସହିତ ବସିଥାନ୍ତେ । ଏହା ସହିତ ଏଠାରେ କର୍ପୋରେସନ ମିଟିଂ ଏଠାରେ କରାଯାଇଥାନ୍ତା ।

ରାଜଧାନୀ ଭୁବନେଶ୍ବର ବାସିନ୍ଦାଙ୍କ ସମସ୍ଯାର ସମାଧାନ ବିଷୟରେ ଏଠାରେ ଆଲୋଚନା କରାଯିବାର ବ୍ୟବସ୍ତା ପାଇଁ ବ୍ୟବସ୍ତା କରଯାଇଥିଲା । ହେଲେ ଏତେ ସବୁ ଟଙ୍କା ବେୟ କରି ଏତେ ବଡ ବିଲଡିଙ୍ଗ ନିର୍ମାଣ କରାଗଲା । ହେଲେ ନାମକୁ ମାତ୍ର BMC ବିଲଡିଙ୍ଗ ବୋଲି ଆକ୍ଷା ପାଉଛି । ଡେଲୋଇଟ ନାମକ ଆଇଟି କମ୍ପାନୀ ଏଠାରେ ନିଜର ପ୍ରଭାବ ବିସ୍ତାର କରିବାକୁ ବସିଛି ।

ଏହା ସହିତ ବିଲଡିଙ୍ଗ ଉପରେ ବଡ ବଡ ଅକ୍ଷରରେ ଡେଲୋଇଟ କମ୍ପାନୀର ନାମ ମଧ୍ୟ ଲେଖା ହୋଇଗଲା । ତେବେ ଏଠାରେ ବଡ ବଡ ଅକ୍ଷରରେ ଲେଖା ହୋଇଥିବା ଡେଲୋଇଟ ହିଁ ସମସ୍ତଙ୍କର ଆଗେ ଦ୍ରୁଷ୍ଟି ଗୋଚର ଆସିବ କିନ୍ତୁ BMC ଉପରେ ବିଶେଷ କେହି ନଜର ପକାଇପାରିବେ ନାହିଁ ।

ଜାନୁଆରୀ ୬ ତାରିଖରେ ଭଲ ଜାକ ଜମକରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟାନ୍ୟ ବିଶିଷ୍ଠ ଲୋକଙ୍କ ଗହଣରେ ଏହି BMC ବିଲଡିଙ୍ଗର ଶୁଭ ଉଦ୍ଘାଟନ କରଯାଇଥିଲା । ତେବେ ଭୁବନେଶ୍ବରର ମେୟର ସୁଲୋଚନା ଦାସଙ୍କ ମତ ଅନୁସାରେ BMC କାର୍ଜ୍ଯାଳୟର କାମ ନୂଆ ବିଲଡିଙ୍ଗରେ ଆରମ୍ଭ ହେବାକୁ ବିଳମ୍ବ ହେଉଛି । ତେବେ ଡେଲୋଇଟ ନାମକ ନାମୀଦାମୀ କମ୍ପାନୀ ଓଡିଶାରେ କାର୍ଯ୍ୟ ପ୍ରକ୍ରିୟା ଚାଲୁ ରଖିବା ଏହା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ।

ଏହା ସହିତ ଏହା ଓଡିଶା ପାଇଁ ମଧ୍ୟ ଗର୍ବ ଓ ଗୌରବର ପରିଚୟ ସୃଷ୍ଟି କରିବ । ତେବେ ମେୟରଙ୍କ କହିବା ଅନୁସାରେ BMC କାର୍ଜ୍ଯାଳୟର ଇଣ୍ଟେରିଅର କାମ ଚାଲୁ ରହିଛି । ତେବେ କାମ ସଂପୂର୍ଣ୍ଣ ହୋଇଲା ପରେ ନୂଆ ବିଲଡିଙ୍ଗରେ କାର୍ଯ୍ୟ ଆରମ୍ଭ ହୋଇବ ।   ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *