ସୁ-ସୁ ହେଇ ଗର୍ଜନ କରୁଛି Hirakuda, ଦେଖନ୍ତୁ ହୀରାକୁଦ ର ସେହି ଭୟଙ୍କର ରୂପ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ରାଜ୍ୟରେ ଭୟଙ୍କର ବନ୍ୟା ସ୍ଥିତି । ବରଗଡ଼ରୁ ଜଗତସିଂହପୁର ଜିଲ୍ଲା ପର୍ଯ୍ୟନ୍ତ ସ୍ଥିତି ସଙ୍ଗିନ । କାରଣ ମହାନଦୀରେ ଆସିଛି ମହାବନ୍ୟା । ଉଭୟ ଛତିଶଗଡ଼ ଓ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବାରୁ ଗାଁ ଗାଁରେ ପଶିଛି ବଢ଼ିପାଣି । ମୁଣ୍ଡଳିଠାରେ ମହାନଦୀ ଦେଖାଇଛି ତାର କରାଳ ରୂପ । ଏଠି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀ ।
ତେବେ ଶେଷ ଅପଡେଟ୍ ସୁଦ୍ଧା ମୁଣ୍ଡଳିଠାରେ ୧୨ ଲକ୍ଷ କ୍ୟୁସେକ୍ ବନ୍ୟାପାଣି ପାସ୍ କରୁଥିଲା ।

ଏହା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଇଛି । ତେଣୁ ଆଗାମୀ ୪୮ରୁ ୭୨ ଘଣ୍ଟା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ଦେଇଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା । ହୀରାକୁଦ ଜଳଭଣ୍ଡାର ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଏବେ ଜଳପତ୍ତନ ୬୨୬ ଫୁଟ୍‌ରୁ ଅଧିକ ରହିଛି । ତେବେ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦକୁ ୭ ଲକ୍ଷ କ୍ୟୁସେକ୍‌ରୁ ଅଧିକ ପାଣି ପଶୁଛି ।

ଅନ୍ୟପଟେ ତେଲ୍ ନଦୀରେ ଜଳପ୍ରବାହ ଓ ରାଜ୍ୟରେ ବର୍ଷା କମିବା ପରେ ହୀରାକୁଦ ଡ୍ୟାମ୍‌ର ପର୍ଯ୍ୟାୟ କ୍ରମେ ୧୪ଟି ଗେଟ୍ ଖୋଲାଯାଇ ମୋଟ୍ ୪୦ଟି ଗେଟ୍ ଦେଇ ବନ୍ୟାପାଣି ନିଷ୍କାସନ କରିବାକୁ ନିଷ୍ପତ୍ତି ହୋଇଛି । ୪୦ଟି ଗେଟ୍ ଖୋଲିବା ପରେ ଡ୍ୟାମ୍‌ରୁ ପ୍ରାୟ ସାଢ଼େ ୬ ଲକ୍ଷ କ୍ୟୁସେକ୍ ପାଣି ନିଷ୍କାସନ ହେବ । ତେବେ ଏହି ପାଣି ମୁଣ୍ଡଳିରେ ପହଂଚିବାକୁ ପ୍ରାୟ ୩୬ ଘଣ୍ଟା ଲାଗିବ ।

ସେତିକି ସମୟ ଭିତରେ ବର୍ତ୍ତମାନର ବନ୍ୟାଜଳ ଅତିକ୍ରମ କରିସାରିଥିବ । ସେପଟେ ଆଉ ୪ଦିନ ବନ୍ୟା ସ୍ଥିତି ଲାଗି ରହିବ ବୋଲି ଏସ୍‌ଆର୍‌ସି ସୂଚନା ଦୋଇଛନ୍ତି । ତେଣୁ ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୂର, କେନ୍ଦ୍ରପଡ଼ା, ଯାଜପୁର ଜିଲ୍ଲାକୁ ସଜାଗ୍ ରହିବା ପାଇଁ କୁହଯାଇଛି । ସେପଟେ ବନ୍ୟା ପାଇଁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ପ୍ରଭୃତି ୧୦ଟି ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି ।

ବନ୍ୟା ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଥିଲେ । ବନ୍ୟାରେ ଯେପରି ଗୋଟିଏ ବି ଜୀବନହାନି ନହୁଏ ଓ ଯୋଗଯୋଗରେ ବିଭ୍ରାଟ ନହୁଏ ତାକୁ ସୁନିଶ୍ଚିତ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ବିପଦସଂକୁଳ ଅଂଚଳରେ ଥିବା ଲୋକମାନଙ୍କୁ ଆବଶ୍ୟକ ରିଲିଫ୍ ଓ ମୌଳିକ ସୁବିଧା ଯୋଗାଇଦେବା ପାଇଁ କୁହଯାଇଛି । ପ୍ରଭାବିତ ଜିଲ୍ଲାରେ ୯ଟି ଏନଡ଼ିଆରଏଫ, ୯ଟି ଓଡ୍ରାଫ୍ ଓ ୪୪ଟି ଅଗ୍ନଶମ ଟିମ୍ ମୁତୟନ କରାଯାଇଛି ।

ଜଗତସିଂହପୁର ଜିଲ୍ଲାରେ ଆସନ୍ତାକାଲି ଯାଏଁ ସମସ୍ତ ସ୍କୁଲ ଏବଂ ନୟାଗଡ଼ ଜିଲ୍ଲାର ୩ଟି ବ୍ଲକ୍‌ର ୩୨ଟି ସ୍କୁଲ୍ ୨ ଦିନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଆବଶ୍ୟକ ହେଲେ ଅନ୍ୟ ସ୍ଥାନରେ ମଧ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆସନ୍ତା ୭ ଦିନ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି । ତେବେ ମହାନଦୀରେ ବନ୍ୟାଜଳ ଆସିବା ଦ୍ବାରା ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ଦୁର୍ଦ୍ଦଶା ବଢ଼ିଛି ।

ସମ୍ବଲପୁରରୁ ଏହି ଦୁର୍ଦ୍ଦଶା ଆରମ୍ଭ ହୋଇଛି । ହୀରାକୁଦ ଜଳଭଣ୍ଡାର ରବିବାର ଦିନ ଠାରୁ ଜଳମଗ୍ନ ହୋଇଛି । ମହାନଦୀ ନଦୀର ବନ୍ୟାଜଳ ପାଇଁ ସୋନପୁର ଜିଲ୍ଲା ଧର୍ମଶାଳା ଠାରୁ ସେନାପୁର ସହରକୁ ଯୋଡ଼ୁଥିବା ବାଏପାସ ଅସ୍ଥାୟୀ ରୂପେ ବନ୍ଦ ହୋଇଯାଇଛି । କଟକ ଜିଲ୍ଲା ବଡମ୍ବାର ଐତିହାସିକ ଭଟ୍ଟାରିକା ମନ୍ଦିରର ଅଧିକାଂଶ ଅଂଚଳ ବୁଡ଼ି ଯାଇଛି । ରବିବାର ଠାରୁ ମା’ଙ୍କୁ ଅସ୍ଥାୟୀ ସ୍ଥାନକୁ ସ୍ଥାନାନ୍ତରିତ କରି ପୂଜାର୍ଚ୍ଚନା କରୁଛି । ସେହିପରି କେନ୍ଦ୍ରାପଡ଼ାରେ ମହାନଦୀର ଜଳ ଲୋକଙ୍କୁ ଡରାଉଛି । ‌ ସେହିପରି କଟକ ଜିଲ୍ଲା ଆଠଗଡ଼, ନରସିଂହପୁର, ବାଙ୍କୀ ଓ ବଡମ୍ବା ଅଞ୍ଚଳର ଅନେକ ଗୁଡ଼ିଏ ଗାଁ ଜଳମଗ୍ନ ହୋଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *