ନେତା ହେବ ତ ରୁଦ୍ରଙ୍କ ପରି ! ଡଙ୍ଗାରେ ଲୋକଙ୍କ ପାଖେ ପହଞ୍ଚିଲେ ରୁଦ୍ର ଭାଇ (Rudra Maharathya)…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବନ୍ୟା ପାଣି ରେ ବୁଡିଲା ପିପିଲି ବ୍ଲକର ୩୦ରୁ ଉର୍ଦ୍ଦ ଗାଁ । ଗାଁ ଦାଣ୍ଡରେ ଅଣ୍ଟାଏ ଉଚ୍ଚ ସୁଅ ସାଙ୍ଗକୁ ଘର ଦ୍ୱାର, ଦୋକାନରେ ବି ବନ୍ୟା ପାଣି ପସି ଲହଡି ଭାଙ୍ଗିଲା । ପିପିଲି ବ୍ଲକର ଭାରତିପୁର ,ହାଟସାହି, ପାଣିଦୋଳ, କଣ୍ଟି, ପଂଚାୟତର ୩୦ରୁ ଉର୍ଦ୍ଧ ଗାଁ ରେ ବନ୍ୟା ପାଣି ପସିଯାଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଘରେ ପଣି ପସି ଯିବାରୁ ଲୋକେ ପିଲା ଛୁଆ , ଗୃହ ପାଳିତ ପଶୁମାନଙ୍କୁ ନେଇ ଉଚ୍ଚ ସ୍ଥାନକୁ ଚାଲି ଯାଇଛନ୍ତି ।

ଆଉ  କେତେକ ଲୋକେ ଗାଁ  ର ସ୍କୁଲ ଘରେ ଅଶ୍ରୟ ନେଇଛନ୍ତି । ଗତ ୩ଦିନ ହେବ ଜମ୍ବିଲା ଓ ଭାରତିପୁର ଗାଁରେ ପଣି ପସିଥିବା ବେଳେ ଲୋକଙ୍କ ଘରେ ଚୁଲି ଜଳି ପାରୁନାହିଁ । ବନ୍ୟା ବିପନ୍ନ ଲୋକ ମାନଙ୍କୁ ଗାଁ ର ସରପଂଚ ରନ୍ଧା ଖାଦ୍ୟ ଦେଉଥିବା ବେଳେ ପାଣି ଘେରରେ ରହୁଥିବା ଲୋକେ ଜିଲ୍ଲା ପ୍ରଶାସନ ର ସହଯୋଗ କୁ ଚାହିଁ ବସିଛନ୍ତି । ସେପଟେ ଭାରତିପୁର କାଜ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିବା ବେଳେ ଏହାର ପ୍ରଭାବରେ  ଭାରତିପୁର ସହ ଜମ୍ବିଲା ଗାଁ ଦାଣ୍ଡରେ ଅଣ୍ଟାଏ ଉଚ୍ଚର ପଣି ସୁଅ ଚାଲିଛି ।

୨୦୧୨ ମସିହାରେ ଗାଁ କୁ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ତିଆରି ହେବା ଠାରୁ କାଜ ର ବନ୍ୟା ପାଣି ଗହିରେ ଯିବା ପରିବର୍ତ୍ତେ ଗାଁ ମୁହାଁ ହୋଇଛି ବୋଲି ଗ୍ରାମବାସୀ ମାନେ କହିଛନ୍ତି । ତେବେ ଜଳ ବନ୍ଦିରେ ରହିଥିବା ଲୋକ ମାନଙ୍କ ପାଖରେ ଏପର୍ଯ୍ୟନ୍ତ କୈାଣସି ସରକାରୀ ସହଯୋଗ  ପହଂଚି ନଥିବା ବେଳେ  ସରକାର ଏଥିପ୍ରତି ନଜର ଦିଅନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି ।

ତେବେ କିନ୍ତୁ ବର୍ତ୍ତମାନ ପିପିଲି ବିଧାୟକ ରୁଦ୍ର ମହାରଥୀ ନିଜେ ଏକ ଡ଼ଙ୍ଗା ସାହାଯ୍ୟ ରେ ସମ୍ପୂର୍ଣ୍ଣ ବନ୍ୟା ଅଞ୍ଚଳ କୁ ବୁଲୁଛନ୍ତି । ତେବେ ସେ ଲୋକ ମାନଙ୍କ ପାଖରେ ପହଁଚି ସେମାନଙ୍କୁ ଉଦ୍ଧାର କରୁଛନ୍ତି ଏବଂ ସମସ୍ତ ଙ୍କୁ ସେ ଆଶ୍ୱାସନା ଦେଉଛନ୍ତି । ତେବେ ଖାଦ୍ୟ ପାନୀୟ ର ବ୍ୟବସ୍ଥା ମଧ୍ୟ ବୁଝୁଛନ୍ତି । ତେବେ ହୀରାକୁଦ, ମୁଣ୍ଡଳିରୁ ଜଳସ୍ତର କମୁଛି । ଆହୁରି କମିବା ନେଇ ଆକଳନ କରାଯାଉଥିବା ବେଳେ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ବନ୍ୟା ସ୍ଥିତି ଆହୁରି ୪ରୁ ୫ଦିନ ଲାଗି ରହିବ ।

ମହାନଦୀକୁ ଛାଡି ଅନ୍ୟ ନଦୀର ଜଳସ୍ତର କମୁଛି । ବର୍ତ୍ତମାନ ମୁଣ୍ଡଳିରେ ଜଳସ୍ତର କମିବାରେ ଲାଗିଛି । ୧୪ଟି ଗେଟର ପାଣି ବରମୂଳ ଅତିକ୍ରମ କଲାଣି । ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ଜଳ । ପାଖାପାଖି ୧୦ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ । ୩ରୁ ୪ଦିନ ଭିତରେ ୮ରୁ ୯ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବ । ତେବେ ହୀରାକୁଦରେ ଯେତିକି ଗେଟ୍ ଖୋଲାଯାଇଛି ସେଥି ମଧ୍ୟରୁ କେତୋଟି ଗେଟ୍ ବନ୍ଦ କରାଯିବ ସେନେଇ ଆଜି ସନ୍ଧ୍ୟା ସୁଦ୍ଧା ନିସ୍ପତ୍ତି ନିଆଯିବ ।

ଯେହେତୁ ହୀରାକୁଦରେ ଜଳସ୍ତର କମୁଛି ତେଣୁ ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଗେଟ୍ ବନ୍ଦ କରାଯିବ ନେଇ ନିସ୍ପତ୍ତି ନିଆଯିବ ଏବଂ ବର୍ଷାକୁ ଦେଖି ଗେଡ୍ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରରେ ଏବେ ଜଳସ୍ତର ୬୨୪.୬୯ଫୁଟ୍ ରହିଛି । ଏବେ ବି ହୀରାକୁଦ ଜଳଭଣ୍ଡାରରୁ ୪୦ଟି ସୁଇସ୍ ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।

ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ଲକ୍ଷ ୬୬ହଜାର ୫୭୪ କ୍ୟୁସେକ ଜଳ ପ୍ରବେଶ ହେଉଛି । ସେହିଭଳି ଖଇରାମାଳରେ ୮ଲକ୍ଷ ୭୦ହଜାର କ୍ୟୁସେକ ଜଳ ପାସ୍ କରୁଛି । କଟକ ମୁଣ୍ଡୁଳୀରେ ଏବେ ୧୦ ଲକ୍ଷ ୧୮ହଜାର ୩୭୨ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ବର୍ତ୍ତମାନ ଯେତିକି ଜଳ ପ୍ରବାହିତ ହେଉଛି ତାହା କିଛି ସମୟ ମଧ୍ୟରେ କମିଯିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *