ଛିଃ…ଛିଃ…ରେ ମଣିଷ ! ତୁ ଏ କଣ କଲୁ ? ୧୨ ବର୍ଷର ଝିଅ ପେଟରେ ବଢୁଛି ୪ ମାସର ଛୁଆ

 ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ ଗର୍ଭବତୀ କରିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ର । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । କନ୍ଧମାଳ ଜିଲ୍ଲା ତୁମୂଳିବନ୍ଧ ବ୍ଲକ ବେଲଘର ଗ୍ରାମପଞ୍ଚାୟତରେ ଥିବା ରାଙ୍ଗାପୁର ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ବେଲଘର ଥାନାରେ ଅଭିଯୋଗ ହୋଇଛି । 

ଅନୁସୁଚିତା ଜାତି ଏବଂ ଜନଜାତି ବିଭାଗ ଅଧିନସ୍ଥ ତଥା କୂଟିଆ କାନ୍ଧ ଉନ୍ନୟନ ସଂସ୍ଥା ଦ୍ଵାରା ପରିଚାଳିତ ଏହି ବିଦ୍ୟାଳୟରେ ଶତାଧିକ କୂଟିଆ ଛାତ୍ରୀ ରହି ଅଧ୍ୟୟନ କରନ୍ତି । ତେବେ ସମସ୍ତ ସୁବିଧା ଏବଂ ସୁରକ୍ଷା ରହିଥିଲେ ମଧ୍ୟ ଏଭଳି କଳଙ୍କିତ ଘଟଣା ଘଟିଥିବାରୁ ଆଦିମ ଜନଜାତି ଛାତ୍ରୀ ମାନଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନ ଉଠୁଛି ।

ଏହି ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସାପେରି ଗ୍ରାମର ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟବାନ ସିଂ ବେଲଘର ଥାନାରେ ଅଭିଯୋଗ କରିଛନ୍ତି ଏକ ମାମଲା ରୁଜୁ କରି ଥାନା ଅଧିକାରୀ ଦୀପକ ରାଉତ ଛାତ୍ରୀ ଙ୍କ ସହିତ ଜଣେ ଛାତ୍ର କୁ ଥାନା ରେ ଅଟକ ରଖି ପଚରା ଉଚରା କରିବା ପରେ, ଡାକ୍ତରୀ ମାଇନା ନିମନ୍ତେ ଚିକିତ୍ସ୍ୟାଳୟକୁ ନିଜ ହିଫାଜତରେ ନେଇଯାଇଛନ୍ତି ।

ସନ୍ଧିଗ୍ନ ଛାତ୍ର ଜଣଙ୍କ ଜଣେ ନାବାଳକ ଏବଂ ସେ ଗୁମା ଆବାସିକ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ବୋଲି ଜଣା ପଡିଛି । ତେବେ ଛାତ୍ରୀ ଙ୍କର ଏପରି ଦୁର୍ଦ୍ଧଶା ଦେଖି ଅନ୍ୟ ଛାତ୍ରୀ ଙ୍କ ଅଭିଭାବକ ମାନେ ଚିନ୍ତା ପ୍ରକଟ କରିଛନ୍ତି । ଏହି ଘଟଣାର ସଠିକ ତଦନ୍ତ କରି ଦୋଷୀ ଙ୍କୁ ଉପଯୁକ୍ତ ଶାସ୍ତି ଦେବା ନିମନ୍ତେ ସ୍ଥାନୀୟ ଲୋକ ମାନେ ନିବେଦନ କରିଛନ୍ତି ।

ତେବେ ଏହା କାହାର ଭୁଲ ଅଟେ ? ନାବାଳକ ତଥା ନାବାଳିକା ଥିବା ସମୟରେ ଏଭଳି କରିବା ଉଚିତ ଥିଲା ? ବର୍ତ୍ତମାନ ବିଦ୍ୟାଳୟ କତୃପକ୍ଷ ଉପରେ ପ୍ରଶ୍ନ ଉଠିଛି । କାରଣ ସେହିଠାରେ ଛାତ୍ରୀ ଜଣଙ୍କ ରହି ପାଠ ପଢୁଥିଲେ । ବର୍ତ୍ତମାନ ଛାତ୍ରୀ ଙ୍କ ଗର୍ଭ ରେ ବଢୁଥିବା ସନ୍ତାନର କଣ ହେବ ? ଏତେ କମ ବୟସରୁ ମା’ ହେବାକୁ ଯାଉଛନ୍ତି ସପ୍ତମ ଶ୍ରେଣୀର ଛାତ୍ରୀ । ଘର ଲୋକ ଏହା ଜାଣି ମୁଣ୍ଡରେ ହାତ ଦେଇଛନ୍ତି । ସେମାନଙ୍କ ମୁଣ୍ଡରେ ବୁଦ୍ଧି ପଶୁନାହିଁ ଯେ ସେମାନେ କ’ଣ କରିବେ ? ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । 

Leave a Reply

Your email address will not be published. Required fields are marked *