‘ହିରୋ ହେବେ Tunguru Bhola, ଏବେ କରିବେ ଖେଳ…’ ଦେଖନ୍ତୁ ଏ ନେଇ କଣ କହୁଛନ୍ତି ୟୂଟ୍ଯୁବ Sensation Tunguru Bhola, ଦେଖନ୍ତୁ Video

ବନ୍ଧୁଗଣ, ବର୍ତମାନ ଚର୍ଚ୍ଚାରେ ଟୁଙ୍ଗୁରୁ ଭୋଳ । ଲୋକପ୍ରିୟ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ମଧ୍ୟ ଟୁଙ୍ଗୁରୁ ଭୋଳ ଙ୍କୁ ନେଇ ଗୀତ କରାଇ ସାରିଲେଣି । ଏବଂ ତାଙ୍କୁ ନେଇ ପରବର୍ତ୍ତୀ ଏକ ମ୍ୟୂଜିକ ଆଲବମ ହେବାକୁ ଯାଉଅଛି । ଏହାକୁ ନେଇ ଟୁଙ୍ଗୁରୁ ନିଜ ପ୍ରତିକ୍ରିୟା ଦେଇଛନ୍ତି ଯେ “ଏଥର ମାର୍କେଟ କୁ ଓହ୍ଲାଇଲା ଟୁଙ୍ଗୁରୁ ଭୋଳ । ଏଥର ଖୁବ ଖେଳ କରିବ ଟୁଙ୍ଗୁରୁ ଭୋଳ । ଓହ୍ଲାଇ ନଥିଲା ଏଥର ଓହ୍ଲାଇବ କେହି ନୁହେଁ ଆଉ ଟୁଙ୍ଗୁରୁ ଭୋଳ” ।

ତେବେ ଏହିଭଳି ନିଜର ଖୁସି ପ୍ରକାଶ କରିଛନ୍ତି ଟୁଙ୍ଗୁରୁ ଭୋଳ । ଟୁଙ୍ଗୁରୁ କହିଛନ୍ତି ଯେ ସୁ-ଟି-ଙ୍ଗ କୁ ନେଇ ମୁ ବହୁତ ଆଗ୍ରହୀ । ମତେ ଗୀତ ଆକଟିଂ ସହିତ କମେଣ୍ଟ ମଧ୍ୟ ବହୁତ ଭଲ ଲାଗେ । ମ୍ୟୁଜିକ ମଧ୍ୟ ଭଲ ଲାଗେ । ଏବଂ ହିରୋ ହେବାକୁ ଯାଉଛନ୍ତି ବୋଲି ସେ ବହୁତ ଖୁସି ଅଛନ୍ତି । ଡାଇରେକ୍ଟର ସାର ଙ୍କ ସହିତ ସମସ୍ତେ ତାଙ୍କୁ ପସନ୍ଦ କରୁଥିବା କଥା ସେ କହିଛନ୍ତି ।

ମୁଁ ବର୍ତ୍ତମାନ ହିରୋ ହେବାକୁ ଯାଉଛି । ପପୁ ପମ ପମ ସମେତ ହାସ୍ୟ କଳାକାର ପ୍ରଜ୍ଞା ମଧ୍ୟ ଟୁଙ୍ଗୁରୁ ଙ୍କୁ ବର୍ତ୍ତମାନ ଡାକୁଛନ୍ତି ଅଭିନୟ କରିବାକୁ । ରେକର୍ଡ କରି ଟୁଙ୍ଗୁରୁ ଙ୍କ ପାଖକୁ ଛାଡୁଛନ୍ତି ଯେ ସେ ଆସି ଗୀତ ତଥା ଅଭିନୟ କରନ୍ତୁ । ଭାଉଜ ବର୍ଷା ଙ୍କ କଥା ବର୍ତ୍ତମାନ ପୁରା ଭୁଲିଯାଇଛନ୍ତି । ତଥା ଭାଉଜଙ୍କୁ ନେଇ ତାଙ୍କର କିଛି ମନେ ନାହିଁ ବୋଲି ସେ କହିଛନ୍ତି ।

ତାଙ୍କୁ ବର୍ତ୍ତମାନ ବିଭିନ୍ନ ଦିଗରୁ ଫୋନ ଆସୁଥିବାରୁ ସେ ବହୁତ ଖୁସି ଅଛନ୍ତି । କଷ୍ଟ କରି ଖରାତରାରେ ଅଟୋ ଚଳାଇ ଯାହା ପ୍ରାପ୍ୟ ହେଉଥିଲା ତାହାଠାରୁ କିଛି ଅଧିକ ଆୟ ହେବ ବୋଲି ଟୁଙ୍ଗୁରୁ ଭୋଳ ଙ୍କ ଆଶା । ସେ କହିଛନ୍ତି ଯେ “ମୁଁ ହିରୋ ହେବାକୁ ଯାଉଛି ମନେ ମୁଁ ବହୁତ ଖୁସି ଅଛି” । ମୁଁ ନିଜର ଖୁସି କୁ କହିପାରୁନାହିଁ ଯେ ମୁଁ କେତେ ଖୁସି । କାଲି ମୁଁ ହିରୋ ହେବାକୁ ଯାଉଅଛି ।

ଘରର ଆର୍ଥିକ ଟଙ୍କା ପଇସା ମଧ୍ୟ ଘରକୁ ଆସିବ ଅର୍ଥାତ ସେମାନେ ଭଲରେ ଚଳିବେ । ଶେଷରେ ସେ କହିଛନ୍ତି ଯେ ଭଗବାନ ଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି ଯେ ମୁଁ ମୋର ନୂଆ ଲାଇଫ ଆରମ୍ଭ କରିବାକୁ ଯାଉଅଛି । ଦୁଃଖ ର ଦିନ ଏଥର ଗଲା । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *