ଶିକ୍ଷୟତ୍ରୀଙ୍କୁ ବାଟରେ ଦେଖି ଦରମା କାଟିଲେ ଗଣଶିକ୍ଷା ମନ୍ତ୍ରୀ Sameer Ranjan Das, ଭାଇରା ହେଉଛି Video

ବନ୍ଧୁଗଣ, ସୂଚନା ଅନୁଯାୟୀ କିଛି ଦିନ ତଳେ ବାଲେଶ୍ଵରର ସ୍କୁଲ ରେ ପିଲା ମାନଙ୍କୁ ପଣିକିଆ ନ ଆସିବାରୁ ଶିକ୍ଷୟତ୍ରୀ ଙ୍କ ଉପରେ ଆକ୍ସନ ନେବାପରେ ଆଜି ପୁଣି ଥରେ ସ୍କୁଲ କୁ ଡେରିରେ ଯାଉଥିବା ଶିକ୍ଷୟତ୍ରୀ ଙ୍କ ଉପରେ ଆକ୍ସନ ନେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ନିମାପଡା ଗସ୍ତ ସମୟରେ ମନ୍ତ୍ରୀ ପିପିଲି ଟୋଲ ଗେଟ ଦେଇ ଯାଉଥିଲେ । ଦିନ ୧୦.୨୦ ମିନିଟ ସମୟରେ ଦୁଇଜଣ ଶିକ୍ଷୟତ୍ରୀ ସ୍କୁଲ ଯାଉଥିବା ସମୟରେ ସେମାନଙ୍କୁ ଅଟକାଇ ଗଣଶିକ୍ଷା ମନ୍ତ୍ରୀ ପ୍ରଶ୍ନ କରିଥିଲେ ।

କିନ୍ତୁ ଦୁଇ ଶିକ୍ଷୟତ୍ରୀ ମନ୍ତ୍ରୀ ଙ୍କ ପ୍ରଶ୍ନ ର କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ । ପରବର୍ତ୍ତୀ ସମୟରେ ମନ୍ତ୍ରୀ ପିପିଲି ନିମାପଡା ମୁଖ୍ୟ ରାସ୍ତା ପାଖରେ ଥିବା ଜଗନ୍ନାଥ ପୁରୀ ୟୁପି ସ୍କୁଲ କୁ ଅଚାନକ ଗସ୍ତ କରିଥିଲେ । ଏହି ସମୟରେ ପିଲାମାନେ ଏଣେତେଣେ ବୁଲୁଥିବା ବେଳେ ଶିକ୍ଷକ ମାନେ ମଧ୍ୟ ଅଫିସ ଭିତରେ ବସି କଥା ହେଉଥିଲେ ।

କେବଳ ଏତିକି ନୁହେଁ ପ୍ରଧାନ ଶିକ୍ଷକ ଗାଡି ଧରି ବାହାରକୁ ଯିବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲେ ଗଣଶିକ୍ଷା ମନ୍ତ୍ରୀ । ଏହା ପରେ ଡିଓ ଏବଂ ବିଓ କୁ ଫୋନ କରି ସେହି ସ୍କୁଲ ର ୮ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ଦରମା ବନ୍ଦ ର ନୋଟିସ କରିବାକୁ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ ଗତକାଲି ପିଲା ପଣିକିଆ କହି ନ ପାରିବାରୁ । ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଦରମା ବନ୍ଦ କରିଥିଲେ ଗଣଶିକ୍ଷା ମନ୍ତ୍ରୀ । ତୃତୀୟ ଶ୍ରେଣୀ ର ପିଲା ତିନିକ ପଣିକିଆନ କହିପାରିବା ପରେ, ଏପରି ନିସ୍ପତି ନେଇଥିଲେ । ଜଣେ କି ଦୁଇଜଣ ନୁହେଁ ୪ ରୁ ୫ ଜଣ ଙ୍କୁ ସେହି ତିନିକ ପଣିକିଆ ପଚାରିଥିଲେ ସମୀରଦାସ ।

ମାତ୍ର କେହି କହି ନ ପାରିବା ପରେ ବାଲେଶ୍ଵର ମଠସାହି ମହାବୀ ନୋବାଲ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ତେବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଙ୍କର ଏହିଭଳି ନିଷ୍ପତ୍ତି ନେବା ଶିକ୍ଷକ ତଥା ଶିକ୍ଷୟତ୍ରୀ ଙ୍କ ନିମନ୍ତେ ମୁଣ୍ଡ ବିନ୍ଧା ର କାରଣ ହୋଇଛି । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *