ରାଶିଫଳ 1 ମେ 2020, ମା ଦୂର୍ଗାଙ୍କ ଆଶୀର୍ବାଦରୁ ଆଜି ଏହି ୪ଟି ରାଶିର ହେବ ଧନଲାଭ

ଆଜି ମେ ୧ ତାରିଖ ୨୦୨୦, ମାସର ପ୍ରଥମ ଶୁକ୍ରବାର ଅଟେ । ଏହି ଦିନଟି ଜ୍ଯୋତିଷ ଶାସ୍ତ୍ର ଅନୁସାରେ କିଛି ରାଶିଙ୍କ ପାଇଁ ବହୁତ ଖାସ ରହିବାର ଅଛି କାରଣ ଆଜିର ଦିନ ଚାରିଟି ରାଶିଙ୍କ ପାଇଁ ବହୁତ ସାରା ଖୁସି ଆଣି ଆସିବ । ଯଦି ଆପଣ ବି ଜାଣିବାକୁ ଚାହାଁନ୍ତି କି ଆଜିର ଦିନ ଆପଣଙ୍କ ପାଇଁ କିପରି ରହିବ ? ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିପାରେ ତେବେ ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ ରାଶି

ଆଜି ମେଷ ରାଶିର ଜାତକଙ୍କୁ ବିବେକ ଅନୁସାରେ ଭାବି ଚିନ୍ତି ଆଗକୁ ବଢିବାର ଆବଶ୍ୟକତା ଅଛି । କ୍ରୋଧର ମାତ୍ରା ଅଧିକ ରହିବ । ଆଜି ପରିବାରରେ ମାତା ପିତାଙ୍କ ପ୍ରେମ ଆପଣଙ୍କୁ ସବୁଠୁ ଅଧିକ ମିଳିବ । ଟଙ୍କା ସମ୍ବନ୍ଧୀୟ ମାମଲାକୁ ଏକ ବିଶେଷ ଉପାୟରେ ସମାଧାନ କରାଯାଇପାରେ । ସେଭିଙ୍ଗ କରିବାର ଆରମ୍ଭ କରିପାରନ୍ତି । ଆଜି ନୂଆ ସାଙ୍ଗ କରିବେ ଯିଏ ଆପଣଙ୍କୁ ଆପଣଙ୍କ କାରୋବାରରେ ବହୁତ ସାହାର୍ଯ୍ୟ କରିବେ । ପରସ୍ପର ବୁଝାମଣା ଦ୍ଵାରା ଲଭ ଲାଇଫରେ ରୋମାନ୍ସ ଭରପୁର ରହିବ ।

ବୃଷ ରାଶି

ଆଜିର ଦିନରେ ବ୍ୟାପାରରେ କରାଯାଇଥିବା ନିବେଶ ଆପଣଙ୍କୁ ନିଜ ଆଶା ଠାରୁ ବି ଅଧିକ ଲାଭ ଦେବ । ଆପଣଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ଧାର୍ମିକ କାର୍ଯ୍ୟ ପଛରେ ଧନ ଖର୍ଚ୍ଚ ହେବ । ଶାନ୍ତ ମନରେ କାର୍ଯ୍ୟ କରନ୍ତୁ । ଆପଣଙ୍କ ମନ ପସନ୍ଦ କାମ ପାଇଁ ଆପଣଙ୍କୁ ବହୁତ ସମୟ ମିଳିବ । ବୃଷ ରାଶିର ଛାତ୍ରଙ୍କୁ ଆଜି ନୂଆ ସଫଳତା ମିଳିବ । ଶାସକୀୟ ଅଧିକାରୀଙ୍କ ସହଯୋଗ ମିଳିବ । ମହିଳା ତଥା ଛାତ୍ରବର୍ଗଙ୍କୁ ଅବସର ପ୍ରାପ୍ତି ହେବ ।

ମିଥୁନ ରାଶି

ଆଜି ମିଥୁନ ରାଶିର ଲୋକଙ୍କ ପାଇଁ ଆର୍ଥିକ ସମସ୍ଯା ଉତ୍ପନ୍ନ ହୋଇପାରେ । ଆଜିର ଦିନ ଆପଣଙ୍କୁ ରାଜକୀୟ ସମ୍ମାନ ଦେବ । କାର୍ଯ୍ୟରେ ପ୍ରଗତି କରିବେ । ପୈତୃକ ସମ୍ପତ୍ତି ଲାଭ ହେବ । ଆପଣଙ୍କ ଆତ୍ମ ବିଶ୍ଵାସରେ ଉନ୍ନତି ଦେଖିବାକୁ ମିଳିବ । ଦାଂପତ୍ଯ ଜୀବନ ଆନନ୍ଦମୟ ରହିବ । ବହୁତ ସମସ୍ୟାର ସମାଧାନ ଆପଣ କରିନେବେ । ଆପଣଙ୍କୁ ନିଜ କାମରେ ରୁଚି ପୂର୍ବ ଠାରୁ ଅଧିକ ବଢିବ । ବେପରୁଆ ହୋଇ କାମ କଲେ ଆପଣ କୌଣସି ସମସ୍ୟାରେ ପଡି ପାରନ୍ତି ।

କର୍କଟ ରାଶି

ଆଜି ଶିକ୍ଷା ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନେବେ । ଆଜି କର୍କଟ ରାଶିର ଲୋକଙ୍କୁ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ମିଳିପାରେ । ଭୌତିକ ସୁଖ ସଂଶାଧନ ପ୍ରାପ୍ତି ହେବ । ଭୌତିକ ସୁଖ ସୁବିଧା ପ୍ରାପ୍ତି ହେବ । ଆଜି କରାଯାଇଥିବା ସବୁ କାମରେ ଆପଣଙ୍କୁ ସଫଳତା ମିଳିବ । ଯେଉଁ କାମ ଆପଣଙ୍କର ବହୁତ ସମୟ ଧରି ହେଉ ନଥିଲା, ତାହା ପୁରା ହେବ । ସନ୍ଧ୍ୟା ସମୟରେ ନିଜ ପ୍ରେମିକା ସହିତ ମଧୁର ସମୟ କାଟିବେ ।

ସିଂହ ରାଶି

ଯେଉଁ ମାନେ ସିଂଗଲ ଅଛନ୍ତି ଯଦି ସେମାନେ କାହାକୁ ପ୍ରପୋଜ କରିବାକୁ ଚାହାଁନ୍ତି ତ ଟିକେ ରହି ଯାଆନ୍ତୁ । ଆପଣଙ୍କ ଜୀବନରେ ରାଜଯୋଗ ଆରମ୍ଭ ହେଉଛି । ଏହି ସମୟରେ କିଛି ନୂଆ ଡୀଲ କରିବାର ସମ୍ଭାବନା ଅଛି । ଆଜି ଆପଣଙ୍କୁ କୌଣସି ହାନି ଉଠାଇବାକୁ ପଡିପାରେ । ପରିବାରରେ କୌଣସି ସମ୍ପତ୍ତିକୁ ନେଇ ବିବାଦ ହେଇପାରେ ଯାହା ଦ୍ଵାରା ଆପଣ ମାନସିକ ରୂପରେ ଅଶାନ୍ତ ରହିବେ । ନିଜ ବଚନ ଉପରେ ନିୟନ୍ତ୍ରଣ ନ ରଖିଲେ ପ୍ରେମ ସମ୍ବନ୍ଧରେ ତିକ୍ତତା ଆସିପାରେ ।

କନ୍ୟା ରାଶି

ଆଜି ଆପଣଙ୍କୁ ନିଜ ଜୀବନରେ ବଡ ସଫଳତା ମିଳିବାର ଯୋଗ ଅଛି। ଖାସ କରି ଆଜି ଆପଣଙ୍କୁ ଲଭ ଲାଇଫରେ ଭଲ ସଫଳତା ମିଳିପାରେ । ଲୋକଙ୍କ ସହିତ ଆପଣଙ୍କ ସମ୍ପର୍କ ଭଲ ରହିବ । ଆପଣଙ୍କୁ କୌଣସି ବି କାମରେ କିଛି ସମସ୍ଯା ଆସିଲେ ଆପଣ ବଡ ମାନଙ୍କର ସାହାରା ନିଶ୍ଚୟ ନିଅନ୍ତୁ । କିଛି ଛାତ୍ର ଚିନ୍ତାରେ ରହିବେ । ଆତ୍ମ ବିଶ୍ଵାସରେ କମି ନଜର ଆସିବ । ସେହି କାମ କରନ୍ତୁ ନାହିଁ ଯାହା ଆପଣଙ୍କୁ ବୋଝ ପରି ଲାଗୁଛି ।

ତୁଳା ରାଶି

ଆଜି ଆପଣଙ୍କ ଲଭ ଲାଇଫ ମାମଲାରେ ଆସୁଥିବା ସବୁ ସମସ୍ଯା ଦୂର ହୋଇଯିବ । ବନ୍ଧୁମାନଙ୍କ ସହାୟତାରେ ଆପଣ ବଡରୁ ବି ବଡ ସମସ୍ୟାକୁ ଦୂର କରି ପାରିବେ । ନିଜର ଲୋକମାନଙ୍କ ସହିତ ଭବ୍ୟ ଆୟୋଜନରେ ସାମିଲ ହେଇପାରନ୍ତି । ବ୍ୟବସାୟ ସ୍ଥିତିରେ ଟିକେ ଚିନ୍ତା ବଢିବ । ବିଜିନେସ ରେ ଭୁଲ ନିଷ୍ପତି ନେଇ ପାରନ୍ତି । ଏହି ସବୁ କାରଣରୁ ଆପଣଙ୍କ ମନ ଅସ୍ଥିର ରହିବ । କୌଣସି ଭୁଲ କାରଣରୁ ଆପଣ ପସ୍ତେଇ ପାରନ୍ତି ।

ବିଚ୍ଛା ରାଶି

ଆଜି ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବ ଠାରୁ ଅଧିକ ଭଲ ରହିବ । ଯଦି ଆପଣ ନିଜର ବ୍ୟକ୍ତିଗତ ଭାବନା ଓ ଗୋପନୀୟ କଥାକୁ ନିଜର ପ୍ରିୟ ଲୋକଙ୍କ ସହ ବାଣ୍ଟିବେ ତେବେ ଆପଣଙ୍କ ମନର କଷ୍ଟ ହାଲ୍କା ହେବ ଓ ଆପଣ ଭଲ ଅନୁଭବ କରିବେ । ଆଜି ଆପଣଙ୍କ ଜିଦ୍ଦିପଣ ରୁ ଦୂରେଇ ରହିବାକୁ ପଡିବ । ଆଜି ଆପଣଙ୍କୁ କୌଣସି ପ୍ରକାରର ବିପଦଭରା କାମ କରିବା ଉଚିତ ନୁହେଁ । ଧ୍ୟାନ ରଖନ୍ତୁ ଆଜି ଆପଣ କୌଣସି ଛୋଟ ଛୋଟ କଥାରେ ନ ପଡନ୍ତୁ ।

ଧନୁ ରାଶି

ଧନୁ ରାଶିର ଲୋକ ଯଦି ଆପଣ ଆଜି ନିଜ କ୍ରୋଧ ଉପରେ ସଂଯମତା ରକ୍ଷା ନ କରନ୍ତି ତେବେ କୌଣସି ବିବାଦରେ ଫସି ପାରନ୍ତି । ଜୀବନସାଥିଙ୍କ କାରଣରୁ ମାନସିକ ଚିନ୍ତା ବଢିପାରେ । ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ । ମତଭେଦ ହେବାର ସମ୍ଭାବନା ଅଛି । ଏହାକୁ ଜଲ୍ଦି ହିଁ ସୁଧାରିବାକୁ ଚେଷ୍ଟା କରନ୍ତୁ । ମକର ରାଶିର ବିଜିନେସ ମ୍ୟାନଙ୍କୁ ଆଜି ବହୁତ ଭଲ ଫାଇଦା ମିଳିପାରେ । ନୂଆ କ୍ଲାଏଣ୍ଟ ବି ମିଳିପାରନ୍ତି । ଖାଦ୍ଯ ପେୟରେ ସଂଯମତା ରକ୍ଷା କରିବେ ।

ମକର ରାଶି

ଆଜି ଯଦି କାହା ସହିତ ବାଦ ବିବାଦ ବା ଝଗଡା ହେଉଛି ସେଥିରୁ ବଞ୍ଚନ୍ତୁ । ଆଜି ଯଦି ଝଗଡା କରୁଛନ୍ତି ତେବେ ଏହା ଭବିଷ୍ୟତରେ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ । ଆଜି କୌଣସି ବନ୍ଧୁଙ୍କ ସହ ସାକ୍ଷାତ ହେଇ ପାରେ । ଆଜି ବ୍ୟାପାରେ ଆଶାଧିକ ଲାଭ ହେବ । ଆଜି ଆପଣଙ୍କୁ ଖାଇବା ପାଇଁ ଭଲ ଜିନିଷ ମିଳିବ । ଛାତ୍ର ଛାତ୍ରୀଙ୍କର ଦିନଟି ଭଲରେ କଟିବ ।

କୁମ୍ଭ ରାଶି

ଆଜି ଆପଣଙ୍କ ପ୍ରେମ ସମ୍ବନ୍ଧରେ ମଧୁରତା ବଢିବ । ଚାକିରିରେ ପ୍ରମୋଶନ ହୋଇପାରେ ଓ ବହୁତ ସାଲାରି ମିଳିବାର ସମ୍ଭାବନା ଅଛି । ଚାକିରି କରୁଥିବା ଲୋକଙ୍କୁ ଅଧିକାରୀଙ୍କ ସାହାର୍ଯ୍ୟ ମିଳିପାରିବ ନାହିଁ । ଆଜି ଆପଣଙ୍କ ମନ ଚଞ୍ଚଳ ହେବା କାରଣରୁ ବିଚାରରେ ଶୀଘ୍ର ପରିବର୍ତ୍ତନ ଆସିବ । ସମୟ ବହୁତ ମୂଲ୍ଯବାନ ଅଟେ । ବିଦ୍ୟାର୍ଥୀମାନେ ନିଜ ସମୟର ସଦୁପଯୋଗ କରିବାକୁ ଚେଷ୍ଟା କରନ୍ତୁ ।

ମୀନ ରାଶି

ଆଜି ସରକାରୀ ବିରୋଧୀ କାମ କାରଣରୁ ସମସ୍ୟା ନ ହେଉ ଏଥିପାଇଁ ଆପଣଙ୍କୁ ଧ୍ୟାନ ରଖିବାର ଆବଶ୍ୟକତା ଅଟେ । ଖର୍ଚ୍ଚ ର ମାତ୍ରା ବଢିବ । ବିବାହ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଜୀବନସାଥୀ ମିଳିବାର ସମ୍ଭାବନା ଅଛି । ବିବାହିତ ବ୍ୟକ୍ତିଙ୍କୁ ଆଜି ପରିବାରରେ ପତ୍ନୀ ଓ ପିଲାମାନଙ୍କ ଠାରୁ ଭଲ ଖବର ମିଳିବ । ଆପଣ ନିଜର ବାଣୀ ଓ ବ୍ୟବହାର ଦ୍ଵାରା ସମସ୍ତଙ୍କୁ ପ୍ରଭାବିତ କରିବେ । କ୍ରୋଧ ଉପରେ ସଂଯମତା ରକ୍ଷା କରିବା ଅତି ଆବଶ୍ୟକ ଅଟେ । ବ୍ୟାପାରୀମାନଙ୍କ ପାଇଁ ଏହା ଭଲ ସମୟ ଅଟେ ।

Leave a Reply

Your email address will not be published. Required fields are marked *