ହେ ଭଗବାନ ! କି ଭୟଙ୍କର ଦୃଶ୍ଯ, ଟ୍ରକକୁ ପିଟିଦେଲା ଟ୍ରେନ, ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଟ୍ରକକୁ ପିଟିଲା ଟ୍ରେନ, କର୍ଣ୍ଣାଟକରେ ଟ୍ରକ ସହିତ ଟ୍ରେନ ଧକ୍କା, ଆଜି ସକାଳେ ଘଟିଛି ଘଟଣା, ଟ୍ରେନ ମାଡ ହେବାପରେ, ଟ୍ରକଟି ଛିଟିକି ପଡିଥିଲା । ତେବେ ଘଟଣାରେ କେହି ମଧ୍ୟ ଆହତ ହୋଇନଥିବା ଜଣା ପଡିଛି । କୌଣସି କାରଣ ବଶତ ଟ୍ରକଟି ରେଳଟ୍ରାକ ଉପରେ ରହିଯାଇଥିଲା । ଉପସ୍ଥିତ ଲୋକ ଟ୍ରକଟିକୁ ସେହି ଟ୍ରାକରୁ ହଟାଇବାକୁ ଉଦ୍ୟମ କରିଥିଲେ ।

କିନ୍ତୁ ଦୁର୍ଭାଗ୍ୟ ବଶତା ଏହି ସମୟରେ ଟ୍ରେନ ଆସିଯାଇଥିଲା ଲୋକେ ପାଇଲଟ ଟ୍ରେନକୁ ଅଟକାଇବାକୁ ଶତ ପ୍ରତିଶତ ଚେଷ୍ଟା କରିଥିଲେ । ମାତ୍ର ଶେଷ ମୂହୁର୍ତ୍ତରେ ଟ୍ରେନଟିର ଟ୍ରକ ସହିତ ମାଡ ହୋଇଥିଲା । କିନ୍ତୁ ସେହି ଟ୍ରକଟି କିଭଳି ଭାବରେ ଟ୍ରେନ ଟ୍ରାକ ଉପରକୁ ଆସିଲା ଏହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରେଳଷ୍ଟେସନରେ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ମାତ୍ର କୌଣସି ମତେ କାହାର କିଛି ବିଶେଷ ଅସୁବିଧା ହୋଇନାହିଁ ।

ଟ୍ରେନଟିକୁ ସୂଚନା ମଧ୍ୟ ଦିଆଯାଇଥିଲା ଯେ ଟ୍ରାକରେ ଗୋଟିଏ ଟ୍ରକ ଫସି ରହିଛି । ମାତ୍ର ଟ୍ରେନର ବେଗ ଏତେ ଜୋର ଥିଲା ଯେ ପାଇଲଟ ଯେତେ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ଅଟକି ନଥିଲା । ସେହି ସମୟରେ ଟ୍ରକଟିରେ ଥିବା ଡ୍ରାଇଭର ଓହ୍ଲାଇ ଯାଇଥିଲା । ଏହାକୁ ଦେହି ସ୍ଥାନୀୟ ଲୋକଙ୍କ ମୁଣ୍ଡରେ କିଛି ବୁଦ୍ଧି ପଶିନଥିଲା ।

ସେମାନେ କଣ କରିବେ ବୋଲି ବାଉଳିଚାଉଳି ହେଉଥିଲେ । ତେବେ କିଛି ଲୋକେ ରଶି ଦ୍ଵାରା ଟ୍ରକଟିକୁ ଟ୍ରାକରୁ ହଟାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ତାଙ୍କର ସମସ୍ତ ଚେଷ୍ଟା ବିଫଳ ହେଲା ଏବଂ ଚାହୁଁ ଚାହୁଁ ଟ୍ରେନ ଆସି ପିଟିଲା ଟ୍ରକକୁ । ତେବେ ଟ୍ରାକରେ ଥିବା ସାମାନ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ଏହା ଟ୍ରକ ଚାଳକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ଆମ ଦେଶ ଭାରତ ତଥା ରାଜ୍ୟ ମାନଙ୍କରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଛି । କିଛି ଘଟଣା ଜାଣିଶୁଣି କରିଲା ବେଳେ ଆଉ କିଛି ଅଜାଣତରେ ଘଟିଥାଏ । କିନ୍ତୁ ଏସବୁ ଦିଗ ପ୍ରତି ଟିକିଏ ଧ୍ୟାନ ନ ଦେଲେ ଏହିଭଳି ଭାବରେ ଧକ୍କା ହୋଇ ସମ୍ପତ୍ତି ନଷ୍ଟ ହେବାକୁ ବିଶେଷ ସମୟ ଲାଗିନଥାଏ । ଟ୍ରେନ ର ନା ଟ୍ରକ ଏଥିରେ କାହାର ଭୁଲ ନାହିଁ । ଭୁଲ ରହିଛି ତ କେବଳର ମଣିଷର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *