ହଠାତ ‘ମୋ ବସ’ ରୁ ପର୍ସ ଚୋରୀ କରି ଦୌଡି ପଳାଇ ଯାଉଥିଲେ 2 ନାବାଳିକା, ତା’ପରେ ଝିଅଟି ତାଙ୍କ ସହ ଯାହା କଲା ଶୁଣିଲେ କରିବେ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜିକାଲି ଚୋରି ବହୁତ ବଢ଼ିବାରେ ଲାଗିଛି । କିଏ ଦିନ ଦ୍ବୀପହର ରେ ଚୋରି କରୁଛି, ଚେନ ଲୁଟୁଛି ତ କିଏ ରାତି ଅନ୍ଧାର ରେ କିମ୍ବା କେହି ନିଜର ଅସ୍ତ୍ର ର ବ୍ୟବହାର କରି ଲୁଟୁଛି ତ କିଏ ନିଜର ବୁଦ୍ଧି ର ପ୍ରୟୋଗ କରି ଏହି ଭଳି କାଣ୍ଡ କରୁଛନ୍ତି । ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଗାଁ ସହରରେ ଚୋରି ର ସଂଖ୍ୟା କେତେ ବଢି ଗଲାଣି ଏବଂ ଚୋର ମାନଙ୍କ ର ଚୋରି କରିବାର ଶୈଳୀ ମଧ୍ୟ ଅଲଗା ଏବଂ ନୂତନ ହେବାକୁ ଲାଗିଲାଣି ।

ତେବେ ଏହା ଛଡା ଆଜିକାଲି ଅଧିକାଂଶ ଚୋରି ପାଠ ପଢ଼ୁଥିବା ଯୁବକ ମାନେ ଏବଂ ନିଜର ଅଭିନବ ଢଂଗ ରେ ଚୋରି କରୁଛନ୍ତି । ତେବେ ସେଥିପାଇଁ ଆପଣ ଙ୍କୁ ସବୁବେଳେ ସାବଧାନ ଏବଂ ସତର୍କ ରହିବା ଆବଶ୍ୟକ । କାରଣ ଏହି ଚୋର ମାନେ ଚୋରି କରିବା ସଙ୍ଗେ ସଙ୍ଗେ ଲୁଟ ଏବଂ ହତୟଆ କରିବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ ସେଥିପାଇଁ ପୋଲିସ ମଧ୍ୟ ଅଧିକ ସାବଧାନ ରହୁଛି ।

ତେବେ ବର୍ତ୍ତମାନ ଗୋଟିଏ ଘଟଣା ଶୁଣିବାକୁ ମିଳୁଛି କି ଯେ ଜଣେ ଯୁବତୀ ନିଜର ବେମାର ମାଆ ଙ୍କୁ ନେଇ ମୋ ବସ୍ ରେ ହସ୍ପିଟାଲକୁ ଯାଇଥିଲେ ତେବେ ସେ କହିବା କଥା କି ତାଙ୍କ ପାଖରେ ପାଞ୍ଚ ରୁ ସାତ ହଜାର ଥିଲା ତେବେ ସେ ବ୍ୟାଗ କୁ ନିଜ କାନ୍ଧ ରେ ପକାଇ ଥିଲେ । ତେବେ ସେହି ବସ୍ ରେ ଦୁଇ ଜଣ କମ ବୟସ ର ଯୁବତୀ ମଧ୍ୟ ଯାଇଥିଲେ ।

ତେବେ ସେମାନେ କିଛି ସମୟ ପରେ ସେହି ଦୁଇ ଜଣ ଝିଅ ତରବର ହୋଇ ତଳକୁ ଓଲ୍ହାଇ ଆସିଲେ ତେବେ ପରେ ମୁଁ ଦେଖିଲି କି ମୋ ବ୍ୟାଗ ର ଦୁଇ ଟା ଚେନ ଖୋଲା ଅଛି ଆଉ ପଇସା ନାହିଁ । ତେବେ ପରେ ମୁଁ ଜଣେ ଭାଇ ଙ୍କୁ ପଚାରିଲି ସେମାନଙ୍କ ବିଷୟରେ ସେ କହିଲେ ହଁ ଦେଖିଛି ଏବଂ ସେ ମଧ୍ୟ ତାଙ୍କ ବାଇକ ରେ ମୋତେ ଲିଫ୍ଟ ଦେଇଥିଲେ ।

ଏବଂ ତାଙ୍କୁ ଆମେ ବହୁତ ଖୋଜି ଥିଲୁ ମଧ୍ୟ ତେବେ ଫେରିବା ବାଟରେ ହିଁ ଦୁହିଁଙ୍କୁ ଦେଖିଥିଲୁ ଏବଂ ସେମାନଙ୍କ ପାଖରେ ପହଁଚି ତାଙ୍କୁ ପଚାରିବାରୁ ସେ ମନା କରିଥିଲେ । ତେବେ ପରେ ଦୁହିଁଙ୍କୁ ଧରି ପୋଲିସ ଥାନା ନେଇକି ଆସି ଯାଇଛୁ । ତେବେ ଏତେ ଅଳ୍ପ ବୟସ ରୁ ଚୋରି କରୁଛନ୍ତି ସେମାନଙ୍କୁ କଡା ଦଣ୍ଡ ମିଳିବା ଆବଶ୍ୟକ ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *