ଚଳିବା ପାଇଁ ମାସକୁ ମିଳୁଥିଲା ମାତ୍ର ୧୦ ଟଙ୍କା, କିଛି ଏମିତି ଥିଲା Draupadi Murmu ଙ୍କ ସଙ୍ଘର୍ଷମୟ ଜୀବନୀ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ଦେଶର ସର୍ବୋଚ୍ଚ ପଦ ପାଇଁ ଦୌଡ ରେ ଥିବା ଓଡିଶାର ଆଦିବାସୀ ନେତ୍ରୀ ଦିନେ ଗୋଟି ଗୋଟି ଟଙ୍କା ପାଇଁ କରୁଥିଲେ ସଂଘର୍ଷ । ରମାଦେବୀ ରେ ପାଠ ପଢୁଥିବା ବେଳେ ସାଙ୍ଗ ମାନେ ସେଠାକାର କ୍ୟାଣ୍ଟିନ ରେ ଯାଇ ଭଲ ଭଲ ଖାଦ୍ୟ ଖାଉଥିଲେ । ମାତ୍ର ଦ୍ରୌପଦୀ ଙ୍କ ପାଇଁ ତାହା ସବୁ ଥିଲା ଏକ ସ୍ଵପ୍ନ ସାଦୃଶ୍ୟ । ଟଙ୍କା ର ଅଭାବ କ୍ୟାଣ୍ଟିନ ଏବଂ ତାଙ୍କ ଭିତରେ ଟାଣିଥିଲା ଲକ୍ଷ୍ମଣ ରେଖା ।

ଚଳିବା ପାଇଁ ବାପା ଙ୍କ ପାଖରୁ ତାଙ୍କ ପାଖକୁ ମାସକୁ ଆସୁଥିଲା କେବଳ ୧୦ ଟଙ୍କା । ସେତେବେଳେ ସବୁକିଛି ବହୁତ ଶସ୍ତା ଥିଲା ସତ କିନ୍ତୁ ୧୦ ଟଙ୍କା ରେ ଚଳିବା ବହୁତ କଷ୍ଟ । ତଥାପି ସଂଘର୍ଷ କରୁଥିଲେ ଦ୍ରୌପଦୀ । ସେହି ୧୦ ଟଙ୍କା ରେ ସେ କଷ୍ଟେ ମଷ୍ଟେ ଚାଲିଯାଉଥିଲେ ମାସେ ପର୍ଯ୍ୟନ୍ତ । ତାଙ୍କ ସାଙ୍ଗ ମାନେ ରାଜଧାନୀ ର ବଜାର ବୁଲୁଥିଲେ ତଥା ସିନେମା ଯାଉଥିଲେ ।

ସେତେବେଳେ ନିଜ ସାଙ୍ଗମାନଙ୍କ ସହିତ ବୁଲିବାକୁ ତଥା ସିନେମା ଯିବାକୁ ଦ୍ରୌପଦୀ ଙ୍କର ବହୁତ ଇଛା ହୁଏ । ମାତ୍ର ଏହା ତାଙ୍କ ପାଇଁ ଦିବା ସ୍ଵପ୍ନ ସ୍ୱରୂପ ଥିଲା । ଇଛା କେବେ ନା କେବେ ପୂରଣ ହୋଇଥାଏ ସତ । ଦ୍ରୌପଦୀ ଙ୍କ ସ୍ଵପ୍ନ ମଧ୍ୟ ପୁରା ହୋଇଥିଲା । ସିନେମା ହଲ ଯାଇ ସେ “ଗପ ହେଲେ ବି କଥାଟି ସତ” ପ୍ରଥମ ଚଳଚିତ୍ର ରୁପେଲି ପରଦାରେ ଦେଖିଥିଲେ । ୮ ବର୍ଷ ଧରି ଭୁବନେଶ୍ବରରେ ରହି ପାଠ ପଢିଥିଲେ ଏବଂ ଆଜି ରାଷ୍ଟ୍ରପତି ପଦ ପାଇଁ ଚୟନ ହୋଇଥିବା ଦ୍ରୌପଦୀ ମୁର୍ମୁ ।

ଏହା ପରେ ସଚ୍ଚିବାଳୟରେ ଚାକିରୀ ଏବଂ ରାଜନୀତି କୁ ପ୍ରବେଶ କରିବା ପୂର୍ବରୁ ପ୍ରାୟ ୪ ବର୍ଷ ଶିକ୍ଷକତା କରିଥିଲେ ଦ୍ରୌପଦୀ । କିନ୍ତୁ ଏତେ ବଡ ଖୁସିର ଦିନରେ ସେ କେଉଁଠି ନା କେଉଁଠି ନିଜ ସ୍ଵାମୀ ଏବଂ ଦୁଇ ପୁଅଙ୍କୁ ମନେ ପକାଉଛନ୍ତି । ଯେଉଁମାନେ କି ଦ୍ରୌପଦୀ ଙ୍କୁ ଛାଡି ଆର ପାରି କୁ ଚାଲିଯାଇଛନ୍ତି ।

ଏବଂ ତାଙ୍କ ପାଖରେ କେବଳ ଛାଡିଯାଇଛନ୍ତି ସେମାନଙ୍କ ଅଭୂଲା ସ୍ମୃତି । ତେବେ କଠିନ ପରିଶ୍ରମର ସୁଫଳ ଆଜି ଓଡିଶାର ଗର୍ବ ଭାବରେ ପରିଚିତ ଦ୍ରୌପଦୀ ମୁର୍ମୁ । ଭଗବାନ ତାଙ୍କୁ ସହାୟ ହୋଇ ନିଜ ଆଶୀର୍ବାଦ ର ହାତ ରଖିଥାନ୍ତୁ ଏତିକି ଆମ୍ଭର କାମନା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *